ବାସ୍ତବବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ଝୁମର ଗୀତିକାର ସୌରୀନ୍ଦ୍ର ମହାନ୍ତଙ୍କର ପରଲୋକ ହୋଇଯାଇଛି। ଗତକାଲି ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକ ବାରିପଦାର ଏକ ଘ‌ରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନ ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ସଂଧ୍ୟାରେ ସୌରୀନ୍ଦ୍ରଙ୍କର ସେଠାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ଦୂରସଞ୍ଚାର […]

ସଂଜୟ ଶତପଥୀ(ବାସ୍ତବ ବ୍ୟୁରୋ): ଗତକାଲି ପଶ୍ଚିମା ଝଡ଼ ପ୍ରଭାବରେ ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା ।କାଲିପରି ଆଜି ବି ପ୍ରଭାବ ଦେଖାଇବ ପଶ୍ଚିମା ଝଡ଼ । କୁଆପଥର ମାଡ଼ ସହ ୪୦ରୁ ୫୦ କିମି ବେଗରେ ବହିପାରେ ପବନ । ଏନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ […]

ସଂଜୟ ଶତପଥୀ(କଟକ): ତା୧୭/୦୩/-ସହରାଞ୍ଚଳ ରେ ବସ୍ତିବିକାଶ ଓ ପୁନର୍ବାସ ତଥା ଜାଗାମିଶନ ରେ ବସ୍ତି ବାସିନ୍ଦା ଙ୍କୁ ସର୍ଭେ ମାଧ୍ୟମରେ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରିଛନ୍ତି ସରକାର ଓ ପ୍ରଶାସନ ।ପ୍ରଥମେ ବସ୍ତୀ ପଞ୍ଜିକୃତ କରାଇଲେ ଓ ଏବେ ସର୍ଭେ କରି ପରିବାର ତାଲିକା କଲେ ।କିନ୍ତୁ ତାଲିକାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି । ବିଶେଷ କରି ଜଗତପୁର ଅଞ୍ଚଳରେ ଦୀର୍ଘ ବର୍ଷ ଧରି ରହିଆସୁଥିବା […]

ପ୍ରମୋଦନାୟକ(ଭୁବନେଶ୍ବର): ରାଜ୍ୟରେ ଚାଲିଥିବା ଡ୍ରାଇଭରମାନଙ୍କର ଆନ୍ଦୋଳନ ଜାରି ରହିଥିବା ବେଳେ ଏନେଇ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ସେ ଏଥିରେ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଟୁଇଟରରେ ଲେଖିଛନ୍ତି, ଓଡ଼ିଶାରେ ଦୁଇ ଦିନ ହେଲା ଡ୍ରାଇଭର ବନ୍ଧୁମାନଙ୍କର ଗୋଟିଏ ଆନ୍ଦୋଳନ ଆରମ୍ଭ ହୋଇଛି, ଯାହା ଦ୍ୱାରା ସାଧାରଣ ଲୋକଙ୍କ ଯାତାୟତ କିଛି ମାତ୍ରାରେ […]

ବାସ୍ତବ ବ୍ୟୁରୋ: ବାୟୁ ପ୍ରଦୂଷଣ ଉପରେ ନଜର ରଖୁଥିବା ଆଇକ୍ୟୁ ଏୟାର ଆଜି (ମଙ୍ଗଳବାର) ବିଶ୍ୱ ବାୟୁ ଗୁଣବତ୍ତା ରିପୋର୍ଟ ପ୍ରକାଶ କରିଛି। ବିଶ୍ୱରେ ଦିନ କୁ ଦିନ ବଢୁଥିବା ପ୍ରଦୂଷଣ ପାଇଁ ବିଷାକ୍ତ ପାଲଟିଗଲାଣି ବାୟୁ। ଏହାରି ଭିତରେ ୨୦୨୨ ପାଇଁ ବିଶ୍ୱର ସବୁଠୁ ପ୍ରଦୂଷିତ ସହରର ତାଲିକା ପ୍ରକାଶ ପାଇଛି। ଏହି ତାଲିକାର ସବୁଠାରୁ ଉପରେ ଥିବା ୫୦ଟି ସହର ମଧ୍ୟରେ ଭାରତର ୩୯ଟି ସହର ରହିଛି। […]

ପ୍ରମୋଦନାୟକ(ଭୁବନେଶ୍ବର): ମାର୍ଚ୍ଚ ୧୫ରୁ ଧାରଣା ଦେବ ଓଡ଼ିଶା ଡ୍ରାଇଭର ମହାସଂଘ । ଓଡ଼ିଶା ଡ୍ରାଇଭର ମହାସଂଘ ଆସନ୍ତାକାଲି ଠାରୁ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେବ। ଏବେ ଦଶମ ପରୀକ୍ଷା ଚାଲିଥିବା ହେତୁ ଭୁବନେଶ୍ୱର ସହରରେ କୌଣସି ଧାରଣା ଦିଆଯିବନାହିଁ ବୋଲି ସଂଘ କହିଛି। ଓଡ଼ିଶା ଡ୍ରାଇଭର ମହାସଂଘ ସହ ଓଡ଼ିଶା ମଟର ଚାଳକ ସଂଘ, ନାଇଟ ହେଲ୍ପ ଟ୍ରଷ୍ଟ କ୍ୟାବ ସର୍ଭିସ୍ ସଂଘ, ଓଡ଼ିଶା ପରିବହନ ଚାଳକ ସଂଘ ଓ […]

ପ୍ରମୋଦ ନାୟକ(ଭୁବନେଶ୍ୱର): ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ଆଜି ବିଧାନସଭାରେ ଶୂନ୍ୟକାଳରେ ପ୍ରଶ୍ନ ଉଠାଇବା ସହ ମନ୍ତ୍ରୀଙ୍କ ଉତ୍ତର ଦାବି କରିଛନ୍ତି ।‘ମାଟ୍ରିକ୍‌ ପରୀକ୍ଷାରେ ୧୫ ହଜାରରୁ ଅଧିକ ପିଲା ଅନୁପସ୍ଥିତକୁ ନେଇ ଶିକ୍ଷା ମନ୍ତ୍ରୀଙ୍କୁ ଘେରିଲେ ଜୟନାରାୟଣ। ଡ୍ରପଆଉଟ ଅନୁପାତରେ ପୂରା ଭାରତରେ ଓଡିଶା ଏକ ନମ୍ବର ପାଲଟିଥିଲାବେଳେ। ପରୀକ୍ଷା ବେଳେ ମନ୍ତ୍ରୀ ପରିଦର୍ଶନ ନାଁରେ ସ୍କୁଲ ଯାଇ ପିଲାଙ୍କ ସହ ଫଟୋ ଉଠାଉଛନ୍ତି। ଏହାଦ୍ୱାରା ପିଲାଙ୍କ ସ୍ଥିରତା […]

ସଂଜୟ ଶତପଥୀ(କଟକ): କଟକ ବକ୍ସିବଜାରସ୍ଥିତ ପାନ୍ଥନିବାସ ସଭାଗୃହରେ ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ପକ୍ଷରୁ ସଭାପତି ତଥା ସାପ୍ତାହିକ ସମ୍ବାଦପତ୍ର “ନବୀନ” ର ମୂଖ୍ୟ ସମ୍ପାଦକ ବରିଷ୍ଠ ସାମ୍ବାଦିକ ଶ୍ରୀ ରବି ରଥଙ୍କ ସଭାପତିତ୍ବରେ ସଂଘର ସାଧାରଣ ପରିଷଦ ବୈଠକ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବହୁଚର୍ଚ୍ଚିତ ସମ୍ବାଦପତ୍ର “ପର୍ଯ୍ୟବେକ୍ଷକ”ର ମୁଖ୍ୟ ଶ୍ରୀ ପବିତ୍ର ମୋହନ ସାମନ୍ତରାୟ,”କଳିଙ୍ଗ ପ୍ରଭା”ର ମୁଖ୍ୟ […]

ଜୟନ୍ତ ଶତପଥୀ(କେନ୍ଦ୍ରାପଡ଼ା): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଦୁହୁରିଆ ଜମଧର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏହି ସଡକ ଦୁର୍ଘଟଣାରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ଯୁ ହୋଇଥିବା ବେଳେ ୩ଜଣ ଗୁରୁତର ଅବସ୍ଥାରେ କଟକ ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଖବର ଅନୁଯାଇ, ଗତକାଲି ବିଳମ୍ବିତ ରାତିରେ ବାଲିଆ ଅଧିକାରୀ ବିଭାନ ନାମକ ଠାକୁର ଗାଦି ଭୋଗ ଖାଇ ଦୁହୁରିଆରୁ ବାଲିଆ ଫେରୁଥିବା ବେଳେ କଟକ-ଚାନ୍ଦବାଲି […]

ପ୍ରମୋଦ ନାୟକ(ଭୁବନେଶ୍ୱର)ତା.୧୧/୦୩: ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସନ୍ତା ୨୬ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ତଥା ସମବାୟ ବିଭାଗ ମନ୍ତ୍ରୀ ଶ୍ରୀ ଅମିତ୍ ଶାହା । ଏହି ଅବସରରେ ଶ୍ରୀ ଶାହା ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଧାମନଗର ବିଧାନସଭା ନିର୍ବାଚନମଣ୍ଡଳିର ପାଳସାହି ଗ୍ରାମପଂଚାୟତ ଅନ୍ତର୍ଗତ ସାଁଆଳପୁରଠାରେ ଅନୁଷ୍ଠିତ ସାଧାରଣ ସଭାକୁ ଉଦ୍‌ବୋଦନ ଦେବେ ବୋଲି […]

Pin It on Pinterest