ଜୟନ୍ତ ଶତପଥୀ(କେନ୍ଦ୍ରାପଡ଼ା): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଦୁହୁରିଆ ଜମଧର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏହି ସଡକ ଦୁର୍ଘଟଣାରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ଯୁ ହୋଇଥିବା ବେଳେ ୩ଜଣ ଗୁରୁତର ଅବସ୍ଥାରେ କଟକ ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଖବର ଅନୁଯାଇ, ଗତକାଲି ବିଳମ୍ବିତ ରାତିରେ ବାଲିଆ ଅଧିକାରୀ ବିଭାନ ନାମକ ଠାକୁର ଗାଦି ଭୋଗ ଖାଇ ଦୁହୁରିଆରୁ ବାଲିଆ ଫେରୁଥିବା ବେଳେ କଟକ-ଚାନ୍ଦବାଲି […]

ବାସ୍ତବ ବ୍ୟୁରୋ: ସକାଳ ୭ ଟାରୁ ଆରମ୍ଭ ହୋଇଥିବା ମେଘାଳୟ ଏବଂ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ସନ୍ଧ୍ୟା ୫ ଟାରେ ଶେଷ ହୋଇଥିଲା। କେତେକ ବୁଥରେ ଗୁଳି ବିନିମୟ ଓ ପଥର ଫିଙ୍ଗା ଘଟଣା ଘଟିଥିବା ବେଳେ ବାକି ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଚାଲିଥିଲା। ଅପରାହ୍ନ ୫ ଟା ପର୍ଯ୍ୟନ୍ତ ମେଘାଳୟରେ ୭୪.୩୨% ଏବଂ ନାଗାଲାଣ୍ଡରେ ୮୩.୩୬% ଭୋଟିଂ ହୋଇଛି । ବିଧାନସଭାରେ ଉଭୟ ରାଜ୍ୟରେ […]

ସଂଜୟ ଶତପଥୀ(କଟକ): ଚଳିତ ମାସରେ ଜାମ୍ମୁକାଶ୍ମୀର ଠାରେ ଅନୁଷ୍ଠିତ ହୋଇଥିବା ସ୍କୋଏ ମାର୍ଶାଲ ଆର୍ଟ ଓ ସିପକ୍ ଟାକରୋ ପ୍ରତିଯୋଗିତାରେ କଟକର ଅନ୍ୟତମ ଅଗ୍ରଣୀ ସରକାରୀ ଶିକ୍ଷାନୁଷ୍ଠାନ ସୟଦ୍ ସେମିନାରୀ ସ୍କୁଲ ର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ଦ୍ବିତୀୟ ସ୍ଥାନ ଅଧିକାର କରିବା ସହ ରନର୍ସ ଅପ୍ ଟ୍ରଫି ହାସଲ କରିଛନ୍ତି। ଜାତୀୟସ୍ତରରେ ଓଡ଼ିଶାର ସମ୍ମାନ ବୃଦ୍ଧି କରିଥୂବା ଏହି ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯିବା ପରିପ୍ରେକ୍ଷୀରେ ସୟଦ୍ ସେମିନାରୀ ସ୍କୁଲ […]

ସଂଜୟ ଶତପଥୀ(କଟକ): ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଓଡ଼ିଶା ଚୁକ୍ତି ଭିତ୍ତିକ ଠିକା ସଫେଇ କର୍ମଚାରୀ ମହାସଂଘ ପକ୍ଷରୁ ବିଭିନ୍ନ ଦାବିରେ ଅହୋରାତ୍ର ଆନ୍ଦୋଳନ ଓ ଗଣଧାରଣା ଆଜି ସପ୍ତମ ଦିବସରେ ପହଞ୍ଚିଛି। କିନ୍ତୁ ଏ ପର୍ଯ୍ୟନ୍ତ ମହାସଂଘ ର ଦାବି ଉପରେ କଟକ ମହାନଗର ନିଗମର ମେୟର ବା କମିଶନର ତଥା ସ୍ଥାନୀୟ ବିଧାୟକ ସମାଧାନ ଲାଗି କୈାଣସି ପଦକ୍ଷେପ ନେବା ତ ଅଲଗା କଥା ପ୍ରତ୍ୟକ୍ଷ […]

 ବାସ୍ତବ ବ୍ୟୁରୋ: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ବ୍ରଜରାଜନଗରରେ ଗୁଳିମାଡ଼ ହୋଇଛି। ଗୁଳିଟି ତାଙ୍କ ଛାତିର ବାମ ପାଖରେ ବାଜିଛି। ସେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବ୍ରଜରାଜନଗର ଯାଇଥିବା ବେଳେ ଜଣେ ପୁଲିସ କର୍ମୀ ଗୁଳିମାଡ଼ରେ ଗୁରୁତର। ରକ୍ତାକ୍ତ ଅବସ୍ଥାରେ ନବ କିଶୋର ଦାସଙ୍କୁ ଡାକ୍ତରଖାନାକୁ ନିଆଯାଉଛି। ସୂଚନା ଅନୁଯାୟୀ, ଏଏସଆଇ ଗୋପାଳ ଦାସ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ସାମ୍ନାକୁ ଆସି ୫ ରାଉଣ୍ଡ ଗୁଳି […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲିରେ ମା କାଳୀ ପଡ଼ିଆରେ ଭେଙ୍କେଟଶ୍ଵର ସ୍କୁଲ ନେତୃତ୍ୱରେ ବ୍ଲକ ସ୍ତରିୟ ସାଇନ୍ସ ଏଜୁବିସେନର ଉଦ୍‌ଘାଟିନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି ।ଏହି ଉତ୍ସବରେ ଭେଙ୍କଟଶ୍ଵର ସ୍କୁଲର ଚ୍ୟାରମ୍ୟାନ ସୁଧିର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ଏନ ଏ ସି ଅଧ୍ୟକ୍ଷା ଶାନ୍ତିଲତା ସେଠୀ, ବିଶେଷ ଅତିଥ୍‌ ଭାବେ ଓଡ଼ିଶା ବିଜ୍ଞାନ ଏକାଡ଼େମୀର ପ୍ରଫେସର ଡ଼.ପ୍ରମୋଦ ଚନ୍ଦ୍ର ମିଶ୍ର ଏବଂ […]

ବାସ୍ତବ ବ୍ୟୁରୋ: ବିଷ୍ପୋରଣରେ ଥରିଲା ଆଫଗାନିସ୍ତାନ । ଆଜି (ବୁଧବାର) ଉତ୍ତର ଆଫଗାନିସ୍ତାନର ଏକ ମଦରସାରେ ବୋମା ବିଷ୍ପୋରଣ ହୋଇଛି । ଯେଉଁଥିରେ ପାଖାପାଖି ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ରୁ ଅଧିକ ଆହତ ହୋଇଛନ୍ତି । ମୃତକ ଏବଂ ଆହତଙ୍କ ମଧ୍ୟରେ ଅଧିକାଂଶ ଶିଶୁ ରହିଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ନମାଜ ପାଠ ବେଳେ ଭୟଙ୍କର ବିସ୍ଫୋରଣ। ତାଲିବାନ ଜଣେ ଅଧିକାରୀଙ୍କ କହିବା ମୁତାବକ […]

ବାସ୍ତବ ବ୍ୟୁରୋ : ଆଜି(ବୁଧବାର) ଦିନ ୧୧ଟାରେ ପ୍ରଚଣ୍ଡ ଶବ୍ଦରେ ଥରିଲା ୩ ଜିଲ୍ଲା। ଭଦ୍ରକ , ଯାଜପୁର , କେନ୍ଦୁଝର ଜିଲ୍ଲା ପ୍ରଚଣ୍ଡ ଶବ୍ଦ ହୋଇଛି । ଯାହାଫଳରେ ଲୋକେ ଭୟଭୀତ ହୋଇଯାଇଥିଲେ । କିନ୍ତୁ ଏହା ୧୦ ମିନିଟ୍‌ ଭିତରେ ଆଉ ଏକ ଶବ୍ଦ ହୋଇଥିଲା । ଶବ୍ଦର ମାତ୍ରା ଏପରି ଥିଲା ଯେ କିଛି କ୍ଷଣ ପାଇଁ ଘରଦ୍ବାର ଦୋହଲି ପଡ଼ିଥିଲା। ପ୍ରତ୍ୟେକ୍ଷଦର୍ଶୀଙ୍କଠାରୁ ପ୍ରକାଶ ଯେ […]

ପ୍ରମୋଦ ନାୟକ(ଭୁବନେଶ୍ୱର): ନଭେମ୍ବର ୨୪ ଅର୍ଥାତ ଗୁରୁବାର ରୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ । ବିଧାନସଭାର ଶୀତ ଅଧିବେଶନ ନଭେମ୍ବର ୨୪ରୁ ଆରମ୍ଭ ହୋଇ ଡିସେମ୍ବର ୩୧  ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିଛି। ଅଧିବେଶନର ପ୍ରଥମ ଦିନରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।  ବିଧାନସଭା ଆରମ୍ଭ ରୁ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ ପ୍ରସଙ୍ଗକୁ […]

Pin It on Pinterest