ବୋଲୋଗଡ:ବେଗୁନିଆ ଅନ୍ତର୍ଗତ କାଉଁରିଆ ପାଟଣା ପ୍ରକଳ୍ପ ବିଦ୍ୟାଳୟର ୧୧୪ ନମ୍ବର ବୁଥ୍ ରେ ଗଣ୍ଡଗୋଳ, ମାରପିଟ୍ ସହ ଇଭିଏମ୍ ଭଙ୍ଗାରୁଜା ଅଭିଯୋଗରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ପୁଲିସ ଆଜି ବିଳମ୍ବିତ ରାତିରେ ଗିରଫ କରି, ପରେ ତାଙ୍କୁ ମାଜିଷ୍ଟ୍ରେଟ୍‌ଙ୍କ ଆବାସିକ କୋର୍ଟରେ ହାଜର କରାଯାଇଥିଲା।ଜାମିନ୍ ନାମଞ୍ଜୁର ହେବାରୁ ଶ୍ରୀ ଜଗଦେବଙ୍କୁ ଖୋର୍ଧା ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।ପ୍ରିଜାଇଡିଂ ଅଫିମର ଜ୍ଞାନରଞ୍ଜନ ତ୍ରିପାଠୀ ଜୟଦେବଙ୍କ ବିରୋଧରେ ଦେଇଥିବା ଏତଲା […]

ସଂଜୟ ଶତପଥୀ(କଟକ): ଓଡିଶା ର ୩ୟ ପର୍ଯ୍ୟାୟ ନିର୍ବାଚନ ରେ ବାରବାଟୀ -କଟକ ନିର୍ବାଚନ ମଣ୍ଡଳୀରେ ମତଦାନ ଚାଲିଥିଲା ବେଳେ ମହିଳା ପୋଲିଂ ଅଧିକାରୀଣି ମୃତ୍ୟୁବରଣ କରିଛନ୍ତି। ବିଶ୍ବସ୍ତ ସୂତ୍ରରୁ ପ୍ରକାଶ ଯେ,ମୃତ ମହିଳା ପୋଲିଂ ଅଧିକାରୀଣି ଶ୍ରୀମତୀ ସୁଜାତା ମିତ୍ର କଟକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୂନରେ ଥିବା ତଥା ବାରବାଟୀ -କଟକ ନିର୍ବାଚନ ମଣ୍ଡଳୀର ବାଖରାବାଦ ପ୍ରାଥମିକ ବିଦ୍ୟାଳୟ ରେ ବରିଷ୍ଠ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ […]

ଜୟନ୍ତ ଶତପଥୀ(କେନ୍ଦ୍ରାପଡା)୨୪/୦୫: ଭାରତୀୟ ପାଣିପାଗ ବିଭାଗର ପୂର୍ବ ସୂଚନା ଅନୁଯାୟୀ ଆସନ୍ତାକାଲିଠାରୁ ସମ୍ଭାବ୍ୟ ବାତ୍ୟା ରେମାଲ ଯୋଗୁଁ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନ ବହିବାର ସମ୍ଭାବନା ରହିଛି । ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ ନିର୍ଦ୍ଦେଶକ୍ରମେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ ଏହି ବାତ୍ୟାର ସଫଳ ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ […]

ମନୋଜ ମହାନ୍ତି(ଭୁବନେଶ୍ଵର)୨୨/୫: ଆଉ ନାହାଁନ୍ତି ଶିଷ୍ଟ ଅଭିନେତା ବିଜୟ ପଟ୍ଟନାୟକ।କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିଛି ।ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ଏହି ଖବର କଳା ଜଗତ ତଥା କଳାପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର।ସ୍ଵର୍ଗତ ପଟ୍ଟନାୟକଙ୍କୁ ଭଲପାଉଥିବା କଳାକାର ତଥା କଳାପ୍ରେମୀ ମଧ୍ଯରେ ଶୋକର ଛାୟା। ସ୍ଵର୍ଗତ ପଟ୍ଟନାୟକ ୧୯୪୮ ମସିହା ଜୁଲାଇ ପହିଲାରେ […]

ସଂଜୟ ଶତପଥୀ(କଟକ): ଚଳିତ ନିର୍ବାଚନରେ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରୁ ଅଟୋରିକ୍ସା ଚିହ୍ନରେ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ରୁପାଲୀ ଲେଙ୍କା ନିର୍ବାଚନ ମଣ୍ଡଳୀରେ ବୁଲିବୁଲି ଭୋଟଭିକ୍ଷା କରୁଥିବା ଦେଖିବାକୁ ମିଳିଛି। ବିଜେଡି ଦଳରୁ ଟିକେଟ ଆଶାୟୀ ଥିବା ରୁପାଲୀ ଟିକେଟ ନପାଇବାରୁ ସ୍ଵାଧୀନ ପ୍ରାର୍ଥୀ ଭାବେ ଚୌଦ୍ୱାର-କଟକର ଭୋଟରଙ୍କୁ ଭେଟି ଭୋଟଭିକ୍ଷା କରୁଥିବା ବେଳେ ସାଙ୍ଗରେ ତାଙ୍କର ସ୍ଵାମୀ ତଥା ଯୁବନେତା ଲୋକନାଥ ଲେଙ୍କା ଧର୍ମପତ୍ନୀଙ୍କୁ ଅଟୋରିକ୍ସା ଚିହ୍ନରେ […]

ଆଦିତ୍ଯ ବେହେରା(ଭୁବନେଶ୍ବର): ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟ ତିଥିରେ ଅକ୍ଷୟ ତୃତୀୟା ପାଳନ କରାଯାଏ ।ଅକ୍ଷୟ ଅର୍ଥାତ୍ ଯାହା କେବେ ଶେଷ ହୁଏ ନାହିଁ । ଅକ୍ଷୟ ତୃତୀୟା ହିନ୍ଦୁ ଧର୍ମର ଅନ୍ୟତମ ପବିତ୍ର ପର୍ବ । ଚଳିତ ବର୍ଷ ଅକ୍ଷୟ ତୃତୀୟା ମେ ୧୦ ତାରିଖ ଶୁକ୍ରବାର ପାଳନ କରାଯାଉଛି। ଅକ୍ଷୟ ତୃତୀୟାକୁ ମା’ ଲକ୍ଷ୍ମୀଙ୍କ ଦିନ ବୋଲି ବିବେଚନା କରାଯାଏ,ତେଣୁ କୃଷକ ଏହି ଦିନରେ ନିଜ କ୍ଷେତରେ […]

ସଂଜୟ ଶତପଥୀ: ଭାରତୀୟ ମଜଦୁର ସଂଘର ସର୍ବଭାରତୀୟ ଉପ-ସଂଗଠନ ସମ୍ପାଦକ ଶ୍ରୀ ଗଣେଷ ପ୍ରସାଦ ମିଶ୍ର କଟକ ଗସ୍ତ କରିଛନ୍ତି । କଟକ ଗସ୍ତ ସମୟରେ ସିଡିଏ ସ୍ଥିତ ଭାରତୀୟ ମଜଦୁର ସଂଘର କାର୍ଯ୍ୟାଳୟ ଠାରେ ଭାରତୀୟ ମଜଦୁର ସଂଘ ସହବନ୍ଧିତ ଶ୍ରମ ସଂଗଠନ ଗୁଡ଼ିକର କର୍ମକର୍ତ୍ତା ମାନଙ୍କୁ ଭେଟି ସାମ୍ପ୍ରତିକ ନିର୍ବାଚନ ସମ୍ପର୍କରେ ଆଲୋଚନା କରିଥିଲେ । ସଂମ୍ପ୍ରତି ଦେଶର ପରିସ୍ଥିତି ଯୋଗୁଁ ଶ୍ରମିକ ମାନେ ନିଜର ଅଧିକାରକୁ […]

ବ୍ରହ୍ମପୁର: ବ୍ରହ୍ମପୁର ସହର ପାଇଁ ନିର୍ବାଚନୀ ସଙ୍କଳ୍ପପତ୍ର ଉନ୍ମୋଚନ କଲେ ଶ୍ରୀଯୁକ୍ତ ଶିଵଶଙ୍କର ଦାଶ। ସହର ଓ ସହରବାସୀ ଙ୍କ ସମସ୍ୟା ଉପରେ ଆଲୋକପାତ କରି କ୍ଷୋଭ ପ୍ରକାଶ କରିବା ସହିତ ସେ’ ବିଜୟ ହାସଲ କଲେ ସହରର ପ୍ରତ୍ୟେକ ଅଞ୍ଚଳ ବୁଲିବେ ଓ ଲୋକଙ୍କ ସହିତ ସିଧା ଆଲୋଚନା କରି ସମସ୍ୟାର ସମାଧାନ କରିବେ ବୋଲି ଜଣାଇଛନ୍ତି ଶ୍ରୀଯୁକ୍ତ ଦାଶ। ବ୍ରହ୍ମପୁର ବିଧାନସଭା କ୍ଷେତ୍ରର ବିଜେପି ପ୍ରାର୍ଥୀ କେ.ଅନୀଲ […]

ମନୋଜ ମହାନ୍ତି(ଭୁବନେଶ୍ବର): ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଖୋର୍ଦ୍ଧାର ପୁର୍ବଥର ର ବିଜେପି ବିଧାୟକ ପ୍ରାର୍ଥୀ କାଳୁ ଖଣ୍ଡାୟତ ରାୟ। ସେ ତାଙ୍କର ଇସ୍ତଫା ପତ୍ର ବିଜେପି ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଦେଇଛନ୍ତି। ହେଲେ ଏହାପରେ କାଳୁ କେଉଁ ଦଳକୁ ଯିବେ ନା ସ୍ବାଧୀନ ପ୍ରାର୍ଥୀ ଭାବେ ଲଢେଇ କରିବେ ସେ ନେଇ କିଛି ଜଣାପଡି ନାହିଁ। ଖୋର୍ଦ୍ଧା ବିଧାନସଭା ଆସନ ପାଇଁ ଗତଥର କାଳୁ […]

ସଂଜୟ ଶତପଥୀ(କଟକ): କଟକ ସୂତାହାଟ ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ କଳିଙ୍ଗ ସୋସିଆଲ ଓ୍ବାର୍କସ୍ କମିଟି ପକ୍ଷରୁ କଟକର ଷ୍ଟିଓ୍ବାର୍ଟ ବିଜ୍ଞାନ ମହାବିଦ୍ୟାଳୟ ସମ୍ମୁଖରେ ଏକ ଜଳଦାନ କେନ୍ଦ୍ରର ଆୟୋଜନ କରାଯାଇ, ରାସ୍ତା ରେ ପ୍ରଚଣ୍ଡ ରୌଦ୍ରତାପରେ ଯାତାୟାତ କରୁଥିବା ପଥଚାରୀ ମାନଙ୍କୁ ଜଳଦାନ କରାଯାଇଥିଲା। ଅନୁଷ୍ଠାନ ର ସଭାପତି ଶ୍ରୀ ମହମ୍ମଦ ନିୟାଜ୍ ଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଜନସେବା କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସମସ୍ତ ସଦସ୍ୟ […]

Pin It on Pinterest