ସଂଜୟ ସତପଥୀ(କଖକ): କଟକ କୁ ବୃହତ ସହର କରି ତୋଳିବା ତଥା ପୁରୁଣା ଐତିହ୍ୟ “ରାଜଧାନୀ” ର ମାନ୍ୟତା ର ମୂଖ୍ୟ ଦାବୀ ସହ ଏକ ୧୮ ଟି ବିଷୟରେ ଏକ ଦାବୀପତ୍ର କଟକର ସାମାଜିକ ଅନୁଷ୍ଠାନ ବାଇମୁଣ୍ଡି ସଂଗଠନ ପକ୍ଷରୁ ଶ୍ରୀ ରାମଚନ୍ଦ୍ର ମଲ୍ଲିକ ଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ବାରବାଟୀ -କଟକ ର ବିଧାୟିକା ଇଂ ସୋଫିଆ ଫିର୍ଦ୍ଦୋଶ୍ ଙ୍କୁ ଭେଟି ସମସ୍ତ ବିଷୟରେ ଅବଗତ […]
Odishanews
ଭୁବନେଶ୍ୱର ୨୬/୦୬(ଗୌତମ ମିଶ୍ର):ବୁଧବାର ରାଜ୍ୟ ଲୋକସଭା ଭବନସ୍ଥ କନ୍ଭେନ୍ସନ ହଲ୍ଠାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ନିଶାମୁକ୍ତ ଦିବସ ପାଳିତ ହୋଇଯାଇଛି । ଏଥିରେ ରାଜ୍ୟ ଗଣଶିକ୍ଷା, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦାନ କରି କହିଲେ ଯେ ସମାଜରେ ସଂସ୍କାର ଆଣିବା ଏବଂ ପରିବାରେ ଶାନ୍ତି ଆଣିବାକୁ ହେଲେ […]
ବାସ୍ତବବ୍ୟୁରୋ(ପୁରୀ) ୨୬/୬: ମହାପ୍ରଭୁ ବିଶ୍ୱ ନିୟନ୍ତା।ତାଙ୍କ ରଥଯାତ୍ରା ଅନନ୍ୟ ଓ ବିଶ୍ୱ ପ୍ରସିଦ୍ଧ।ମହାପ୍ରଭୁଙ୍କ ମହିମା ଓ ମହତ୍ତ୍ଵ କୁ ଅଧିକ ପ୍ରସାରିତ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଚଳିତ ରଥଯାତ୍ରା ର ଦ୍ବିତୀୟ ସମନ୍ୱୟ ବୈଠକ ଆଜି ପୂର୍ବାହ୍ନରେ ଟାଉନ ହଲ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅଧ୍ୟକ୍ଷତା କରିବା […]
ଭୁବନେଶ୍ୱର,୨୭।୬: ବଦଳିବ ସ୍କୁଲ ୟୁନିଫର୍ମ ? ଗଣଶିକ୍ଷା ମନ୍ତ୍ରୀଙ୍କ ବୟାନ ପରେ ଜୋର ଧରିଲା ଚର୍ଚ୍ଚା । ଗତବର୍ଷ ନବମ ଓ ଦଶମ ପିଲାଙ୍କ ୟୁନିଫର୍ମର ରଙ୍ଗ ବଦଳିଥିଲା । ଗାଢ଼ ନୀଳ ରଙ୍ଗକୁ ବଦଳାଇ ସବୁଜ ପ୍ୟାଣ୍ଟ ଓ ଚେକ ସାର୍ଟ କରାଯାଇଥିଲା। ପୋଷାକର ଛାତିରେ ଲେଖା ହୋଇଥିଲା ‘ଆମେ ଗଢିବୁ ନୂଆ ଓଡ଼ିଶା’। ସେତେବେଳେ ଏହାକୁ ନେଇ ଆପତ୍ତି ଉଠାଇଥିଲେ ବିରୋଧୀ।ଏବେ କଡ଼ ଲେଉଟାଛି କ୍ଷମତା । […]
ଭୁବନେଶ୍ୱର(ବାସ୍ତବବ୍ୟୁରୋ): ୨୬/୦୬-ଅସ ରାଏ ବର୍ଷାରେ ବେହାଲ୍ ହୋଇଛି ରାଜଧାନୀ ଭୁବନେଶ୍ୱର। ବର୍ଷା ପାଣି ଡ୍ରେନ୍ରେ ପାସ୍ କରିନପାରିବାରୁ ରାସ୍ତାରେ ଲହଡି ମାରି କୃତ୍ରିମ ବନ୍ୟା ଭ୍ରମ ସୃଷ୍ଟି କରୁଛି । ୧୬ ନମ୍ୱର ଜାତୀୟ ରାଜପଥର ଇସ୍କନ୍ ସମ୍ମୁଖର ଅବସ୍ଥା କଥା ନକହିବାଭଲ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି ଗାଡ଼ି ଚଳାଚଳ ଏକ ପ୍ରକାର ଠପ୍ ହୋଇଯାଇଛି।ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଅପରାହ୍ନରେ ହଠାତ୍ ରାଜଧାନୀ ଭୁବନେଶ୍ୱର […]
ଭୁବନେଶ୍ୱର ୨୬/୦୬(ଗୌତମ ମିଶ୍ର ): ମନୋଜ ଆହୁଜା ଓଡିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ନେଇ ଚର୍ଚ୍ଚା ରାଜ୍ୟରେ ଜୋର ଧରିଛି।କେନ୍ଦ୍ର ସରକାର ତାଙ୍କୁ ନିଜ ଗୃହ କ୍ୟାଡର ଓଡିଶାକୁ ଫେରାଇଦେବା ପରେ ଏହି ଚର୍ଚ୍ଚା କୁ ବେଶ ଖୋରାକ ମିଳିଛି । କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୯୦ ବ୍ୟାଚର ଆଇଏଏସ ଅଧିକାରୀ ମନୋଜ ଆହୁଜାଙ୍କୁ ଓଡିଶା ଫେରାଇ ଆଣିବା ଲାଗି ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲେ ।ଏହାକୁ […]
ବରଗଡ଼:-୨୬.୬(ନବୀନ କୁମାର ଦାଶ): ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବର ଦାସ ବରଗଡ ଜିଲ୍ଲା ପାଇକମାଳ ସ୍ଥିତ କସ୍ତୁରବା ଗାନ୍ଧୀ ମାତୃ ନିକେତନ ଗସ୍ତ କରି ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠାନ ପରିସରରେ ଏକ ଶିଶୁ ଉଦ୍ୟାନ ନିର୍ମାଣ ଲାଗି ଶିଳାନ୍ୟାସ କରିବା ସହ ପିଲାଙ୍କୁ ସ୍କୁଲ ନେବା ଆଣିବା କରିବା ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ଵାରା ପ୍ରଦତ୍ତ ଏକ ସ୍କୁଲ ବସକୁ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟକି, […]
ଭୁବନେଶ୍ୱର ୨୫/୦୬(ଗୌତମ ମିଶ୍ର ): ଭଙ୍ଗା ଚାଲିଛି ଭୁବନେଶ୍ବରରେ ଥିବା ବିଜେଡି ସାଂଗଠନିକ ସଂପାଦକ ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ। କୁହାଯାଉଛି, ଘରେ ରହିଥିଲା ବିଳାସମୟ କୋଠା। ଏପରିକି ପ୍ରଣବ ପ୍ରକାଶ ଦାସ ଏଠାରେ ଅଣ୍ଡରଗ୍ରାଉଣ୍ଡ ଘର ବି କୁଆଡେ ତୋଳିଥିଲେ । ତେବେ ବିଜେଡି କ୍ଷମତାରୁ ବିଦା ହେବା ପରଠୁ ଗତ ୧୫ଦିନ ହେଲା ଘର ଭଙ୍ଗା ଯାଉଥିବା ଜଣାପଡିଛି।ତେବେ ପ୍ରଶ୍ନ ଉଠୁଛି, […]
ଉତ୍ତମ ରାଉତ(ମାହାଙ୍ଗା): କଟକ ଜିଲ୍ଲା ଭଦ୍ରେଶ୍ୱର ଥାନା ଅଂଚଳରେ ଚୋରି ହୋଇଥିବା ବାଇକ୍ କେନ୍ଦ୍ରାପଡା ଜିଲ୍ଲା ଲୋକନାଥପୁର ରୁ ଜବତ କରିଛି ପୋଲିସ। ଏଥିସହ ୪ ବାଇକ୍ ଲୁଟେରାଙ୍କୁ ମଧ୍ଯ କାବୁ କରିବାରେ ସଫଳ ହୋଇଛି ଭଦ୍ରେଶ୍ଵର ପୋଲିସ। ସୂଚନାମୁତାବକ ଭଦ୍ରେଶ୍ୱର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଥିବା ବିଦେଶୀ ମଦ ଦୋକାନ ସମ୍ମୁଖରୁ OD -05-BA-1134 ନମ୍ବର ଏକ ଟିଭିଏସ ଆପଚି ବାଇକ୍ ଚୋରି ହୋଇଥିବା ନେ଼ଇ ଅନିଲ […]
ଭୁବନେଶ୍ୱର,୨୫/୦୬(ଗୌତମ ମିଶ୍ର ):ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଆଜି ଅନୁଗୋଳ, ରାୟଗଡ଼ା ଓ ସମ୍ବଲପୁରର ଜିଲ୍ଲାପାଳ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହ ଭିଡ଼ିଓ କନ୍ଫରେନ୍ସିଂ ଯୋଗେ ଜିଲ୍ଲାରେ ଜାପାନୀ ଏନ୍ସେଫାଲାଇଟ୍ସ, ଡିପ୍ଥେରିଆ ଓ ଜଣ୍ଡିସ୍ର ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ ।ରାୟଗଡ଼ା ଜିଲ୍ଲାରେ ଚଳିତ ବର୍ଷ ଜୁନ୍ ମାସ ୧୭ ତାରିଖରେ ପ୍ରଥମ ଡିପ୍ଥେରିଆ କେସ୍ ଠାବ ହୋଇଥିଲା । ଏହି ଘଟଣା […]


