ନବୀନଦାଶ(ବରଗଡ):ଆଜି ସମଗ୍ର ରାଜ୍ୟରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଅଛି।ବରଗଡ଼ ଜିଲ୍ଲା ଅତାବିରା ଏନ୍ ଏ ସି ଅନ୍ତର୍ଗତ ଲାଦେରପାଲି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀମାନେ ୧୦୦(ଶତ ପ୍ରତିଶତ) ରେଜଲ୍ଟରେ ବାଜି ମାରି ସମସ୍ତ ଛାତ୍ରଛାତ୍ରୀ ୫୦%ରୁ ଉର୍ଦ୍ଧ୍ବ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ସହ ଅପୂର୍ବ ସଫଳତା ହାସଲ କରି ନୂତନ ଇତିହାସ ସୃଷ୍ଟି କରିଛନ୍ତି। ଯାହା ବିଦ୍ୟାଳୟ ପାଇଁ ଗର୍ବ ଏବଂ ଗୌରବର ବିଷୟ […]

ବୋଲୋଗଡ:ବେଗୁନିଆ ଅନ୍ତର୍ଗତ କାଉଁରିଆ ପାଟଣା ପ୍ରକଳ୍ପ ବିଦ୍ୟାଳୟର ୧୧୪ ନମ୍ବର ବୁଥ୍ ରେ ଗଣ୍ଡଗୋଳ, ମାରପିଟ୍ ସହ ଇଭିଏମ୍ ଭଙ୍ଗାରୁଜା ଅଭିଯୋଗରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ପୁଲିସ ଆଜି ବିଳମ୍ବିତ ରାତିରେ ଗିରଫ କରି, ପରେ ତାଙ୍କୁ ମାଜିଷ୍ଟ୍ରେଟ୍‌ଙ୍କ ଆବାସିକ କୋର୍ଟରେ ହାଜର କରାଯାଇଥିଲା।ଜାମିନ୍ ନାମଞ୍ଜୁର ହେବାରୁ ଶ୍ରୀ ଜଗଦେବଙ୍କୁ ଖୋର୍ଧା ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।ପ୍ରିଜାଇଡିଂ ଅଫିମର ଜ୍ଞାନରଞ୍ଜନ ତ୍ରିପାଠୀ ଜୟଦେବଙ୍କ ବିରୋଧରେ ଦେଇଥିବା ଏତଲା […]

ସଂଜୟ ଶତପଥୀ(କଟକ): ଓଡିଶା ର ୩ୟ ପର୍ଯ୍ୟାୟ ନିର୍ବାଚନ ରେ ବାରବାଟୀ -କଟକ ନିର୍ବାଚନ ମଣ୍ଡଳୀରେ ମତଦାନ ଚାଲିଥିଲା ବେଳେ ମହିଳା ପୋଲିଂ ଅଧିକାରୀଣି ମୃତ୍ୟୁବରଣ କରିଛନ୍ତି। ବିଶ୍ବସ୍ତ ସୂତ୍ରରୁ ପ୍ରକାଶ ଯେ,ମୃତ ମହିଳା ପୋଲିଂ ଅଧିକାରୀଣି ଶ୍ରୀମତୀ ସୁଜାତା ମିତ୍ର କଟକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୂନରେ ଥିବା ତଥା ବାରବାଟୀ -କଟକ ନିର୍ବାଚନ ମଣ୍ଡଳୀର ବାଖରାବାଦ ପ୍ରାଥମିକ ବିଦ୍ୟାଳୟ ରେ ବରିଷ୍ଠ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ […]

ଜୟନ୍ତ ଶତପଥୀ(କେନ୍ଦ୍ରାପଡା)୨୪/୦୫: ଭାରତୀୟ ପାଣିପାଗ ବିଭାଗର ପୂର୍ବ ସୂଚନା ଅନୁଯାୟୀ ଆସନ୍ତାକାଲିଠାରୁ ସମ୍ଭାବ୍ୟ ବାତ୍ୟା ରେମାଲ ଯୋଗୁଁ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନ ବହିବାର ସମ୍ଭାବନା ରହିଛି । ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ ନିର୍ଦ୍ଦେଶକ୍ରମେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ ଏହି ବାତ୍ୟାର ସଫଳ ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ […]

ପ୍ରମୋଦ ନାୟକ (ଭୁବନେଶ୍ୱର): ଆସନ୍ତା କାଲି ଭୁବନେଶ୍ୱରରେ ସଂସଦୀୟ କ୍ଷେତ୍ରରେ ହେବ ମତଦାନ । ମାତ୍ର ଏଥର ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର କିଛି ବୁଥରେ ରିଗିଂ ଆଶଙ୍କା କରିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ। ଏହା ପଛରେ ୨ ଅବସରପ୍ରାପ୍ତ ପୁଲିସ ଅଫିସରଙ୍କ ଭୂମିକାକୁ ସନ୍ଦେହ କରି ସେଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖିଛନ୍ତି। ତେଣୁ ଏସବୁ ଅଞ୍ଚଳରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ  ମୁତୟନ ଲାଗି […]

ମନୋଜ ମହାନ୍ତି(ଭୁବନେଶ୍ଵର):୨୩/୫- ବିଶିଷ୍ଟ କବି ସୁନୀଲ କୁମାର ପୃଷ୍ଟିଙ୍କର ଅକାଳ ବିୟୋଗରେ ମର୍ମାହତ, ପୁରୁଣା ବସଷ୍ଟାଣ୍ଡ ଖଟିର ସଦସ୍ୟମାନେ ଏକ ଅନୌପଚାରିକ ସ୍ମୃତିସଭାର ଆୟୋଜନ କରିଥିଲେ । ବିଶିଷ୍ଟ କବି ଓ କଥାକାର ଅଜୟ ସ୍ୱାଇଁ, କବି ରଜନୀ ରଞ୍ଜନ, କବି ଅଭିରାମ ଦାସ, ପକ୍ଷୀଘରର ସମ୍ପାଦକ ବନୋଜ ତ୍ରିପାଠୀ, କବି କେଦାର ମିଶ୍ର, କବି ପବିତ୍ରମୋହନ କର, କବି ରମାକାନ୍ତ ସାମନ୍ତରାୟ, କବି ସଞ୍ଜୟ ଭଟ୍ଟ, କବି ଶକ୍ତି […]

ମନୋଜ ମହାନ୍ତି(ଭୁବନେଶ୍ଵର)୨୨/୫: ଆଉ ନାହାଁନ୍ତି ଶିଷ୍ଟ ଅଭିନେତା ବିଜୟ ପଟ୍ଟନାୟକ।କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିଛି ।ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ଏହି ଖବର କଳା ଜଗତ ତଥା କଳାପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର।ସ୍ଵର୍ଗତ ପଟ୍ଟନାୟକଙ୍କୁ ଭଲପାଉଥିବା କଳାକାର ତଥା କଳାପ୍ରେମୀ ମଧ୍ଯରେ ଶୋକର ଛାୟା। ସ୍ଵର୍ଗତ ପଟ୍ଟନାୟକ ୧୯୪୮ ମସିହା ଜୁଲାଇ ପହିଲାରେ […]

ବରଗଡ:-୧୮.୫(ନବୀନ କୁମାର ଦାଶ )ବରଗଡ ଜିଲ୍ଲା ଅତାବିରା ଅଗ୍ରସେନ ଭବନ ଠାରେ ଅତାବିରା ମାରଓ୍ବାଡି ସମ୍ମିଳନୀ ଅନୁଷ୍ଠିତ। ମାରଓ୍ବାଡି ସମାଜର ଉମେଶ ଚନ୍ଦ୍ର ଅଗ୍ରଓ୍ବାଲଙ୍କ ସଭାପତିତ୍ୱରେ ସମ୍ମିଳନୀରେ ମୁଖ୍ଯ ଅତିଥି ଭାବେ ଛତିଶଗଡ଼ର ଉପ ମୁଖ୍ୟମନ୍ତ୍ରୀ ବିଜୟ ଶର୍ମା,ସମ୍ମାନୀତ ଅତଥି ଭାବେ ବିକାଶ ଫାଉଣ୍ଡେସନ ର ଅଧ୍ଯକ୍ଷ ଡି ମୁରଲୀ କ୍ରିଷ୍ଣା,ବରିଷ୍ଠ ନାଗରିକ ମିତ୍ରସେନ ଅଗ୍ରଓ୍ବାଲ ମଞ୍ଚା ସିନ ରହିଥିଲେ। ଏହି କାର୍ଯ୍ୟକ୍ରମରେ ଅତାବିରା ମାରଓ୍ବାଡି ମହିଳା ସମିତି କାର୍ଯ୍ୟକର୍ତ୍ତା,ମାରଓ୍ବାଡି […]

ସଂଜୟ ଶତପଥୀ(କଟକ): ଚଳିତ ନିର୍ବାଚନରେ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରୁ ଅଟୋରିକ୍ସା ଚିହ୍ନରେ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ରୁପାଲୀ ଲେଙ୍କା ନିର୍ବାଚନ ମଣ୍ଡଳୀରେ ବୁଲିବୁଲି ଭୋଟଭିକ୍ଷା କରୁଥିବା ଦେଖିବାକୁ ମିଳିଛି। ବିଜେଡି ଦଳରୁ ଟିକେଟ ଆଶାୟୀ ଥିବା ରୁପାଲୀ ଟିକେଟ ନପାଇବାରୁ ସ୍ଵାଧୀନ ପ୍ରାର୍ଥୀ ଭାବେ ଚୌଦ୍ୱାର-କଟକର ଭୋଟରଙ୍କୁ ଭେଟି ଭୋଟଭିକ୍ଷା କରୁଥିବା ବେଳେ ସାଙ୍ଗରେ ତାଙ୍କର ସ୍ଵାମୀ ତଥା ଯୁବନେତା ଲୋକନାଥ ଲେଙ୍କା ଧର୍ମପତ୍ନୀଙ୍କୁ ଅଟୋରିକ୍ସା ଚିହ୍ନରେ […]

ନୂଆଦିଲ୍ଲୀ:  ଗୃହମନ୍ତ୍ରୀ ଅମିତ ଶାହା,ଏନଡିଟିଭିକୁ ଦେଇଥିବା ଏକ ସ୍ଵତନ୍ତ୍ର ସାକ୍ଷାତକାରରେ କହିଛନ୍ତି କି,ଓଡିଶାରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତାରେ ସରକାର ଗଠନ କରିବା ସହ, ଆମେ ଓଡିଶାରେ ୧୭ ଟି ଲୋକସଭା ଆସନ ଜିତିବୁ। ଏବଂ ଜୁନ୍ ୪ତାରିଖରେ ଷ୍ଟକ୍ ମାର୍କେଟରେ ଏକ ନୂତନ ରେକର୍ଡ ସୃଷ୍ଟି ହେବ । ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପର୍ଯ୍ୟନ୍ତ ୨୮୩ ଟି ଆସନରେ ଭୋଟ୍ ଗ୍ରହଣ ହୋଇଛି। ଗୃହମନ୍ତ୍ରୀ ଅମିତ ଶାହା ଦାବି […]

Breaking News

Pin It on Pinterest