ବାସ୍ତବ ବ୍ୟୁରୋ: ଦାୟିତ୍ବ ଗ୍ରହଣ କରିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମ ଥର ପାଇଁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆସନ୍ତା ୧୦ରେ ରାଷ୍ଟ୍ରପତି ଭୁବନେଶ୍ବରରେ ପହଞ୍ଚିବେ। ଗସ୍ତ କାଳରେ ସେ ରାଜଭବନରେ ଅବସ୍ଥାନ କରିବେ ଓ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ। ୧୧ ତାରିଖରେ ଦିଲ୍ଲୀ ଫେରିଯିବେ। ଗସ୍ତ ସମ୍ପର୍କରେ ରାଷ୍ଟ୍ରପତି ଭବନ ସଚିବାଳୟ ପକ୍ଷରୁ ଓଡ଼ିଶା ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ସୂଚନା ଦିଆଯାଇଛି।

ଏସ୍.ବାସ୍ତବ:କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଶୁକ୍ରବାର ଦିନ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ବିବୃତ୍ତି ପାଇଁ ରାଷ୍ଟ୍ର ପତିଙ୍କୁ ଏକ ଚିଠି ପଠାଇ କ୍ଷମା ମାଗିଛନ୍ତି। ଅଧୀର ଚିଠିରେ ଲେଖିଛନ୍ତି – ମୁଁ ହଠାତ୍ ଆପଣଙ୍କ ପାଇଁ ଭୁଲ ଶବ୍ଦ ବ୍ୟବହାର କଲି | ମୋ ଜିଭ ଖସିଗଲା| ମୁଁ କ୍ଷମା ମାଗୁଛି ଏବଂ ଏହାକୁ ଗ୍ରହଣ କରିବାକୁ ଆପଣଂକୁ ଅନୁରୋଧ କରୁଛି | ବୁଧବାର ଦିନ ଦିଲ୍ଲୀର […]

ସଞ୍ଜୟ ଶତପଥୀ(କଟକ):ଆଜି ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବ ଉପଲକ୍ଷେ କଟକନଗର ବାରବାଟୀ ନିର୍ବାଚନ ମଣ୍ଡଳୀରେ ଭାଜପା ତରଫରୁ ମର୍କତ ନଗର,ଚାନ୍ଦିନୀ ଚୌକ,ଗୌରୀଶଙ୍କର ପାର୍କ ଓ ଗଡ଼ଚଣ୍ଡୀଙ୍କ ସ୍ଥାନରେ ଆନନ୍ଦ ଉତ୍ସବ ପାଳନ କରାଯାଇଥିଲା। ବାଇମୁଣ୍ଡି ମଣ୍ଡଳରେ ସଭାପତି ଲଲାଟେନ୍ଦୁ ଦାସ,କାଠଯୋଡ଼ି ମଣ୍ଡଳ ସଭାପତି ରତନ ମହାନ୍ତି, ଗୋପାଳଜୀଉ ମଣ୍ଡଳ ସଭାପତି ଦେବାନନ୍ଦ ସିଂ ଓ ବାରବାଟି ମଣ୍ଡଳ ସଭାପତି ଶ୍ରୀମତୀ ନମିତା ମିଶ୍ର ଙ୍କ ନେତୃତ୍ୱରେ ହୋଇଥିବା […]

ଏସ.ବାସ୍ତବ:ନିର୍ବାଚିତ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ଆଜି(ସୋମବାର) ଦିଲ୍ଲୀରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ କାର୍ଯ୍ୟାଳୟର ଶପଥ ଗ୍ରହଣ କରିବେ, ଓଡିଶାର ତାଙ୍କ ବନ୍ଧୁ ଏବଂ ପଡ଼ୋଶୀମାନେ ବର୍ତ୍ତମାନଠାରୁ କିପରି ତାଙ୍କ ବନ୍ଧୁଙ୍କୁ ସମ୍ବୋଧିତ କରିବେ ସେ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି। ମୟୂରଭଞ୍ଜ ଜିଲ୍ଲାର ଉପରବେଡା ଗାଁର ବାସିନ୍ଦା ରାମଚନ୍ଦ୍ର ମୁର୍ମୁ କହିଛନ୍ତି ଯେ ରାଷ୍ଟ୍ରପତି ମୁର୍ମୁଙ୍କ ସହରର ସମସ୍ତେ ଅତ୍ୟନ୍ତ ଆନନ୍ଦିତ। ଯଦିଓ ସେ ନିଜେ ବୁଝିପାରୁ ନାହାଁନ୍ତି ଯେ ପରବର୍ତ୍ତୀ […]

ନୂଆଦିଲ୍ଲୀ: ଭାରତର ନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହ ଜୁଲାଇ ୨୫ ରେ ସଂସଦ ଭବନର ସେଣ୍ଟ୍ରାଲ ହଲରେ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଷୋମବାର ଦିନ ଶପଥ ଗ୍ରହଣ ସମାରୋହ ଯୋଗୁଁ କେତେକ ସରକାରୀ କାର୍ଯ୍ୟାଳୟକୁ ଆଂଶିକ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମାରୋହରେ ନୂତନ ସଂସଦ ଭବନର ନିର୍ମାଣ କାର୍ଯ୍ୟକୁ ମଧ୍ୟ ବନ୍ଦ କରିବାକୁ ପଡ଼ିବ। ସମସ୍ତ ସରକାରୀ ବିଭାଗ / […]

ଏସ.ବାସ୍ତବ:ରାଷ୍ଟ୍ରପତି ନିର୍ବାଚନରେ ​​ଏନଡିଏ ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଦୌପ୍ରଦୀ ମୁର୍ମୁ ଜିତିଛନ୍ତି। ଏହି ବିଜୟ ପାଇଁ ତାଙ୍କୁ ଅନେକ ଲୋକ ଅଭିନନ୍ଦନ ଜଣାଇଥିଲେ, କିନ୍ତୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଭିନନ୍ଦନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ବିଶେଷ କଥା ହେଉଛି ଏହା ଉପରେ ମୁର୍ମୁ ଦେଇଥିବା ପ୍ରତିକ୍ରିୟା ମଧ୍ୟ ବିଶେଷ ଥିଲା। ଗୋଟିଏ ପଟେ ସିଏମ ବାନାର୍ଜୀ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଦେଶର ପରିସ୍ଥିତି ବିଷୟରେ ମନେ […]

ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ଏହାସହ ଦେଶର ସେ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଛନ୍ତି ।  ଆସନ୍ତା ୨୫ ତାରିଖରେ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶ୍ରୀମତୀ ମୁର୍ମୁ ଶପଥ ଗ୍ରହଣ କରିବେ। ଶ୍ରୀମତୀ ମୁର୍ମୁ ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବେ । ସବୁ ମହଲରୁ ତାଙ୍କ ପାଇଁ ଶୁଭେଚ୍ଛାରୁ ସୁଅ ଛୁଟିଛି । ତାଙ୍କୁ ଶୁଭେଚ୍ଛା ଜଣାଇ […]

Pin It on Pinterest