ସମ୍ବଲପୁର: ରାଜ୍ୟରେ ବଢୁଥିବା ଉତ୍କଟ ବେକାରୀ ସମସ୍ୟାର ସମାଧାନ ସହିତ ପ୍ରବାସୀ ଓଡ଼ିଆମାନଙ୍କୁ ରାଜ୍ୟଭିତରେ କର୍ମନିଯୁକ୍ତି ଯୋଗେଇ ଦେବା ଦାବିରେ ସମାଜବାଦୀ ପାର୍ଟି ଲୋହିଆ ବାହିନୀ ପକ୍ଷରୁ ମହାମହିମ ରାଜ୍ୟପାଳ ଓଡ଼ିଶାଙ୍କୁ ସମ୍ବଲପୁର ରାଜସ୍ବ ଆୟୁକ୍ତଙ୍କ ଜରିଆରେ ଏକ ଦଶ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ୍ଥାନୀୟ ସାଂସ୍କୃତିକ ସମାଜ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଲୋହିଆ ବାହିନୀର ରାଷ୍ଟ୍ରୀୟ ସମ୍ପାଦକ ପ୍ରଦୀପ ମିଶ୍ର ଏକ ନଅ […]