ରାଜନଗର ବ୍ଲକ ରାଜପୁର ପଂଚାୟତ ରେ ବିଜେପିର କାର୍ଯ୍ୟକର୍ତା ସମ୍ମିଳନୀ ଓ ମିଶ୍ରଣପର୍ବ…

ବାସ୍ତବବ୍ୟୁରୋ:ରାଜନଗର ବ୍ଲକ ରାଜପୁର ପଂଚାୟତ ରେ ବିଜେପିର କାର୍ଯ୍ୟକର୍ତା ସମ୍ମିଳନୀ ଓ ମିଶ୍ରଣପର୍ବ,ଅନୁଷ୍ଠିତ ହୋଇଯାଇଛି |ଉକ୍ତ ମିଶ୍ରଣ ପର୍ବରେ ପୂର୍ବତନ ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଡ଼.ଅଲେଖ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ,ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ଶାସନର କଳଙ୍କିତ ଅଧ୍ୟାୟର ଯବନିକା ଟାଣିବା ପାଇଁ,କୃଷକ ଯୁବକ ମହିଳା ସହ ପଂଚାୟତର ପ୍ରତେକ ନାଗରିକ ଏକଜୁଟ ହେବାର ସମୟ ଆସିଛି |

ଶ୍ରୀ ଜେନା ଆହୁରିମଧ୍ୟ କହିଥିଲେକି,ଯେଉଁ ସରକାର ମା’ଭଉଣୀଙ୍କୁ ସମ୍ମାନ ଦେଇ ଶିଖିନି,ମିମିତା ମୃତ୍ୟୁର ମୁଖ୍ୟ ଆସାମୀକୁ ଘଣ୍ଟା ଘୋଡାଇ ସ୍ୱଚ୍ଛ ଶାସନର ଡିଣ୍ଡିମ ପିଟୁଛି, ସେ ବିଜେଡି ସରକାରକୁ ଆପଣ ମାନଙ୍କୁ କି ନ୍ୟାୟ ଦେବ | ୨୦୦୯ରୁ୨୦୧୪ ରାଜନଗର ନିର୍ବାଚନ ମଣ୍ଡଳୀର ଯେଉଁ ବିକାଶ ପର୍ବ ଆରମ୍ଭ ହୋଇଥିଲା, ତାହା ଆଜି ବିନାଶ ପର୍ବରେ ପରିଣତ ହୋଇଛି |ରାସ୍ତାଘାଟ, ଗଛ ମାଛ ସବୁଠି ଚୋରି,ଏହାର ସଠିକ ଜବାବ ଆପଣ ମାନେହିଁ ଦେବେ |

ଏହି ମିଶ୍ରଣ ପର୍ବରେ ବରିଷ୍ଠ ରାଜନୀତିଜ୍ଞ ଶ୍ରୀ ରମେଶ ଚନ୍ଦ୍ର ରାଉତରାଏ ବିଜୁ ଜନତା ଦଳ ଛାଡି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଥିଲେ | ସେ ତାଙ୍କର ଅଭିବ୍ୟକ୍ତି ରେ କହିଥିଲେକି,ରାଜନଗର ବିଧାୟକଙ୍କ ଅହଙ୍କାରୀ ସ୍ୱଭାବ ଏବଂ ଏକଚ୍ଛତ୍ର ବାଦ ଶାସନରେ, ରାଜନରବାସୀ ବୁଝିଲେଣି କିଏ ଠିକ କିଏ ଭୁଲ |ବିଧାୟକଙ୍କ ବିରୁଧଧ୍ୟରେ ଶାଣିତ ସ୍ୱର ଉଠାଇବାର ସମୟ ଆସି ଯାଇଛି |ସମସ୍ତେ ଏକଜୁଟ ହୋଇ ଏହାର ପ୍ରତିହତ କରବା ପାଇଁ ପ୍ରସ୍ତୁତ ହେବା ଜରୁରୀ |

ଉକ୍ତ ସଭାରେ ପ୍ରମୋଦ ଦାସ ସଭାପତିତ୍ୱ କରିଥିବା ବେଳେ,ଦିଲୀପ କୁମାର ପାତ୍ର,ନଗେନ୍ଦ୍ର ପାତ୍ର,ଜଳଧର ସାହୁ,ମେଗହୁଁ ସେଠି,ବିଜୁ ରଣା,ନୃସିଂହ ଚରଣ ସାହୁ,ଜ୍ୟୋତି ରଞ୍ଜନ ପ୍ରଧାନ,ସରୋଜ ରାଉତ,ନୃସିଂହ ପାଇକ,ରାଧାକୃଷ୍ଣ ରାଉତ,ଭାରତ ସାହୁ,ମହେଶ୍ୱର ଦାସ,ବିଜୁ ପଣ୍ଡା ଏବଂ ଶତାଧିକ ବିଜେପି କର୍ମୀ ୱାସତୀତ୍ୱ ଥିଲେ |


ବିଜେଡି ଛାଡି ଯେଉଁମାନେ ବିଜେପିରେ ସାମିଲ ହୋଥିଲେ, ସେମାନଙ୍କ ମଧ୍ୟରେ ରମେଶଚନ୍ଦ୍ର ରାଉତରାଏ,ଭାସ୍କର ରାଉତ,ନୁରସିଂ ଚରଣ ରଥ,କ୍ଷମାନିଧି ଜେନା,ମହେଶ ଦାସ ପହଲି ପାତ୍ର,କାଙ୍ଗାଳି ଜେନାଙ୍କ ସହ ୨୫ରୁ ଅଧିକ ବ୍ୟକ୍ତି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଥିଲେ |ଡ଼.ଅଲେଖ କୁମାର ଜେନା ସେମାନଙ୍କୁ ପୁଷ୍ପଗୁଚ୍ଛ ଓ ଦଳୀୟ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି ବିଜୁ ସ୍ମୃତି ଭବନରେ ବିଜେଡ଼ିର ମିଶ୍ରଣ ପର୍ବ...

Thu Nov 25 , 2021
ଦେବକାନ୍ତ ମହାନ୍ତି (ଚାନ୍ଦବାଲି):ଚାନ୍ଦବାଲି ବ୍ଲକ ବଡ଼ଓସ୍ତିଆ ପଂଚାୟତର ବିଜେପି ଦଳର ଟାଣୁଆ ନେତା ଲଲାଟେନ୍ଦୁ ରାଏ ଆଜି ତାଙ୍କର ବିଭିନ୍ନ ପଞ୍ଚାୟତ ର ତିନିଶହ ପଚାଶ କର୍ମୀଙ୍କୁ ଧରି ବିଜେଡ଼ିରେ ବିଧିବଦ୍ଧ ଭାବରେ ସାମିଲ ହୋଇଛନ୍ତି ।ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ଚାନ୍ଦବାଲି ରେ ଶଙ୍ଖ ର ଶବ୍ଦ ସେତେ ଯୋରରେ ଶୁଭିଲାଣି ଅନ୍ଯଦଳରୁ ଲୋକମାନେ ମୁଁହ ଫେରାଇ ନେଉଥିବାର ଦେଖିବାକୁ ମିଳିଛି । ଏଥିନେଇ ଚାନ୍ଦବାଲି ବିଜୁ […]

You May Like

Pin It on Pinterest