ମାହାଙ୍ଗା ମଣ୍ଡଳ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ…

ମାହାଙ୍ଗା(ସୁଶାନ୍ତ ନାୟକ): କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅଧୀନସ୍ଥ ସବଳକଣା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମାହାଙ୍ଗା ମଣ୍ଡଳ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି।ଏହି ପ୍ରଦର୍ଶନୀରେ ୭ଟି ଟିମ୍ କୁ ନେଇ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ହସ୍ତ ନିର୍ମିତ ୧୬୮ ଟି ପ୍ରକଳ୍ପ ପ୍ରଦର୍ଶିତ କରାଯାଇଥିଲା ।

ପ୍ରଧାନ ଶିକ୍ଷୟିତ୍ରୀ ଚିନ୍ମୟୀ ଦେବୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ମଣ୍ଡଳ ଅଧିକାରିଣୀ ମୋନାଲିସା ସରକାର ଯୋଗଦେଇ ପ୍ରଦର୍ଶନୀକୁ ଉଦଘାଟିତ କରିଥିଲେ।ଏହାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶାରଦା ପ୍ରସାଦ ପ୍ରଧାନ ଯୋଗଦେଇ ବିଜ୍ଞାନ ସମ୍ବନ୍ଧୀୟ ଜ୍ଞାନ କୌଶଳ ଆହରଣ କରିବା ପାଇଁ ଏଭଳି ପ୍ରଦର୍ଶନୀ ଛାତ୍ରଛାତ୍ରୀ ମାନଙ୍କୁ ବହୁତ ପ୍ରେରଣା ଦେବା ସହିତ ଭବିଷ୍ୟତ ଜୀବନରେ ସେମାନେ ଜଣେ ଜଣେ ବୈଜ୍ଞାନିକ ହୋଇ ଆମ ଦେଶ ପାଇଁ ଗୌରବ ଆଣି ପାରିବେ ବୋଲି କହିଥିଲେ ।

ସମ୍ମାନୀତ ଅତିଥି ଭାବେ ଜେ.ଏନ କଲେଜର ଅଧ୍ୟକ୍ଷ ଦିଲ୍ଳୀପ କୁମାର ନାୟକ, ମାହାଙ୍ଗା ପୁଷ୍ପଗିରି ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହୁରା ଓ ମାହାଙ୍ଗା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନେ କଠିନ ପରିଶ୍ରମ କରି ନିଜ ଭବିଷ୍ୟତ ଜୀବନକୁ ସୁଦୃଢ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀରେ ଉନ୍ନତ ମାନର ପ୍ରକଳ୍ପ ପ୍ରଦର୍ଶିତ କରି କୃତିତ୍ୱ ହାସଲ କରି ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିବା ୭ ଛାତ୍ରଛାତ୍ରୀଙ୍କ ସହିତ ଅନ୍ୟ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ମାହାଙ୍ଗା ଶିକ୍ଷା ମଣ୍ଡଳ ଅଧିକାରୀ ମୋନାଲିସା ସରକାର ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ସିଆରସିସି ଅରୁଣ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ଶେଷରେ ଅତିରିକ୍ତ ଶିକ୍ଷା ମଣ୍ଡଳ ଅଧିକାରୀ ଚିନ୍ମୟୀ କୁମାରୀ ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଭଦ୍ରେସ୍ୱର ମଣ୍ଡଳ ସଭାପତି ଭକ୍ତ ଚରଣ ସ୍ୱାଇଁ,ଭଦ୍ରେଶ୍ବର ପଞ୍ଚାୟତର ସଭାପତି ଭରତ ପ୍ରଧାନ,ଗୋପାଳପୁର ବିଶ୍ୱଭୂଷଣ ପ୍ରଧାନ,କୁରୁଜଙ୍ଗା ଦେବାଶିଷ ବରାଳ,ନାହାଙ୍ଗ ଶ୍ରୀନିବାସ ଭୂୟାଁ, ଗୋତରା ପ୍ରକାଶ ନାୟକ,ଶୁବାଶିଷ ସ୍ୱାଇଁ,ଫଗୁ ବେହେରା, ବିଦ୍ୟାଳୟର ସଭାପତି ଗୋକୁଳାନନ୍ଦ ପଣ୍ଡା ଅଭିଭାବକ,ବୁଦ୍ଧିଜୀବୀ ବହୁ ଜନ ସାଧାରଣ ଯୋଗଦେଇଥିଲେ ।

ସେୟାର କରନ୍ତୁ

Next Post

ଅଙ୍ଗନୱାଡ଼ି କର୍ମୀଙ୍କ ଦରମା ବୃଦ୍ଧି ନିଷ୍ପତି ଶିଶୁ ବିକାଶ ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ: ସ୍ମୃତି ପଟ୍ଟନାୟକ

Sun Nov 29 , 2026
ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ଓଡ଼ିଶା ବିଜେପି ବିଜେପି ସରକାର ସବୁବେଳେ ମହିଳା ସଶକ୍ତୀକରଣ, ଶିଶୁ ଅପପୃଷ୍ଟି ରୋକିବା ଓ ଭବିଷ୍ୟତର ସୁନାଗରିକ ଗଠନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଦେଢ଼ ଲକ୍ଷ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କ ଦୀର୍ଘଦିନର ଦାବି ପୂରଣ କରିଛି ବିଜେପି ସରକାର ତତ୍କାଳୀନ ବିଜେଡି ସରକାର ସମୟରେ ଅଙ୍ଗନୱାଡ଼ି ଦିଦିମାନେ ଦୀର୍ଘ ଦିନ ଧରି ଉପେକ୍ଷିତ ହୋଇ ରହିଥିଲେ ଭୁବନେଶ୍ୱର(ବାସ୍ତବକଥା):ରାଜ୍ୟ ହେଉ ବା କେନ୍ଦ୍ର […]

You May Like

Pin It on Pinterest