
କୁଆଁରମୁଣ୍ଡା (ଡ.ଅମୁଲ୍ୟ କୁମାର ଜେନା):୧୪-୧୧- କୁଆଁରମୁଣ୍ଡା ବ୍ଲକ ସଦର ମହକୁମାରରେ ଥିବା ଜନ ଶିକ୍ଷା ସଂସ୍ଥାନ ପକ୍ଷରୁ ଅଧିବାସୀ ଦକ୍ଷତା କେନ୍ଦ୍ରଠାରେ ଧରତ୍ରି ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ମହା ଆଡମ୍ବରରେ ପାଳିତ ହୋଇଥିଲା।
ଏହାକୁ ଜନ ଶିକ୍ଷ୍ୟା ସଂସ୍ଥାନ ର ନିର୍ଦ୍ଦେଶକ ଶ୍ରୀ ସୁଜିତ୍ କୁମାର ମିଶ୍ର ଙ୍କ ପ୍ରତ୍ୟେକ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା ବେଳେ ଜନ ଶିକ୍ଷ୍ୟା ସଂସ୍ଥାନ ର ପ୍ରୋଗ୍ରାମ ଅଫିସର ରାଉରକେଲାର ଶ୍ରୀ ଶଇଲେନ୍ଦ୍ର ନାରାୟଣ ପଣ୍ଡା ,ପ୍ରୋଗ୍ରାମ ଅଫିସର ଜେଏସଏସ ଶ୍ରୀ ଦୁର୍ଗା ପ୍ରସାଦ ପରିଡା , ଯେଏସଏସ ପ୍ରୋଗ୍ରାମ ସଂଯୋଜକ ଶ୍ରୀ ବସନ୍ତ କୁମାର ପଣ୍ଡା , ଯେଏସଏସ କୋଷଧ୍ୟାକ୍ ଶ୍ରୀ ପ୍ରଶାନ୍ତ ଚୌରାଶିଆ ପ୍ରମୁଖ ସହଯୋଗ କରିଥିଲେ।
ଆଜିର ଏହି ବିର୍ସା ଜୟନ୍ତୀ ଅବସରରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କୁନ୍ତୀ ପ୍ରଧାନ,ସମ୍ମାନୀୟ ଅତିଥି ଭାବେ ସରପଞ୍ଚ ରାଜେଶ୍ ହସଦା, ଜିଲ୍ଲାପରିଷଦ ରାଜେନ୍ଦ୍ର କୁଜୁରୁ ,ଉତ୍କଳ ମେଲ ର ପ୍ରତିନିଧି ଡକ୍ଟର ଅମୁଲ୍ୟ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ସଭାରେ ନିର୍ଦ୍ଦେଶକ ଶ୍ରୀ ମିଶ୍ର ସଭାପତିତ୍ବ କରିଥିବା ବେଳେ ଶ୍ରୀ ସଇଲେନ୍ଦ୍ର ପଣ୍ଡା ମଞ୍ଚ ପରିଚାଳନା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ।ପ୍ରଥମେ ସମସ୍ତ ଅତିଥି ମାନେ ବିର୍ସା ମୁଣ୍ଡାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଏହାପରେ ଆଦିବାସୀ ଦକ୍ଷତା କେନ୍ଦ୍ର ର ଛାତ୍ରୀ ମାନଙ୍କ ଦ୍ଵାରା ସମସ୍ତ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ସହିତ ଉତ୍ତରୀୟ ଦେଇ ସ୍ବାଗତ ସଙ୍ଗୀତ ଗାନ କରି ସ୍ଵାଗତ କରାଯାଇଥିଲା । ନିର୍ଦ୍ଦେଶକ ଶ୍ରୀ ମିଶ୍ର ପ୍ରଥମେ ସ୍ବାଗତ ଭାଷଣ ପ୍ରଦାନ କରି କହିଥିଲେ ଆଜି ପୁଣି ମାଟି ମନେ ପକାଇଲା ତା’ର ପୁଅକୁ, ଜଙ୍ଗଲ ମନେ ପକାଇଲା ତା’ର ବୀରକୁ।
ସମସ୍ତ ଅତିଥି ମାନେ ତାଙ୍କ ଜୀବନୀ ଓ ସଂଗର୍ଷ ଉପରେ ଆଲୋକପାତ କରିଥିଲେ ।ସଭା ପରେ ନୂତନ ପିଲାମାନଙ୍କୁ ସ୍ଵାଗତ ଓ ପରିଚୟ ପ୍ରଦାନ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା ତତ୍ ସଙ୍ଗେ ପିଲାମାନଙ୍କ ଦ୍ଵାରା ବିଭିନ୍ନ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।



