
ରାଜଗାଙ୍ଗପୁ(ସୁବାଷ ବେହେରା):ଦୀପାବଳି ଉତ୍ସବରେ ଗତ ବର୍ଷ ବେଆଇନ ବାଣ ଵେବସାୟରୁ ଅଧିକ ଲାଭ ରେ ବାଣ ବିକ୍ରି କରି ମୋଟା ଅଙ୍କ ରେ ଟଙ୍କା କମାଇ ଥିବାରୁ ଏବର୍ଷ ମଧ୍ୟ ଲାଭଖୋରୀ ଙ୍କ ଲୋଭ ଜାଗ୍ରତ ହୋଇଛି ।
ବ୍ୟବସାୟୀ ମାନେ ବେଆଇନ ବାଣ ଆଣି ଗଛିତ ରଖି ଥିବା ଵେବସାୟ ଙ୍କ ସବୁ ଆଶାକୁ ଧୂଳିସାତ କରିଦେଲା ରାଜଗାଙ୍ଗପୁର ପୋଲିସ। ଏହା ପରେ ବାକି ଆଉକେତକ ବାଣ ଵେବସାୟ ଙ୍କ ମନରେ ଛନକା ପଶିଯାଇଥିବା ଜଣା ପଡିଛି କିପରି ଵେବସାୟୀ କରିବେ ଏନେଇ ଵେବସାୟୀ ବାରମ୍ବାର ଥାନା ଦ୍ୱାରସ୍ତ ହେବାର ଦେଖିବାକୁ ମିଳୁଛି।
ସୂଚନା ଅନୁଯାଇ ରାଜଗାଙ୍ଗପୁର ପୋଲିସ କୁ କୌଣସି ସୂତ୍ରରୁ ଖବର ମିଳିବା ପରେ ସ୍ଥାନୀୟ ଏସ ଡି ପି ଓ ବିଭୁତି ଭୂଷଣ ଭୋଇ ଙ୍କ ନିର୍ଦ୍ଧେଶ ରେ ରାଜଗାଙ୍ଗପୁର ପୋଲିସ ସହର ମଧ୍ୟରୁ ତାଲାକି ପଡା ଓ ରାଣୀବନ୍ଦ ର ଦୁଇ ଗୋଦାମ ରେ ଚଢ଼ାଉ କରି ୩୯ ପକେଟ ବିଭିନ୍ନ ପ୍ରକାର ବାଣ ଜବତ କରି ଥିଲେ ଯାହାର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟ ର ହେବ ବୋଲି ଅନୁମାନ କରାଯାଉଛି l
ଦୁଇ ଗୋଦାମ ମାଲିକ ଙ୍କୁ ଅଟକ ରଖି ତଦନ୍ତ କରୁ ଥିବା ଜଣା ଯାଇଛି। ଏହି ଚଢ଼ାଉ ରେ ଏସ ଆଇ ରାଜେଶ କୁମାର ସେଠୀ, ମିଲି ସ୍ୱାଇଁ, ଅରୁଣ କୁମାର ବେହେରା ଏବଂ ଥାନା ଅନ୍ୟ କର୍ମଚାରୀ ଅଂଶ ଗ୍ରହଣ କରି ଥିବା ଜଣା ଯାଇଛି।


