
ପୁରୀ(ଜୟକୃଷ୍ଣ ଦାସ): ବାତ୍ୟା ଅର୍ଣ୍ଣବ ପ୍ରଭାବ ରେ ପୁରୀ ରେ ପ୍ରବଳ ବର୍ଷା ଲାଗି ରହିଛି। ଏଣୁ ସମୁଦ୍ର ଅଶାନ୍ତ ରହିଛି। ପର୍ଯ୍ୟଟକ ଙ୍କ ସୁରକ୍ଷା ପାଇଁ ସମୁଦ୍ର ସ୍ନାନ ଉପରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରାଯାଇଛି।
ପୁରୀ ବେଳାଭୂମି କୁ ସମ୍ପୂର୍ଣ୍ଣ ରେଡ୍ ଫ୍ଲାଗ ଲଗାଯାଇଛି। ପର୍ଯ୍ୟଟକ ମାନେ ଯେଭଳି ସମୁଦ୍ର ଭିତରକୁ ନ ଯିବେ ସେଥିପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ସମଗ୍ର ବେଳାଭୂମିରେ ପାଟ୍ରୋଲିଂ କରାଯାଉଛି। ଯେଉଁ ପର୍ଯ୍ୟଟକ ମାନେ ସମୁଦ୍ର ଭିତରକୁ ଯାଉଛନ୍ତି ସେମାନଙ୍କୁ ଲାଇଫ ଗାର୍ଡ ମାନେ ବୁଝାସୁଝା କରି ସମୁଦ୍ର କୂଳକୁ ଆଣୁଛନ୍ତି। ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବା ବେଳେ ବହୁତ୍ ବଡ ବଡ଼ ଲହଡ଼ି ଆସୁଛି। ପାଣି ଭିତରେ ଅଧିକ କରେଣ୍ଟ ରହିଛି।
ଏହି ସମୟରେ ସମୁଦ୍ର ସ୍ନାନ ଠାରୁ ଦୂରେଇ ରହିଲେ ଜୀବନ ସୁରକ୍ଷା ହୋଇପାରିବ। ଏଣୁ ପର୍ଯ୍ୟଟକ ଙ୍କ ସୁରକ୍ଷା ପାଇଁ ଲାଇଫ ଗାର୍ଡ ମାନେ ସମୁଦ୍ର କୂଳରେ ମୁତୟନ ଅଛନ୍ତି। ଚନ୍ଦ୍ରଭାଗା ରେ ମଧ୍ୟ ସମାନ କଟକଣା ଜାରି କରାଯାଇଛି। ମୋଟ ୯୩ ଜଣ ଲାଇଫ ଗାର୍ଡ ପୁରୀ ବେଳାଭୂମିରେ ୧୬ ସେକ୍ଟର ରେ ମୁତୟନ ଅଛନ୍ତି।୨୭ ଓ୨୮ ତାରିଖ ଦୁଇ ଦିନ ସମ୍ପୂର୍ଣ ବେଳାଭୂମି କୁ ଆଲର୍ଟ ରେ ରଖାଯାଇଛି।
ପୁରୀ ଅଗ୍ନିଶମ ବାହିନୀ ର ସ୍ୱର୍ଗଦ୍ୱାର ଆଉଟପୋଷ୍ଟ ଦାୟିତ୍ୱରେ ଥିବା ଅଗ୍ନିଶମ ଅଧିକାରୀ ଅନନ୍ତ ପ୍ରସାଦ ବିଶ୍ୱାଳ କହିଛନ୍ତି, ବାତ୍ୟା ଅର୍ଣ୍ଣବ ପ୍ରଭାବ ଦେଖିବାକୁ ମିଳୁଛି। ସମୁଦ୍ର ବହୁତ ଅଶାନ୍ତ ରହିଛି। ବଡ଼ ବଡ଼ ଲହଡ଼ି ଆସୁଛି। ଅନେକ ସ୍ଥାନରେ ବହୁତ କରେଣ୍ଟ ରହୁଛି। ଏଣୁ ପର୍ଯ୍ୟଟକ ସୁରକ୍ଷା ପାଇଁ ଆମେ ସମଗ୍ର ବେଳାଭୂମି କୁ ରେଡ୍ ଜୋନ୍ ରେ ରଖିଛୁ। ମୋଟ ୧୬ ଟି ସେକ୍ଟର ରେ ୯୩ ଜଣ ଲାଇଫ ଗାର୍ଡ ମୁତୟନ ଅଛନ୍ତି। କେହି ଯେଭଳି ସମୁଦ୍ର
ଭିତରକୁ ନ ଯାଆନ୍ତି କଡ଼ା ନଜର ରଖାଯାଇଛି।
ବିଚ୍ ପ୍ୟାଟ୍ରୋଲିଂ ମଧ୍ୟ କରାଯାଉଛି।୨୭ ଓ ୨୮ ତାରିଖ ଦୁଇ ଦିନ ପୁରୀ ବେଳାଭୂମି ରେ ପର୍ଯ୍ୟଟକ ସୁରକ୍ଷା ପାଇଁ କଡ଼ା କଟକଣା ଲାଗୁ କରାଯାଇଛି। ଆମେ ପର୍ଯ୍ୟଟକ ଙ୍କୁ ଅନୁରୋଧ କରୁଛୁ ଅଧିକ ଉତ୍ସାହିତ ହୋଇ କିଛି କରନ୍ତୁ ନାହିଁ । ବେଳାଭୂମିରେ ଥିବା ଲାଇଫ ଗାର୍ଡ ଙ୍କ କଥା ମାନନ୍ତୁ। ଏହା ନିଜର ଅମୂଲ୍ୟ ଜୀବନ ସୁରକ୍ଷା ହେବା ସହ ଏକ ଭଲ ଅନୁଭୂତି ନେଇ ଫେରିବେ।


