ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ, ଝାରସୁଗୁଡ଼ା….

ବାତ୍ୟା ସତର୍କତା ସମୟରେ ଦାୟିତ୍ୱବାନ ସୂଚନା ପ୍ରସାରଣ ଏବଂ ଗୁଜବ ରୋକିବା ନିମନ୍ତେ ନିବେଦନ

ଝାରସୁଗୁଡ଼ା(ନି.ପ୍ର): ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଓଡ଼ିଶାରେ ଜାରି କରାଯାଇଥିବା ବାତ୍ୟା ସତର୍କତା ପରିପ୍ରେକ୍ଷୀରେ, ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ଗଣମାଧ୍ୟମ ପ୍ରତିନିଧି, ସୋସିଆଲ ମିଡିଆ ପରିଚାଳକ ତଥା ୱେବ୍ ମିଡ଼ିଆର ପ୍ରତିନିଧି ଓ ଜିଲ୍ଲାବାସୀଙ୍କୁ ଏକ ବିଶେଷ ନିବେଦନ କରାଯାଉଛି।

ବିପର୍ଯ୍ୟୟ ପରିଚାଳନା ସମୟରେ ଜନସାଧାରଣଙ୍କ ସୁରକ୍ଷା ଓ ଶାନ୍ତି ବଜାୟ ରଖିବା ଆମ ସମସ୍ତଙ୍କର ମିଳିତ ଦାୟିତ୍ୱ । କୌଣସି ଅପ୍ରମାଣିତ ତଥ୍ୟ, ଭ୍ରାନ୍ତ ସୂଚନା ବା ଗୁଜବ ପ୍ରସାରଣ ଦ୍ୱାରା ନାଗରିକଙ୍କ ମଧ୍ୟରେ ଭୟ ଏବଂ ଆତଙ୍କ ସୃଷ୍ଟି ହେବାର ଆଶଙ୍କା ଥାଏ।

-କେବଳ ସରକାରୀ ତଥ୍ୟ ଉପରେ ବିଶ୍ୱାସ କରନ୍ତୁ-ଭାରତୀୟ ପାଣିପାଗ ବିଭାଗ, ସ୍ୱତନ୍ତ୍ର ରିଲିଫ୍ କମିଶନର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଉଥିବା ସୂଚନାକୁ ହିଁ ପ୍ରାଥମିକତା ଦିଅନ୍ତୁ ।

-ଗୁଜବ ପ୍ରସାରଣରୁ ନିବୃତ୍ତ ରୁହନ୍ତୁ- ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅସତ୍ୟ ବା ଅନଧିକୃତ ତଥ୍ୟକୁ ପ୍ରସାରଣ କରନ୍ତୁ ନାହିଁ।

-ପ୍ରଶାସନ ସହ ଯୋଗାଯୋଗ କରନ୍ତୁ- ଯଦି କୌଣସି ସନ୍ଦେହଜନକ ବାର୍ତ୍ତା, ଭିଡିଓ ବା ଖବର ଆପଣଙ୍କ ନଜରକୁ ଆସୁଛି, ତେବେ ତାହା ତୁରନ୍ତ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଜଣାନ୍ତୁ । ପ୍ରଶାସନ ତରଫରୁ ଏହାର ସଠିକ୍ ଯାଞ୍ଚ କରି ପ୍ରମାଣିତ ତଥ୍ୟ ଯୋଗାଇ ଦିଆଯିବ ।

ଭୟ ନୁହେଁ, ସଚେତନତା ହିଁ ଆମର ଶକ୍ତି । ନାଗରିକଙ୍କୁ ସଠିକ୍ ଓ ଦାୟିତ୍ୱପୂର୍ଣ୍ଣ ସୂଚନା ଦେଇ ପ୍ରଶାସନକୁ ସହଯୋଗ କରନ୍ତୁ ।

ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ସ୍ଥିତି ଉପରେ ନଜର ରଖିଛି ଏବଂ ଆବଶ୍ୟକୀୟ ସମସ୍ତ ପଦକ୍ଷେପ ଗ୍ରହଣ କରୁଛି।

ଜିଲ୍ଲା ପ୍ରଶାସନ, ଝାରସୁଗୁଡ଼ା ଦ୍ୱାରା ଜନହିତରେ ଜାରି।

ସେୟାର କରନ୍ତୁ

You May Like

Pin It on Pinterest