ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ, ରାଜ୍ୟବାସୀଙ୍କୁ ଶାରଦୀୟ ଶୁଭେଚ୍ଛା ଓ ଅଭିନନ୍ଦନ

ଭୁବନେଶ୍ୱର(ପ୍ରଶାନ୍ତ ପାଇକରାୟ)୧୭/୧୦: ପବିତ୍ର ଶାରଦୀୟ ଦୁର୍ଗାପୂଜାର ଅମୃତ ମୁହୂର୍ତରେ ମା’ ମହିଷାସୁରମର୍ଦ୍ଦିନୀ ଦୁର୍ଗାଙ୍କ ଅଶେଷ କୃପା ଓ ଆଶୀର୍ବାଦ ସମସ୍ତଙ୍କୁ ପ୍ରାପ୍ତ ହେଉ ଏହି କାମନା ସହ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ।

ଏହି ପର୍ବ ଅଧର୍ମ ଉପରେ ଧର୍ମ ଏବଂ ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ । ଏହି ମହାନ ପର୍ବ ଆମ ସମସ୍ତଙ୍କ ଜୀବନକୁ ଆଲୋକିତ ଓ ଆନନ୍ଦମୟ କରିଛି । ଜଗତଜନନୀ ମା’ ଦୁର୍ଗାଙ୍କ ଆଗମନରେ ରାଜ୍ୟର ପ୍ରତିଟି କୋଣଅନୁକୋଣରେ ଆଧ୍ୟାତ୍ମିକ ପରିବେଶ ଏବଂ ଉତ୍ସବର ମାହୋଲ ସୃଷ୍ଟି ହୋଇଛି ଏବଂ ରାଜ୍ୟର ସମସ୍ତ ଗ୍ରାମାଂଚଳ ଓ ସହରାଂଚଳରେ ଏହି ପର୍ବ ବେଶ୍ ଉତ୍ସାହ ଓ ଉଦ୍ଦୀପନା ସହ ପାଳନ କରାଯାଉଛି ।

ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଏବଂ ସୁସ୍ଥତା ଭରିଯାଉ । ମା’ଙ୍କ ଅସୀମ କୃପାରୁ ଆମ ଓଡ଼ିଶା ପ୍ରଗତି ଓ ବିକାଶର ନୂତନ ଶିଖର ଛୁଇଁବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ ମା’ ଦୁର୍ଗାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

ସେୟାର କରନ୍ତୁ

You May Like

Pin It on Pinterest