
କଳିଙ୍ଗ ଯୁବସେନା କୁ ମିଳିଲା “ପଦାରବିନ୍ଦ ସେବା ସମ୍ମାନ -୨୦୨୬”….
କଟକ(ସଞ୍ଜୟ ଶତପଥୀ): ସେବା ଓ ସମର୍ପଣ ହିଁ ଶ୍ରେଷ୍ଠ ସେବକର ପରିଚୟ,ପଦାରବିନ୍ଦ ସ୍ମୃତି ସମର୍ପିତ ଆଲୋଚନାରେ ବକ୍ତାଙ୍କ ମତ।
ପରିବେଶ ଆଜି ସମାଜର ସର୍ବଶ୍ରେଷ୍ଠ ଆହ୍ୱାନ ଓ ପ୍ରତ୍ୟେକ ନାଗରିକ ଏଥିପାଇଁ ଜାଗ୍ରତ ନହେଲେ ପରପିଢ଼ି ଭୟଙ୍କର ଦୁର୍ଦଶା ଭୋଗିବେ ତେଣୁ ଜଳ, ଭୁମି, ବାୟୁ ଓ ଆକାଶକୁ ନିର୍ମଳ ରଖିବାର ସମସ୍ତଙ୍କର ଦାୟିତ୍ୱ। ଲୋକସେବକ ଯୁବମଣ୍ଡଳ ପକ୍ଷରୁ ଆଜି ଅପରାହ୍ନରେ ଭାରତୀୟ ଏକାଡେମୀ ପରିସରରେ ଆୟୋଜିତ ସଭାରେ ଆମନ୍ତ୍ରିତ ଅତିଥିମାନେ ନିଜ ନିଜର ମତ ରଖିଛନ୍ତି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପଞ୍ଚସଖା ସାହିତ୍ୟ ଗବେଷକ ଡ଼ ନିରଞ୍ଜନ ସାହୁ ପୈ।ରାଣିକ ମତବାଦ ଅନୁସାରେ କିପରି ପରିବେଶ ସନ୍ତୁଳିତ ରହିବ ସେହିପରି ଜୀବନ ଶୈଳୀ ସମ୍ପର୍କରେ ଆଲୋକପାତ କରିଥିଲେ।ସମ୍ମାନିତ ଅତିଥି ଭାବେ ନନ୍ଦକିଶୋର ସାମଲ, ଡ଼ ପ୍ରମୋଦ ମହାପାତ୍ର ଓ ସୁପୁତ୍ର ଶ୍ରୀ ପ୍ରଦୀପ ମହାପାତ୍ର ପ୍ରମୁଖ ପଦାରବିନ୍ଦ ଙ୍କ ସ୍ମୃତି ରୋମନ୍ଥନ କରି ପରିବେଶ ପ୍ରଦୂଷଣର ଦିଗ ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଡ଼ ପ୍ରଭାସ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମ ର ଶେଷରେ ଶ୍ରୀ ମହେଶ ମଲ୍ଲ ଧନ୍ୟବାଦ ପ୍ରଦାନ କରିଥିଲେ।
ଭୁବନେଶ୍ୱର ରେ ଗୋମାତାଙ୍କ ସୁରକ୍ଷା ଓ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା କଳିଙ୍ଗ ଯୁବ ସେନା ସଂଗଠନକୁ ଅର୍ଥ ରାଶି, ମାନପତ୍ର ଓ ଉତ୍ତରୀୟ ସହ ଚଳିତ ବର୍ଷର ପଦାରବିନ୍ଦ ସେବା ସମ୍ମାନ ପ୍ରଦାନ କରାଯାଇଥିଲା। ପୁରସ୍କାରର ଉତ୍ତର ରଖି ଟ୍ରଷ୍ଟି ଶ୍ରୀ ସିଦ୍ଧାର୍ଥ ଦାସ ଓ ଶ୍ରୀମତୀ ପୁଷ୍ପାଞ୍ଜଳି ମିଶ୍ର ଗୋମାତାଙ୍କ ସମସ୍ୟା ସମ୍ପର୍କରେ କହିଥିଲେ।ଡା.ମାର୍କଣ୍ଡେୟ ଆଚାର୍ଯ୍ୟ ମାନପତ୍ର ପାଠ କରିଥିଲେ।
ଏହି ଅବସରରେ ଭାରତୀୟ ଏକାଡେମୀ ପକ୍ଷରୁ ଏକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା।
କବି ଶ୍ରୀ ସୁରେଶ ନାୟକ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ସନ୍ଧ୍ୟା ଶତପଥି ସଂଯୋଜନା କରିଥିବାବେଳେ ପରିବେଶ ସମ୍ପର୍କିତ କବିତା ପାଠ କରିଥିଲେ ଶ୍ରୀମତୀ ଅଞ୍ଜୁମନ ଆରା, ଡ଼ ବୈଜୟନ୍ତୀ ଶତପଥି, ଶ୍ରୀମତୀ ପ୍ରଭାତୀ ମାଝୀ, ଶ୍ରୀ ତପନ ସ୍ୱାଇଁ, ଶ୍ରୀ ମୁରଲୀଧର ମିଶ୍ର, କବୟିତ୍ରୀ ଶ୍ରୀମତୀ ମୀରା ବେଉରା, ଶ୍ରୀ ସଞ୍ଜୟ ସାମନ୍ତରାୟ, ଶ୍ରୀମତୀ ସଫଳା ଦାସ ପ୍ରମୁଖ କବିତା ପାଠ କରିଥିଲେ। ଶ୍ରୀ
ଦେବଦ୍ୟୁତି ସ୍ୱାଇଁ, ଶ୍ରୀ ଅଞ୍ଜନ ନାୟକ, ଶ୍ରୀ ଶରତ ଶତପଥି ଓ ଶ୍ରୀମତୀ ବିସ୍ମୟୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।




