ଆନନ୍ଦପୁର ମହାବିଦ୍ୟାଳୟରେ ଏବିଭିପି ଓ କନକ ମଞ୍ଜରୀ ରିେ ବିଜୁ ଛାତ୍ରଜନତାର ବାଜିମାତ

ଆନନ୍ଦପୁର(ନିର୍ମଳ ରାଉଳ): ଆନନ୍ଦପୁର ଗୋଟିଏ ଦୁଇଟି ମହାବିଦ୍ୟାଳୟରେ କାଁ ଭାଁ ଉତେଜନାକୁ ଛାଡିଦେଲେ ଆନନ୍ଦପୁରର ବିଭିନ୍ନ ମହାବିଦ୍ୟାଳୟ ଗୁଡିକରେ ଛାତ୍ରସଂସଦ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହିତ ସମ୍ପର୍ଣ୍ଣ ହୋଇଛି।ପ୍ରତ୍ୟେକ ମହାବିଦ୍ୟାଳୟ ଗୁଡିକରେ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ଭାବରେ ପାଳନ କରାଯାଇଥିବା ଜଣାପଡିଛି।

ଆଜି ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ଓ ସମୟ ଅନୁସାରେ ଆନନ୍ଦପୁରର ଅନ୍ୟ ସମସ୍ତ ମହାବିଦ୍ୟାଳୟ ସହିତ ଆନନ୍ଦପୁର ମହାବିଦ୍ୟାଳୟ ଓ ଆନନ୍ଦପୁର ର ଶାଳପଡା ଠାରେ ଥିବା କନକମଞ୍ଜରୀ ମହିଳା ମହାବିଦ୍ୟାଳୟରେ ସକାଳ ୮ ଟା ରୁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରାଯାଇ ଦିନ ଦୁଇଟା ସୁଦ୍ଧା ଭୋଟ ଦାନ ଚାଲିଥିଲା।ଅପରାହ୍ନରେ ଉଭୟ କଲେଜରେ ଘୋଷଣା କରାଯାଇଥିବା ନିର୍ବାଚନ ଫଳାଫଳ ଅନୁସାରେ ଆନନ୍ଦପୁର ମହାବିଦ୍ୟାଳୟରେ ସଭାପତି ପଦବି ଏବିଭିପି ସମର୍ଥିତ ପାର୍ଥିକୁ ଯାଇଥିବା ବେଳେ କନକମଞ୍ଜରୀ ମହିଳା ମହାବିଦ୍ୟାଳୟରେ ସଭାପତି ସହିତ ସମସ୍ତ ପ୍ୟାନେଲ ର ପାର୍ଥି ମାନେ ବିଜୁ ଜନତା ଦଳର ସମର୍ଥିତ ପାର୍ଥି ଭାବରେ ନିର୍ବାଚିତ ହୋଇଥିବା ଜଣାପଡିଛି ।ଆନନ୍ଦପୁର ମହାବିଦ୍ୟାଳୟରେ ଏବିଭିପି ସମର୍ଥିତ ତୃତିୟ ବର୍ଷର ରାଜନିତି ବିଜ୍ଞାନ ବିଭାଗର ଛାତ୍ରୀ ଅଙ୍କିତା ପ୍ରିୟଦର୍ଶନି ମଲ୍ଲିକ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ଦ୍ଵିତିୟ ବର୍ଷ ସଂସ୍କୃତି ବିଭାଗର ଛାତ୍ର ସବ୍ୟସାଚି ବେହେରା ନିର୍ବାଚିତ ହୋଇଛ। ସେହିଭଳି ସମ୍ପାଦକ ଭାବରେ କାର୍ତିକେୟ ଯେନା ନିର୍ବାଚିତ ହୋଇଥିବା ବେଳେ ଚାମାଟିକ ସମ୍ପାଦକ ଭାବରେ ଶିବର୍ପିତା ନାୟକ ନିର୍ବାଚିତ ହୋଇଥିବା ଜଣାପଡିଛି।

ସେହିଭଳି କନକମଞ୍ଜରୀ ମହିଳା ମହାବିଦ୍ୟାଳୟରେ ବିଜୁ ଜନତା ଦଳ ସମର୍ଥିତ ପାର୍ଥିନି ଅନିମା ଘଡାଇ ସଭାପତି ଭାବରେ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବରେ ଦେବସ୍ମିତା ସାହୁ ସମ୍ପାଦକ ଭାବରେ ଅନନ୍ୟା ସ୍ୱାଇଁ , ସହସମ୍ପାଦକ ଭାବରେ ବିଉଟି ବେହେରା, ଡ୍ରାମାଟିକ ସମ୍ପାଦକ ଭାବରେ ମେଘାଳି ଦାସ ନିର୍ବାଚିତ ହୋଇଛନ୍ତି।ଖେଳ ସମ୍ପାଦକ ଭାବରେ ସମିକ୍ଷା ନାୟକ ନିର୍ବାଚିତ ହୋଇଥିବା ଜଣାପଡିଛି।ଉଭୟ ମହାବିଦ୍ୟାଳୟରେ ଶାଢି ଶୃଙ୍ଖଳାରେ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଆନନ୍ଦପୁର ମହାବିଦ୍ୟାଳୟରେ ପାର୍ଥି ଘୋଷଣା ପରେ ଉଭୟ ଦଳ ମଧ୍ୟରେ ଉତେଜନା ପ୍ରକାଶ ପାଇଥିବା ବେଳେ ଭୋଟ ଭୋଟ ଦାନ ପ୍ରକ୍ରିୟା ଆରମ୍ଭ ହେବା ପରେ ଆନନ୍ଦପୁରର ସାଇଁକୂଳ ଠାରେ ଥିବା ପତିତପାବନ ମହାବିଦ୍ୟାଳୟରେ କ୍ୟାମ୍ପସ ଭିତରେ ପ୍ରବେଶକୁ ନେଇ ଦୁଇ ଗୋଷ୍ଟ୍ ମଧ୍ୟରେ ଉତେନ ପ୍ରକାଶ ପାଇଥିବା ଏବଂ ହାତାହାତି ପର୍ଯ୍ୟନ୍ତ କଥାଯାଇଥିଲା ତେବେ ପରବର୍ତି ସମୟରେ ପୁଲିସ ପ୍ରଶାସନର ହସ୍ତକ୍ଷେପ ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।

ସେୟାର କରନ୍ତୁ

Next Post

ମିଶନ ବାତ୍ସଲ୍ୟ ଯୋଜନା ରେ ପୃଷ୍ଠପୋଷକତା ଆର୍ଥିକ ସହାୟତା ପ୍ରଦାନ...

Fri Oct 16 , 2026
ସୁବର୍ଣ୍ଣପୁର(ବାସ୍ତବକଥା):– ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଶ୍ରୀ ଦେବାଶିଷ ସିଂ ଦଶ ଜଣ ପିତୃମାତୃହିନ ଶିଶୁ ଙ୍କୁ ମିଶନ ବାତ୍ସଲ୍ୟ ଯୋଜନା ରେ ପୃଷ୍ଠପୋଷକତା ଆର୍ଥିକ ସହାୟତା ପ୍ରତ୍ୟେକଙ୍କୁ ୨୦,୦୦୦(କୋଡ଼ିଏ ହଜାର) ଟଙ୍କା ର ଚେକ୍ ପ୍ରଦାନ କରିଅଛନ୍ତି। ଏହି ଅବସରରେ ୬ ଗୋଟି ବ୍ଲକ ରୁ ୧୬୧ ଜଣ ଶିଶୁଙ୍କୁ ମୋଟ ୩୨,୨୦,୦୦୦(ବତିଶି ଲକ୍ଷ କୋଡିଏ ହଜାର) ଟଙ୍କା […]

You May Like

Pin It on Pinterest