ଆଜିର ଖାସ୍ ଖବର

ସେପ୍ଟେମ୍ବର ୩୦ ପୂର୍ବରୁ ମୌସୁମୀ ଅଧିବେଶନ, ଟ୍ବିଟ୍‌ କରି ସୂଚନା ଦେଲେ ବାଚସ୍ପତି ।

ଏଣିକି ଅନ୍‌ଲାଇନ୍‌ରେ ସମସ୍ତ ବିଦ୍ୟୁତ୍‌ ସେବା, ସବୁ ବିତରକ କମ୍ପାନିଙ୍କ ପାଇଁ ଗୋଟିଏ ପୋର୍ଟାଲ୍‌ ।

୭ ଦିନରେ ପଜିଟିଭ୍ ହାର କମାଅ, ୪ ଜିଲ୍ଲା ପାଇଁ ସ୍ବତନ୍ତ୍ର ରଣନୀତି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ । ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼ ଓ ରାୟଗଡ଼ାକୁ ଗୁରୁତ୍ବ, ଲକ୍ଷଣବିହୀନ ରୋଗୀ ଗୃହ ସଂଗରୋଧରେ ରହିବେ ।

ବୁଡ଼ିବାକୁ ଲାଗିଲାଣି ହୋଟେଲ୍‌ ଶିଳ୍ପ! ୮୦ ପ୍ରତିଶତ କର୍ମଚାରୀ କାମ ହରାଇଲେଣି । ହୋଟେଲ୍‌ ବିକିବାକୁ ଗରାଖ ଖୋଜୁଛନ୍ତି ମାଲିକ, ହୋଟେଲ୍‌ ଖୋଲିଲେ ବି ପର୍ଯ୍ୟଟକ ନାହାନ୍ତି ।

ଆଜି ପୂର୍ବାହ୍ନ ୧୧ଟା ୩୦ରେ ଯୁକ୍ତ୨ ବାଣିଜ୍ୟ ପରୀକ୍ଷା ଫଳ ଘୋଷଣା କରିବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଏଆର୍‌ଆଇଆଇଏ ରାଙ୍କିଙ୍ଗରେ କିଟ୍ ଶ୍ରେଷ୍ଠ, ଘରୋଇ/ଡିମ୍‌ଡ ବିଶ୍ୱବିଦ୍ୟାଳୟ ବର୍ଗରେ ପ୍ରଥମ ।

ମାଟ୍ରିକ୍‌ ପରୀକ୍ଷା ଖାତା ଯାଞ୍ଚ ଆବେଦନ ୨୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି ।

ଓଡ଼ିଶା ଓ ଦିଲ୍ଲୀ ସମେତ ଦେଶର ଅନ୍ୟ ସ୍ଥାନରେ ଆଗାମୀ ୪୮ ଘଣ୍ଟାରେ ପ୍ରବଳ ବର୍ଷା ଆଶଙ୍କା ।

ସ୍ୱଦେଶୀ ଭ୍ୟାକସିନ୍ ନେଇ ବଡ଼ ଖବର, ଆଜିଠାରୁ ଆରମ୍ଭ ହେବ ଅନ୍ତିମ ପର୍ଯ୍ୟାୟ ଟ୍ରାଏଲ୍ ।

୩୩% ପ୍ରବାସୀଙ୍କୁ ମିଳିନି ମାଗଣା ଖାଦ୍ୟଶସ୍ୟ, ଭର୍ତ୍ତୃହରିଙ୍କ ଅଧ୍ୟକ୍ଷତାରେ ଗଠିତ ସଂସଦୀୟ କମିଟିକୁ ସୂଚନା ଦେଲେ କେନ୍ଦ୍ର ସରକାର ।

ସୁପ୍ରିମ କୋର୍ଟରେ ପିଜି ଓ ୟୁଜି ପରୀକ୍ଷା ଫଳ ପ୍ରକାଶ ମାମଲା: ଶୁଣାଣି ଶେଷ, ରାୟ ସଂରକ୍ଷିତ ।

ସୁଶାନ୍ତ ସିଂହ କେସର ତଦନ୍ତ ସିବିଆଇ କରିବ ନାଁ ମୁମ୍ବାଇ ପୋଲିସ, ସୁପ୍ରିମକୋର୍ଟରେ ଆଜି ଶୁଣାଣୀ ।

ଆମେରିକାର ୨୦୨୦ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଜୋ ବାଇଡେନ୍‌ଙ୍କୁ ପ୍ରାର୍ଥୀ ମନୋନୀତ କଲା ଡେମୋକ୍ରାଟିକ୍ ପାର୍ଟି ।

ଆଫଗାନିସ୍ତାନ ସ୍ୱାଧୀନତା ଦିବସ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଭାରତରେ କୋଭିଡ୍ ଟିକା ସ୍ପୁଟ୍‌ନିକ୍-୫ ଉତ୍ପାଦନ କରିବାକୁ ମସ୍କୋ ରୁଷ୍ ଆଗ୍ରହୀ : ‘ଡାଇରେକ୍ଟ୍‌ ଇନ୍‌ଭେଷ୍ଟମେଣ୍ଟ୍‌ ଫଣ୍ଡ୍‌’ର ସିଇଓ କିରିଲ୍‌ ଡିମିତ୍ରିଏଭ୍ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସୁଶାନ୍ତ ସିଂ ମୃତ୍ୟୁ ମାମଲା ତଦନ୍ତ କରିବ ସିବିଆଇ...

Wed Aug 19 , 2020
ବାସ୍ତବ ବ୍ୟୁରୋ-ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି । ଏବେ ଯାଏଁ ସଂଗ୍ରହ ହୋଇଥିବା ସମସ୍ତ ପ୍ରମାଣକୁ ସିବିଆଇକୁ ହସ୍ତାନ୍ତର କରିବାକୁ ସୁପ୍ରିମ୍ କୋର୍ଟ ମୁମ୍ବାଇ ପୁଲିସକୁ କହିଛନ୍ତି । ଏଥିସହ ତଦନ୍ତରେ ସହଯୋଗ କରିବାକୁ ମୁମ୍ବାଇ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ସୁଶାନ୍ତ ସିଂଙ୍କ ପିତାଙ୍କ ଅଭିଯୋଗ ଆଧାରରେ ପାଟନାରେ […]

You May Like

Pin It on Pinterest