ମା’କଣ୍ଟାବାଉଁଶୁଣୀ ସେବାୟତ ମଣ୍ଡଳୀର ନୂତନ କମିଟି ଗଠନ….

ଦାମନଯୋଡ଼ି(ସରୋଜିନୀ ଆଚାର୍ଯ୍ୟ):ଦାମନଯୋଡ଼ିର ଆରାଧ୍ୟା ଦେବୀ ମା’ କଣ୍ଟାବାଉଁଶୁଣୀଙ୍କ ପୀଠର ନୂତନ ପରିଚାଳନା କମିଟି ଗଠିତ ହୋଇଛି।ଦୁଇବର୍ଷ ପାଇଁ ଗଠିତ ନୂତନ କମିଟିରେ ନାଲକୋ ମୁଖ୍ୟ ମହାପ୍ରବନ୍ଧକ ଦୁର୍ଯ୍ୟୋଧନ ବେହେରା ସଭାପତି ରହିଛନ୍ତି।

ନାଲକୋ ପ୍ରତିଷ୍ଠା ସମୟରେ ମା’ଙ୍କ ପୀଠ ନିକଟରୁ ବାସଚ୍ୟୁତ ୪ଟି ଗାଁ ସିନ୍ଧିପାର,କଣ୍ଟାଗୁଡ଼ା,ଗାଦିପାବିଲି ଓ ଡୁମୁରିଗୁଡ଼ାର ପ୍ରତିନିଧିଙ୍କ ସହିତ କମିଟିରେ ମୋଟ ୬୭ଜଣ କର୍ମକର୍ତ୍ତା ଓ ସଦସ୍ୟ ରହିଛନ୍ତି।ନୂତନ ଓ ପୁରାତନ କମିଟି ସହିତ ନାଲକୋ ବରିଷ୍ଠ ପଦାଧିକାରୀ ଓ ବୁଦ୍ଧିଜୀବୀଙ୍କୁ ନେଇ ଏକ ବୈଠକ ରବିବାର ମା’ଙ୍କ ପୀଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।ନାଲକୋ କର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ମିଶ୍ର ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକ, ଚନ୍ଦ୍ରମୋହନ ମହାନ୍ତ,ତପନ ସାମନ୍ତରାୟ ଓ ରମେଶ ଚନ୍ଦ୍ର ମହାଳିକ,ମହାପ୍ରବନ୍ଧକ ପି କେ ମହାରଣା,ଉପ ମହାପ୍ରବନ୍ଧକ ମନୋରଂଜନ ବେହେରା ଓ ଏଜିଏମ ଅରୁଣ କୁମାର ମହାନ୍ତିଙ୍କ ସମେତ ଉଭୟ ମାଇନ୍ସ ଓ ପ୍ଲାଣ୍ଟର ସ୍ବୀକୃତି ପ୍ରାପ୍ତ ଶ୍ରମିକ ସଂଗଠନ କର୍ମକର୍ତ୍ତା,ଅନୁସୂଚୀତ ଜାତି ଜନଜାତି କର୍ମଚାରୀ କଲ୍ୟାଣ ସଂଘ ଓ ନାଲକୋ ଅଫିସର୍ସ ଆସୋସିଏସନ୍ କର୍ମକର୍ତ୍ତା ନିମନ୍ତ୍ରିତ ଅତିଥି ରୂପେ ଯୋଗ ଦେଇଥିଲେ।ଅତିଥିଙ୍କ ସହିତ ନୂତନ ଓ ପୁରାତନ କମିଟି କର୍ମକର୍ତ୍ତା,ପୂଜକ ଓ ସେବାୟତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏଥିରେ ଉଦବୋଧନ ଦେଇ ମୁଖ୍ୟ ଅତିଥି ତଥା ଇଡି ଶ୍ରୀ ମିଶ୍ର କହିଥିଲେ ଯେ ସମସ୍ତଙ୍କ ସହଯୋଗରେ ମା’ଙ୍କ ପୀଠର ଉନ୍ନୀତ କରଣ ଓ ମା’ଙ୍କ ମହିମା ପ୍ରଚାର ପ୍ରସାର ହେବ। ନାଲକୋ ସମେତ ପାରିପାର୍ଶ୍ଵିକ ଗ୍ରାମବାସୀଙ୍କ ଉନ୍ନତି ଓ ମଙ୍ଗଳ ପାଇଁ ମୁଖ୍ୟ ଅତିଥି ମା’କଣ୍ଟାବାଉଁଶୁଣୀଙ୍କ କୃପାଭିକ୍ଷା କରିଥିଲେ।

ନୂତନ ପରିଚାଳନା କମିଟିର ସମ୍ପାଦକ ଲୋକନାଥ କୁଳଦୀପ ଉପସଭାପତି ଶତୃଘ୍ନ ଖରା,ଯୁଗ୍ମ ସମ୍ପାଦକ ତ୍ରିଲୋଚନ ମାଳି ଓ କୋଷାଧ୍ୟକ୍ଷ ଉମାକାନ୍ତ ସେନାପତି ଉପସ୍ଥିତ ଥିବାବେଳେ ପୁରାତନ କମିଟି ସଭାପତି ଜିତେନ୍ଦ୍ର ନାହାକ ଓ ସମ୍ପାଦକ କୃତିବାସ ରାଜୁ ପ୍ରମୁଖ ଉପସ୍ଥିତ ଥିଲେ।ନିର୍ମଳ କୁମାର ରାଉତ ମଞ୍ଚ ସଂଯୋଜନା କରିଥିବା ବେଳେ ଶତୃଘ୍ନ ଖରା ଧନ୍ୟବାଦ ଅର୍ପଣ କରିଥିଲେ।ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା।

ସେୟାର କରନ୍ତୁ

You May Like

Pin It on Pinterest