ସ୍ୱର୍ଗତ ସରୋଜ ମେହେରଙ୍କ ଶୁଦ୍ଧିକ୍ରିୟା ଅବସରରେ ନିଷ୍ଠା ପରିବାର ସହଯୋଗରେ ରକ୍ତ ଦାନ ଶିବିର….

ନବୀନ ଦାଶ(ବରଗଡ଼): ସ୍ୱର୍ଗତ ସରୋଜ ମେହେର ଙ୍କ ଶୁଦ୍ଧିକ୍ରିୟା ଅବସରରେ ତାଙ୍କ ବାସଭବନ ଜାଣ୍ଡୋଲ, ଭେଡେନ,ବରଗଡ଼ ଠାରେ ନିଷ୍ଠା ପରିବାର ସହଯୋଗ ରେ ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳୀ ପୂର୍ବକ ଏକ ସ୍ବେଛାକୃତ ରକ୍ତ ଦାନ ଶିବିର ଆୟୋଜନ ହୋଇଥିଲା।ଏହି ଶିବିର ରେ ସାତ ଯୋଡ଼ା ଦମ୍ପତ୍ତି, ହେଲ୍ପିଂ ହାର୍ଟ ର ମୁଖ୍ୟ ସତ୍ୟାନନ୍ଦ ପାଣ୍ଡେଙ୍କ ସମେତ ସର୍ବମୋଟ୍ ୪୨ୟୁନିଟ୍ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ୱାରା ସଂଗୃହିତ ହେଇଥିଲା।

ଏହି ଅବସରରେ ନିଷ୍ଠା ପରିବାର ତରଫ ରୁ ସ୍ୱର୍ଗତ ସରୋଜ ମେହେର ଙ୍କ ସ୍ମୃତି ରେ ଆୟୋଜନ କରିଥିବା ରକ୍ତ ଦାନ ଶିବିର ପାଇଁ ତାଙ୍କ ପରିବାବର୍ଗଙ୍କୁ ମୋମେଣ୍ଟୋ ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇ ଥିଲା।ସ୍ୱର୍ଗତ ମେହେର ଙ୍କ ପତ୍ନୀ କଳ୍ପନା ମେହେର,ପୁଅ ପିଙ୍କୁ ମେହେର,ଝିଅ ସ୍ବପ୍ନା ମେହେର ଓ ଜ୍ବାଇଁ ଗଣେଶ ମେହେର ଆଜିର ରକ୍ତ ଦାନ ଶିବିର ହିଁ ତାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳୀ ବୋଲି କୋହ ଭରା କଣ୍ଠ ରେ କହିବା ସହ ରକ୍ତ ଦାତା ମାନଙ୍କୁ ହୃଦୟ ରୁ ଧନ୍ୟବାଦ ଅର୍ପଣ କରିଥିଲେ . ନିଷ୍ଠା ପରିବାର ର ଉପଦେଷ୍ଠା ଦୂର୍ବାଦଳ ଷଡ଼ଙ୍ଗୀ,ସଭାପତି ରକ୍ଷପାଲ ସାହୁ, ସମ୍ପାଦକ ଲୋକନାଥ ସାହୁ,ଚିତ୍ରସେନ ପ୍ରଧାନ,ଲିଙ୍ଗରାଜ ସାହୁ ପ୍ରମୁଖ ଶିବିର ପରିଚାଳନା ରେ ସହଯୋଗ କରିଥିଲେ।ରକ୍ତଦାନ କରିଥିବା ସମସ୍ତ ରକ୍ତ ଦାତା, ସହଯୋଗୀ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ଧନ୍ୟବାଦ ।

ନିଜର ଆତ୍ମୀୟଙ୍କୁ ହରାଇ ଅତ୍ୟନ୍ତ ଭାଙ୍ଗି ପଡନ୍ତି ପରିବାର ଲୋକ। କିଛି ବିଚାର କରିବା ସମ୍ଭପର ହୁଏ ନାହିଁ କିନ୍ତୁ ମେହେର ପରିବାର ଶୁଦ୍ଧି କ୍ରିୟା ଅବସରରେ ଏଭଳି ଏକ ନିଆରା କାର୍ଯ୍ୟକ୍ରମ କରି ସମାଜ ପାଇଁ ଏକ ଉଦାହଣ ସୃଷ୍ଟି କରୁଥିବାରୁ ନିଷ୍ଠା ପରିବାର ତରଫ ରୁ ତାଙ୍କୁ ସାଧୁବାଦ ଓ କୋଟି ପ୍ରଣାମ ଜଣାଇଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଦେବାହାଲ୍ ରେ ଜୟକିଶାନ ପାଠାଗାର ଆନୁ କୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ....

Sun Jul 31 , 2022
ନବୀନ ଦାଶ(ବରଗଡ଼)୩୧ ଜୁଲାଇ; ଦେବାହାଲ୍ ସ୍ଥିତ ଜୟକିଶାନ ପାଠାଗାର ଆନୁକୂଲ୍ୟରେ ପ୍ରତିବର୍ଷ ପରି ଏଥର ମଧ୍ୟ ବୃକ୍ଷ ରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଦେବାହାଲ୍ ରେଳ ଷ୍ଟେସନ୍ ଛକ ଠାରୁ ରେଳ ଲାଇନ୍ କଡରେ ଥିବା ରାସ୍ତାର ଉଭୟ ପାଶ୍ୱରେ ପାଞ୍ଚସହ ବୃକ୍ଷ ରୋପଣ କରାଯାଇଥିଲା। ପାଠାଗାରର ସଭାପତି ଅବସରପ୍ରାପ୍ତ ସେନା କର୍ମଚାରୀ ସୁବେଦାର ମେଜର କାଶିଶ୍ଵର ବେହେରା ଓ ବ୍ରହ୍ମକୁମାରୀ ଭଉଣୀ ବନିତା ପ୍ରଥମ ବୃକ୍ଷ ରୋପଣ […]

You May Like

Pin It on Pinterest