
ପୁରୀ(ଜୟକୃଷ୍ଣଦାସ):ପୁରୀ ଗ୍ରାଣ୍ଡ ରୋଡ୍ ଅଞ୍ଚଳରେ ଥିବା ବରୋଦା ବ୍ୟାଙ୍କର ଦୁଇଜଣ କର୍ମଚାରୀଙ୍କ ବିରୋଧରେ ଟଙ୍କା ହଡ଼ପ ଓ ଚଞ୍ଚକତା କରାଯାଇଥିବା ନେଇ ଅଭିଯୋଗ ଉଠିଛି। ଏନେଇ ଜଗନ୍ନାଥ ବାରିକ ନାମକ ଜଣେ ବ୍ୟକ୍ତି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।
ଅଭିଯୋଗ ଅନୁସାରେ, ଜଗନ୍ନାଥ ବାରିକ ଜଣେ ଠିକାଦାର ଭାବେ ବିଭିନ୍ନ ସରକାରୀ ବିଭାଗ ଅଧୀନରେ ରାସ୍ତା ଓ ମରାମତି କାର୍ଯ୍ୟ କରୁଥିଲେ। ସରକାରୀ କାମରୁ ମିଳୁଥିବା ଅର୍ଥ ତାଙ୍କ ବ୍ୟାଙ୍କ ଖାତାକୁ ଆସୁଥିବାରୁ ସେ ଚେକ୍ ମାଧ୍ୟମରେ ଟଙ୍କା ଉଠାଇ ଶ୍ରମିକମାନଙ୍କୁ ମଜୁରୀ ପ୍ରଦାନ କରୁଥିବା ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି।
ନିଜେ ଅଧିକ ଲେଖାପଢ଼ା ଜାଣିନଥିବାରୁ ବ୍ୟାଙ୍କର କର୍ମଚାରୀ ଦୀପକ ଦାସଙ୍କ ସହାୟତାରେ ଚେକ୍ ପୂରଣ କରି ଟଙ୍କା ଉଠାଉଥିଲେ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି। ତାଙ୍କ ଅଜ୍ଞତାର ସୁଯୋଗ ନେଇ ଦୀପକ ଦାସ ଓ ଅନ୍ୟ ଜଣେ କର୍ମଚାରୀ ଶ୍ରୀକୁମାର ପ୍ରଧାନ ଚଞ୍ଚକତା କରି ଖାତାରୁ ଟଙ୍କା ହଡ଼ପ କରିଥିବା ନେଇ ଅଭିଯୋଗ ହୋଇଛି।
ଘଟଣାର ସତ୍ୟତା ଯାଞ୍ଚ କରି ବ୍ୟାଙ୍କ ଖାତାର ଲେନଦେନ, ଚେକ୍ ଓ ସମ୍ପୃକ୍ତ ଦଲିଲପତ୍ର ଯାଞ୍ଚ କରାଯାଇ ଦୋଷୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ଅଭିଯୋଗକାରୀ ଦାବି କରିଛନ୍ତି।
ତେବେ ପ୍ରକୃତରେ ଟଙ୍କା ହଡ଼ପ ହୋଇ
ଥିବା ପ୍ରମାଣ ମିଲିବା ପରେ ,ବ୍ୟାଙ୍କ କର୍ମଚାରୀ ଦୀପକ ଦାସ କୁ କୁମ୍ବାରପଡା ଥାନା ରେ ଅଟକ ରଖାଜାଇଛି।



