ପୁରୀ(ଜୟକୃଷ୍ଣଦାସ):ପୁରୀ ଗ୍ରାଣ୍ଡ ରୋଡ୍‌ ଅଞ୍ଚଳରେ ଥିବା ବରୋଦା ବ୍ୟାଙ୍କର ଦୁଇଜଣ କର୍ମଚାରୀଙ୍କ ବିରୋଧରେ ଟଙ୍କା ହଡ଼ପ ଓ ଚଞ୍ଚକତା କରାଯାଇଥିବା ନେଇ ଅଭିଯୋଗ ଉଠିଛି। ଏନେଇ ଜଗନ୍ନାଥ ବାରିକ ନାମକ ଜଣେ ବ୍ୟକ୍ତି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ଅଭିଯୋଗ ଅନୁସାରେ, ଜଗନ୍ନାଥ ବାରିକ ଜଣେ ଠିକାଦାର ଭାବେ ବିଭିନ୍ନ ସରକାରୀ ବିଭାଗ ଅଧୀନରେ ରାସ୍ତା ଓ ମରାମତି କାର୍ଯ୍ୟ କରୁଥିଲେ। ସରକାରୀ କାମରୁ ମିଳୁଥିବା […]

ପୁରୀ(ଜୟକୃଷ୍ଣ ଦାସ): ୩୧-ଅଗଷ୍ଟ – ପୁରୀ ବଳିଆପଣ୍ଡା ପାର୍କ ନିକଟରେ ଗତକାଲି ମଧ୍ୟରାତ୍ରରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଝାଡ଼ଖଣ୍ଡ ନମ୍ବର ଥିବା ଏକ ଗାଡି ଧକ୍କାରେ ଜଣେ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । ଘଟଣାରେ ଉତ୍ୟେକ୍ତ ଲୋକେ ଗାଡି ଭଙ୍ଗାରୁଜା କରିଛନ୍ତି । ଚାଳକକୁ ଅଟକ ରଖି ପଚରାଉଚୁରା କରୁଛି ବଳିଆପଣ୍ଡା ପୋଲିସ ।ଗୁରୁତର ଯୁବକ ଜଣକ ହେଉଛନ୍ତି ପୁରୀ ଗୌଡ଼ବାଡ ସାହିର କାମଦେବ […]

ପୁରୀ(ଜୟକୃଷ୍ଣଦାସ): ପୁରୀ ସହରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିରେ ନିର୍ମାଣକୁ ନେଇ ପୁଣିଥରେ ଅଭିଯୋଗ ଓ ପ୍ରଶ୍ନ ଉଠିଛି। ଗୁଣ୍ଡିଚା ମନ୍ଦିର ପଛପଟ ରାସ୍ତା, ବସ୍‌ଷ୍ଟାଣ୍ଡ ଆଉଟ୍‌ଗେଟ୍‌ ନିକଟସ୍ଥ କରୁଣା ମେଡିସିନ୍‌ ପାଖରେ ଥିବା ଶ୍ରୀଜଗନ୍ନାଥଙ୍କ ଜମିରେ ଅନୁମତି ନେଇ ନିର୍ମାଣ କାର୍ଯ୍ୟ ଚାଲିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଉକ୍ତ ଜମିରେ ଘର ନିର୍ମାଣ ପାଇଁ ଅନୁମତି ନିଆଯାଇଥିବା କୁହାଯାଉଥିବା ବେଳେ ବର୍ତ୍ତମାନ ସେଠାରେ ହୋଟେଲ ନିର୍ମାଣ କାର୍ଯ୍ୟ ଚାଲିଛି। […]

ବାସେଳିସାହି,ପୁରୀ(ଜୟକୃଷ୍ଣ ଦାସ): ଅସାମାଜିକଙ୍କ ବିରୋଧରେ ସ୍ୱତନ୍ତ୍ର ଅଭିଯାନକୁ ଜୋରଦାର କରିଛି ବାସେଳିସାହି ଥାନା ପୁଲିସ। ଗତ ୨୪ ଅଗଷ୍ଟ ୨୦୨୬ ରାତିରେ ମଙ୍ଗଳାଘାଟସ୍ଥିତ ଫ୍ଲୋରିସ୍ ଇଣ୍ଡିଆ ବିଲ୍ଡିଂ ନିକଟରେ ଦୋକାୟତି କରିବା ଉଦ୍ଦେଶ୍ୟରେ କିଛି ଯୁବକ ଏକାଠି ହୋଇଥିବା ଖବର ପାଇ ପୁଲିସ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ପୁଲିସ ୫ ଜଣଙ୍କୁ ଧରି ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ—ସତ୍ୟ ନାୟକ (୨୮), କୈଳାଶ ନାୟକ (୨୯), ସନ୍ତୋଷ […]

ଜିଲ୍ଲାପାଳ ଙ୍କ ଜଳ ପ୍ଲାବିତ ଅଞ୍ଚଳ ପରିଦର୍ଶନ ଓ ପ୍ରଭାବିତ ଙ୍କ ସହ ଆଲୋଚନା ପୁରୀ(ଜୟକୃଷ୍ଣ ଦାସ): ଚଳିତ ବନ୍ୟାରେ ପୁରୀ ଜିଲ୍ଲାର ନିମାପଡା, ପିପିଲି,ଡେଲାଙ୍ଗ, ପୁରୀ ସଦର ଓ କଣାସ ବ୍ଲକ ର ମୋଟ ୧୪ ଟି ପଞ୍ଚାୟତ ର ୧୯ ଟି ଗ୍ରାମ ପ୍ରଭାବିତ ହୋଇଛି।ଏଥିରେ ମୋଟ ୧୭୨୨୧ ଜଣ ବ୍ୟକ୍ତି ପ୍ରଭାବିତ ହୋଇଛନ୍ତି ବୋଲି ଜିଲ୍ଲା ଜରୁରୀ ବିଭାଗ ସୂଚନା ଦେଇଛନ୍ତି। ଏଯାବତ ୩୪୫ ଜଣ […]

ପୁରୀ(ଜୟକୃଷ୍ଣ ଦାସ):ପୁରୀ ଜିଲ୍ଲାର ଚନ୍ଦନପୁର ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ହତ୍ୟା କରାଯାଇଥିବା ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣା ପରେ ପୁରୀର ଆଇନ-ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି। ଏହାରି ମଧ୍ୟରେ ଚନ୍ଦନପୁର ପୋଲିସ ବାଇକ୍ ଚୋରି ମାମଲାରେ କେତେକ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ଦେଇଛି। ତେବେ କେତେକ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରୁଛନ୍ତି ଯେ, […]

ପୁରୀ(ଜୟକୃଷ୍ଣ ଦାସ): ପୁରୀ ରଥଯାତ୍ରା, ବାହୁଡ଼ା ଯାତ୍ରା ଏବଂ ସୁନାବେଶ ସମୟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ, ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଅଭିଯୋଗ ହେଉଛି, ଅନେକ ଗଣମାଧ୍ୟମ ପ୍ରତିନିଧି ଓ ସେମାନଙ୍କ ସହଯୋଗୀଙ୍କୁ କର୍ଡନ ମଧ୍ୟକୁ ସହଜରେ ଛଡ଼ାଯାଇନଥିବା ବେଳେ, କେତେକ ସ୍ୱେଚ୍ଛାସେବୀ ସଂସ୍ଥା, ଯଥା କଟକର “ଈଶ୍ୱର” ସେବା ସଂସ୍ଥା ର ବହୁ ସଂଖ୍ୟକ ସଦସ୍ୟ ଓ ସେମାନଙ୍କ ପରିବାରକୁ ପ୍ରବେଶ […]

ବେଆଇନ ନିର୍ମାଣ ଯୋଗୁଁ ଭୁଶୁଡ଼ିଲା ପାଚେରି ପୁରୀ(ଜୟକୃଷ୍ଣ ଦାସ): ପୁରୀର ଐତିହାସିକ ଓ ଧାର୍ମିକ ଗୁରୁତ୍ୱ ବହନ କରୁଥିବା ଶ୍ୱେତଗଙ୍ଗା ପୋଖରୀ ବର୍ତ୍ତମାନ ଅସୁରକ୍ଷିତ ଅବସ୍ଥାରେ ରହିଛି। ଶ୍ରୀଜଗନ୍ନାଥ ମନ୍ଦିରର ପଞ୍ଚତୀର୍ଥ ମଧ୍ୟରୁ ଏହା ଅନ୍ୟତମ। ଆକାରରେ ସବୁଠାରୁ ଛୋଟ ହୋଇଥିଲେ ମଧ୍ୟ ଏହାର ଧାର୍ମିକ ମହତ୍ତ୍ୱ ଅତ୍ୟନ୍ତ ଅଧିକ। ବିଶ୍ୱାସ ରହିଛି ଯେ, ଏହି ପୋଖରୀ ସହ ଗଙ୍ଗା ନଦୀର ସଂଯୋଗ ଥିବାରୁ ଏହାର ଜଳ କେବେ ଶୁଖି […]

ପୁରୀ(ଜୟକୃଷ୍ଣ ଦାସ): ପବିତ୍ର ରଥଯାତ୍ରା ୨୦୨୬ ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁ, ପର୍ଯ୍ୟଟକ ଏବଂ ଦେଶ-ବିଦେଶରୁ ଆସୁଥିବା ଅତିଥିମାନଙ୍କର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପୁରୀ ପୋଲିସ ପକ୍ଷରୁ ସମଗ୍ର ଜିଲ୍ଲାର ବିଭିନ୍ନ ହୋଟେଲ, ଲଜ୍, ଗେଷ୍ଟହାଉସ ଏବଂ ରହଣି ବ୍ୟବସ୍ଥା ଥିବା ପ୍ରତିଷ୍ଠାନଗୁଡ଼ିକରେ ବ୍ୟାପକ ରାତ୍ରିକାଳୀନ ଯାଞ୍ଚ ଅଭିଯାନ କରାଯାଇଛି। ଏହି ଅଭିଯାନରେ ପୁରୀ ପୋଲିସର ଥାନା ଅଧିକାରୀମାନଙ୍କ ନେତୃତ୍ୱରେ ବିଭିନ୍ନ ଥାନାର ପୋଲିସ ଅଧିକାରୀ, ସ୍ୱତନ୍ତ୍ର ଟିମ୍ ଏବଂ […]

ପୁରୀ(ଜୟକୃଷ୍ଣ ଦାସ): ବିଶ୍ୱ ତାପାୟନ ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ସବୁଜିମା ହିଁ ଏକମାତ୍ର ବିକଳ୍ପ। ଏହି ବାର୍ତ୍ତାକୁ ପାଥେୟ କରି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଚଳିତ ବର୍ଷର ଜାତୀୟ ବନ ମହୋତ୍ସବ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଯାଇଛି। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପରିବେଶ ସୁରକ୍ଷା ଓ ପ୍ରକୃତି ପ୍ରତି ଭଲପାଇବା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ […]

Pin It on Pinterest