ଝାଡ଼ଖଣ୍ଡ ନମ୍ବର ଗାଡି ଧକ୍କାରେ ଯୁବକ ଗୁରୁତର…

ପୁରୀ(ଜୟକୃଷ୍ଣ ଦାସ): ୩୧-ଅଗଷ୍ଟ – ପୁରୀ ବଳିଆପଣ୍ଡା ପାର୍କ ନିକଟରେ ଗତକାଲି ମଧ୍ୟରାତ୍ରରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

ଝାଡ଼ଖଣ୍ଡ ନମ୍ବର ଥିବା ଏକ ଗାଡି ଧକ୍କାରେ ଜଣେ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । ଘଟଣାରେ ଉତ୍ୟେକ୍ତ ଲୋକେ ଗାଡି ଭଙ୍ଗାରୁଜା କରିଛନ୍ତି । ଚାଳକକୁ ଅଟକ ରଖି ପଚରାଉଚୁରା କରୁଛି ବଳିଆପଣ୍ଡା ପୋଲିସ ।
ଗୁରୁତର ଯୁବକ ଜଣକ ହେଉଛନ୍ତି ପୁରୀ ଗୌଡ଼ବାଡ ସାହିର କାମଦେବ ଆପଟ (୪୩) । ତାଙ୍କ ମୁଣ୍ଡ ଓ କାନରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ତୁରନ୍ତ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଦୁର୍ଘଟଣା ପରେ ଉତ୍ୟେକ୍ତ ଲୋକେ ଗାଡିଟିକୁ ଭଙ୍ଗାରୁଜା କରିଥିଲେ । ଖବର ପାଇ ବଳିଆପଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଚାଳକ ସମେତ ଗାଡିରେ ଥିବା ଲୋକଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଛି ।

ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡିଟିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଗାଡ଼ିର ନମ୍ୱରରୁ ଏହା ଝାଡ଼ଖଣ୍ଡର ଗାଡ଼ି ହୋଇଥିବା ବେଳେ ଏହା ଅସ୍ଥାୟୀ ପଞ୍ଜୀକୃତ ନମ୍ୱର୍ ବୋଲି ଜଣାପଡୁଛି । ଅର୍ଥାତ୍ ନୂଆ ଗାଡ଼ି କିଣିବା ବେଳେ ପଞ୍ଜୀକୃତ ନମ୍ୱର୍ ମିଳିବା ପୂର୍ବରୁ ଯେଉଁ ନମ୍ୱର୍ ଟି ଗାଡ଼ି ସହ ରହିଥାଏ । ଏହି ଗାଡ଼ିରେ ସେହି ନମ୍ୱର୍ ରହିଛି ।

ସେୟାର କରନ୍ତୁ

Next Post

ବ୍ୟାଙ୍କ କର୍ମଚାରୀଙ୍କ ଉପରେ ଟଙ୍କା ହଡ଼ପ ଅଭିଯୋଗ...

Mon Aug 31 , 2026
ପୁରୀ(ଜୟକୃଷ୍ଣଦାସ):ପୁରୀ ଗ୍ରାଣ୍ଡ ରୋଡ୍‌ ଅଞ୍ଚଳରେ ଥିବା ବରୋଦା ବ୍ୟାଙ୍କର ଦୁଇଜଣ କର୍ମଚାରୀଙ୍କ ବିରୋଧରେ ଟଙ୍କା ହଡ଼ପ ଓ ଚଞ୍ଚକତା କରାଯାଇଥିବା ନେଇ ଅଭିଯୋଗ ଉଠିଛି। ଏନେଇ ଜଗନ୍ନାଥ ବାରିକ ନାମକ ଜଣେ ବ୍ୟକ୍ତି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ଅଭିଯୋଗ ଅନୁସାରେ, ଜଗନ୍ନାଥ ବାରିକ ଜଣେ ଠିକାଦାର ଭାବେ ବିଭିନ୍ନ ସରକାରୀ ବିଭାଗ ଅଧୀନରେ ରାସ୍ତା ଓ ମରାମତି କାର୍ଯ୍ୟ କରୁଥିଲେ। ସରକାରୀ କାମରୁ ମିଳୁଥିବା […]

You May Like

Pin It on Pinterest