ପୁରୀରେ ଆଇନ-ଶୃଙ୍ଖଳାକୁ ନେଇ ବଢ଼ୁଛି ପ୍ରଶ୍ନ! ଚନ୍ଦନପୁରର ଚାଞ୍ଚଲ୍ୟକର ହତ୍ୟା ପରେ କାହିଁକି ଚର୍ଚ୍ଚାରେ ପୋଲିସ କାର୍ଯ୍ୟାନୁଷ୍ଠାନ?

ପୁରୀ(ଜୟକୃଷ୍ଣ ଦାସ):ପୁରୀ ଜିଲ୍ଲାର ଚନ୍ଦନପୁର ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ହତ୍ୟା କରାଯାଇଥିବା ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣା ପରେ ପୁରୀର ଆଇନ-ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି।

ଏହାରି ମଧ୍ୟରେ ଚନ୍ଦନପୁର ପୋଲିସ ବାଇକ୍ ଚୋରି ମାମଲାରେ କେତେକ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ଦେଇଛି। ତେବେ କେତେକ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରୁଛନ୍ତି ଯେ, ଏହି ପଦକ୍ଷେପ ହତ୍ୟା ଘଟଣାରୁ ଲୋକଙ୍କ ଏବଂ ଗଣମାଧ୍ୟମର ଦୃଷ୍ଟି ହଟାଇବା ପାଇଁ ନିଆଯାଇଛି

ଫିଲ୍ମ ଷ୍ଟାଇଲରେ ଗୋଡାଇ ଗୋଡାଇ ହତ୍ୟା। ଜମିଜମା ବିବାଦକୁ କେନ୍ଦ୍ର କରି ନୃଶଂସ ହତ୍ୟାକାଣ୍ଡ।ପୁରୀ ଚନ୍ଦନପୁର ଥାନା ଅନ୍ତର୍ଗତ ମହାନା ସାହି ଗାଁରେ ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି।ମୃତ ଯୁବକ ସେହି ଗାଁର କାଳିଆ ମଲ୍ଲିକ।ମୃତ କାଳିଆଙ୍କ ସହ ସେହି ଗାଁର ଛବିମନ୍ୟୁ ଦାସଙ୍କ ଜମିଜମା ବିବାଦ ରହିଥିଲା।ଗତକାଲି ସକାଳେ ଛବିମନ୍ୟୁ ଗାଁ ଛକରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ କଥା ହେଉଥିବାବେଳେ କାଳିଆ ତାଙ୍କୁ ଆକ୍ରମଣ କରିଥିଲା।ଏହାର ପ୍ରତିଶୋଧ ନେବାକୁ ଯାଇ ଛବିମନ୍ୟୁଙ୍କ ସହଯୋଗୀ କାଲି ରାତିରେ କାଳିଆକୁ ଅତର୍କିତ ଭାବେ ଖଣ୍ଡା ଦ୍ବାରା ଗୋଡାଇ ଗୋଡ଼ାଇ ହାଣିଥିଲେ।ଗୁରୁତର ଅବସ୍ଥାରେ ଚନ୍ଦନପୁର ଥାନା ପୋଲିସ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ ।ଚିକିତ୍ସାଧୀନ ଅବସ୍ଥାରେ କାଳିଆର ମୃତ୍ୟୁ ଘଟିଛି।ଚନ୍ଦନପୁର ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। କହି ଆଉ ଏକ ଘଟଣା ଉପରେ ଫେକସ କରି

  • ବାଇକ ଚୋରି ଉଦ୍ୟମ କରୁଥିବା ଅଭିଯୁକ୍ତକୁ କାବୁ

ଗତକାଲି ରାତ୍ରି ପ୍ରାୟ ୧.୧୨ ମିନିଟ୍ ସମୟରେ ପିସିଆର ୩କୁ ଜରୁରୀ ୧୧୨ କଲ୍ ମାଧ୍ୟମରେ ସୂଚନା ମିଳିଥିଲା ଯେ ପୁରୀ ସହରର ପଥୁରିଆ ସାହି ଅଞ୍ଚଳରେ ଜଣେ ବ୍ୟକ୍ତି ଏକ ମୋଟର ସାଇକେଲ ଚୋରି କରିବାକୁ ଉଦ୍ୟମ କରୁଛନ୍ତି। ସୂଚନା ପାଇବା ମାତ୍ରେ ପିସିଆର ୩ର କର୍ମଚାରୀମାନେ ୭ ମିନିଟ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିଲେ। ସେଠାରେ ବାଇକ ଚୋରି ଉଦ୍ୟମ କରୁଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ କାବୁ କରି ଅଟକ ରଖିଥିଲେ। ଅଟକ ବ୍ୟକ୍ତିଙ୍କ ପରିଚୟ ଦୀପକ ମହାନ୍ତି (୨୦ ବର୍ଷ), ପିତା– କାଳିଆ ମହାନ୍ତି, ଗ୍ରାମ– ଚନ୍ଦନପୁର, ଥାନା– ଚନ୍ଦନପୁର ବୋଲି ଜଣାପଡ଼ିଛି। ଅଭିଯୋଗକାରୀ ବିଷ୍ଣୁ ପ୍ରସାଦ ନନ୍ଦ (୪୮ ବର୍ଷ), ପିତା– ଜଗା ଅର୍ଥ ନନ୍ଦ, ସାହି– ପଥୁରିଆ ସାହି, ଟାଉନ ଥାନା ଅଞ୍ଚଳଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କୁ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଟାଉନ ଥାନାରେ ହସ୍ତାନ୍ତର କରାଯାଇଛି। ଘଟଣା ସମୟରେ ପିସିଆର ୩ରେ ହାଭିଲଦାର ଦିଲ୍ଲୀପ କୁମାର ପ୍ରଧାନ, କନଷ୍ଟେବଲ୍ (C/789) ପି. କେ. ଦଳେଇ ଏବଂ OAPF/56 ଏଚ୍. କେ. ମଲ୍ଲିକ କର୍ତ୍ତବ୍ୟରେ ନିୟୋଜିତ ଥିଲେ। ସେମାନଙ୍କର ତ୍ୱରିତ ପ୍ରତିକ୍ରିୟା, ସତର୍କତା ଓ ଦକ୍ଷ କାର୍ଯ୍ୟପନ୍ଥା ଫଳରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଘଟଣାସ୍ଥଳରୁ କାବୁ କରିବା ସମ୍ଭବ ହୋଇଥିଲା। ପୁରୀ ପୋଲିସ ଜନସାଧାରଣଙ୍କ ସୁରକ୍ଷା ଏବଂ ସମ୍ପତ୍ତିର ସୁରକ୍ଷା ପ୍ରତି ସଦା ସଜାଗ ରହିଛି। କୌଣସି ସନ୍ଦିଗ୍ଧ କାର୍ଯ୍ୟକଳାପ ଦେଖିଲେ ତୁରନ୍ତ ୧୧୨ କିମ୍ବା ନିକଟସ୍ଥ ଥାନାକୁ ସୂଚନା ଦେବା ପାଇଁ ପୁରୀ ପୋଲିସ ପକ୍ଷରୁ ସାଧାରଣ ଜନତାଙ୍କୁ ଅନୁରୋଧ କରାଯାଉଛି। ଏହି ସଫଳତା ପାଇଁ ଆଜି ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂ ପିସିଆର ୩ର ସମସ୍ତ କର୍ମଚାରୀକୁ ପ୍ରଶଂସା କରିଛନ୍ତି।

ସାଧାରଣରେ ଚର୍ଚ୍ଚା ହେଉଛି ଯେ, ପୁରୀ ଜିଲ୍ଲାରେ ସମ୍ପ୍ରତି ହତ୍ୟା, ଦାଦାବଟି, ଚୋରି ଓ ଗୁଣ୍ଡାଗିରି ଭଳି ଅପରାଧିକ ଘଟଣା ବୃଦ୍ଧି ପାଉଥିବା ନେଇ ଲୋକଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଉଛି। ଆଇନ-ଶୃଙ୍ଖଳା ପରିସ୍ଥିତିକୁ ଆହୁରି ସୁଦୃଢ଼ କରିବା ଏବଂ ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଅଧିକ କଠୋର ଓ ପ୍ରଭାବଶାଳୀ ପଦକ୍ଷେପ ନିଆଯିବା ଉଚିତ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି।

ସେୟାର କରନ୍ତୁ

Next Post

କେନ୍ଦ୍ରାପଡ଼ାରେ ବନ୍ୟା ସ୍ଥିତିର ସମୀକ୍ଷା କଲେ ଜିଲ୍ଲାପାଳ; ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜୋରଦାର..

Sat Aug 1 , 2026
କେନ୍ଦ୍ରାପଡ଼ା(ଚତୁର୍ଭୁଜଦାଶ):୧ ଅଗଷ୍ଟ– କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର, ରିଲିଫ ଓ ପୁନର୍ବାସ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ଜିଲ୍ଲାପାଳ ଶ୍ରୀ ରଘୁରାମ ଆର. ଆୟରଙ୍କ ନେତୃତ୍ୱରେ ସମସ୍ତ ବିଭାଗ ସମନ୍ୱୟ ରକ୍ଷା କରି ପ୍ରଭାବିତ ଲୋକଙ୍କ ସୁରକ୍ଷା ଓ ସହାୟତା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି। ଆଜି ଅପରାହ୍ନ ୪ଟା ସୁଦ୍ଧା, ଜିଲ୍ଲାର ୯ଟି ବ୍ଲକ୍—ରାଜକନିକା, ପଟ୍ଟାମୁଣ୍ଡାଇ, ଆଳି, ଗରଦପୁର, ରାଜନଗର, […]

You May Like

Pin It on Pinterest