ଫ୍ଲୋରିସ୍ ଇଣ୍ଡିଆ ବିଲ୍ଡିଂ ନିକଟରେ ପୁଲିସର ଚଢ଼ାଉ:୫ ଗିରଫ

ବାସେଳିସାହି,ପୁରୀ(ଜୟକୃଷ୍ଣ ଦାସ): ଅସାମାଜିକଙ୍କ ବିରୋଧରେ ସ୍ୱତନ୍ତ୍ର ଅଭିଯାନକୁ ଜୋରଦାର କରିଛି ବାସେଳିସାହି ଥାନା ପୁଲିସ। ଗତ ୨୪ ଅଗଷ୍ଟ ୨୦୨୬ ରାତିରେ ମଙ୍ଗଳାଘାଟସ୍ଥିତ ଫ୍ଲୋରିସ୍ ଇଣ୍ଡିଆ ବିଲ୍ଡିଂ ନିକଟରେ ଦୋକାୟତି କରିବା ଉଦ୍ଦେଶ୍ୟରେ କିଛି ଯୁବକ ଏକାଠି ହୋଇଥିବା ଖବର ପାଇ ପୁଲିସ ଚଢ଼ାଉ କରିଥିଲା।

ଚଢ଼ାଉ ସମୟରେ ପୁଲିସ ୫ ଜଣଙ୍କୁ ଧରି ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ—ସତ୍ୟ ନାୟକ (୨୮), କୈଳାଶ ନାୟକ (୨୯), ସନ୍ତୋଷ ବେହେରା (୩୩), ସୁକାନ୍ତ ବେଜା (୪୯) ଏବଂ ବସନ୍ତ କୁମାର ସାହୁ (୩୨)। ସମସ୍ତଙ୍କୁ ପୁରୀ ହନିବଲ୍ କୋର୍ଟରେ ହାଜର କରାଯାଇଥିବା ପୁଲିସ ପକ୍ଷରୁ ପ୍ରକାଶ।

ଏହି ଚଢ଼ାଉରେ ପୁଲିସ ୧୨୦୦ ଟଙ୍କା ନଗଦ, ୨ଟି ଲୁହା ରଡ୍‌, ୩ଟି ଲୁହା ଖଣ୍ଡା, ୧ଟି ଛୁରୀ ଏବଂ ୫ଟି ଖାଲି ବିୟର ବୋତଲ ଜବତ କରିଛି।

ଅସାମାଜିକ କାର୍ଯ୍ୟକଳାପ ରୋକିବା ସହ ସହରରେ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ଏଭଳି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

ସେୟାର କରନ୍ତୁ

Next Post

ଆଇଗିଣିଆ ଜମି ଜାଲିଆତି ଘଟଣା : ମୁଖ୍ୟମନ୍ତ୍ରୀ ଙ୍କୁ ଅଭିଯୋଗ କଲେ କ୍ଷତିଗ୍ରସ୍ତ ପରିବାର....

Mon Aug 24 , 2026
ଭୁବନେଶ୍ୱର(ବର୍ଷା ଦାସ)୨୪/୮ : ଚଞ୍ଚକତା କରି ଜାଗା ଦଖଲ , ଫରଜି ପଦ୍ଧତିରେ ଦାଖଲ ଖାରଜ କେଶ ,ଏବଂ ଶେଷରେ ଚଢା ଦରରେ ଅନ୍ୟକୁ ଜାଗା ବିକ୍ରୀ।ରାଜଧାନୀ ଘାଟିକିଆ ରାଜସ୍ବ ସର୍କଲ ଆଇଗିଣିଆ ଗ୍ରାମର ଏହି ଘଟଣା କୁ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କଲେ କ୍ଷତିଗ୍ରସ୍ତ ପରିବାର । ସୂଚନା ଅନୁଯାୟୀ ଆଇଗିଣିଆ ଗ୍ରାମର ହରିହର ମହାରଣା କିଣିଥିବା ଜାଗାକୁ କ୍ଷମତା ପତ୍ର ବଳରେ […]

You May Like

Pin It on Pinterest