ପୁରୀ ସହରରେ ଖଜା ଗୋଦାମ ଉପରେ ପୋଲିସର ଚଢ଼ାଉ…

ପୁରୀ(ଜୟକୃଷ୍ଣ ଦାସ): ପୁରୀ ସହରରେ ଖଜା ଗୋଦାମ ଉପରେ ପୋଲିସର ଚଢ଼ାଉ, ସିଟି ଡିଏସପିଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ରେଡ୍ । ପୁରୀ ସହରର ବିଭିନ୍ନ ସ୍ଥାନରେ ଥିବା ଖଜା ଗୋଦାମ ଉପରେ ଆଜି ସକାଳୁ ପୋଲିସ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ସିଟି ଡିଏସପିଙ୍କ ନେତୃତ୍ୱରେ ଟାଉନ ପୋଲିସ, ଖାଦ୍ୟ ସୁରକ୍ଷା ବିଭାଗ ଏବଂ ଓଜନ ଓ ମାପ ବିଭାଗର ମିଳିତ ଟିମ୍ ଏହି ଚଢ଼ାଉ କରିଛନ୍ତି।

ଖବର ଅନୁଯାୟୀ, ଶ୍ରଦ୍ଧାଳୁମାନଙ୍କୁ ନିମ୍ନମାନର ଏବଂ ଭେଜାଲ ଖଜା ଅଧିକ ଦାମରେ ବିକ୍ରି କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ଆସୁଥିଲା। ଏହାପରେ ପୋଲିସ ପ୍ରଶାସନ ତରଫରୁ ଏହି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଶ୍ରୀକୃଷ୍ଣ ସିନେମା ଲେନ୍, ବଡ଼ଦାଣ୍ଡ, ସ୍ୱର୍ଗଦ୍ୱାର ଏବଂ ଆଖପାଖ ଅଞ୍ଚଳରେ ଥିବା ଅନେକ ଖଜା ଗୋଦାମ ଏବଂ କାରଖାନାରେ ଏହି ଚଢ଼ାଉ ଚାଲିଛି। ଏହି ଚଢ଼ାଉ ସମୟରେ ଖଜାର ଗୁଣବତ୍ତା, ଓଜନରେ ହେରଫେର, ପ୍ୟାକେଜିଂ ଏବଂ ଖାଦ୍ୟ ସୁରକ୍ଷା ଲାଇସେନ୍ସ ଯାଞ୍ଚ କରାଯାଉଛି। ଭେଜାଲ କିମ୍ବା ନିମ୍ନମାନର ଖଜା ଜବତ କରାଯିବା ସହ ଦୋଷୀ ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଟି ଡିଏସପି ସୂଚନା ଦେଇଛନ୍ତି।

କିନ୍ତୁ ସାଧାରଣ ରେ ଚଚ୍ଚା ହେଉଛି ପୁରୀ ର ନୃସିଂହ ,୫୬ ଭୋଗ, କାକତୁଆ ଭଲି ବଡ ଗୋଦାମ ଉପରେ ଏହି ବାବୁ ମାନଙ୍କର କେବେ ନଜର ପଡିବ ନା ଛୋଟ ଗୋଦାମ ଧରି ନା ନେବାକୁ ଇଛା।

ସେୟାର କରନ୍ତୁ

Next Post

ବାଙ୍ଗୁରୀଗାଁ ରେ ଆତଙ୍କ, ଦହିବରା ଖାଇ ୭୫ରୁ ଅଧିକ ଅସୁସ୍ଥ....

Thu Sep 17 , 2026
କାକଟପୁର(ମାନସ ସାମଲ): ୧୭/୯-ଦହିବରା ଖାଇ ୬୦ରୁ ଅଧିକ ପିଲା ଓ ବଡ଼ ଅସୁସ୍ଥ ହୋଇପଡ଼ିଥିବା ଘଟଣାକୁ ନେଇ କାକଟପୁର ବ୍ଲକ ବାଙ୍ଗୁରିଗାଁ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଛି। ଗତକାଲି ଜଣେ ବୁଲା ଦହିବରା ବିକାଳି ବିଭିନ୍ନ ଗାଁ ବୁଲି ଦହିବରା ବିକ୍ରି କରିଥିଲେ। ବାଙ୍ଗୁରିଗାଁ ପଞ୍ଚାୟତ ଅନ୍ତର୍ଗତ ଅନେକ ଗାଁର ଛୋଟ ପିଲା ଓ ବଡ଼ ଲୋକ ଏହା ଖାଇଥିଲେ।ଦହିବରା ଖାଇବାର କିଛି ଘଣ୍ଟା ପରେ ଅନେକଙ୍କ ସ୍ୱାସ୍ଥ୍ୟ ଖରାପ […]

You May Like

Pin It on Pinterest