
କାକଟପୁର(ମାନସ ସାମଲ)୧୪/୦୯:କାକଟପୁର ବ୍ଲକ ଅନ୍ତର୍ଗତ ଫକୀର ସାହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଗଜାନନ ମହାପ୍ରଭୁଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା କରାଯାଇଛି।
ଧାର୍ମିକ ପରିବେଶ ମଧ୍ୟରେ ଆୟୋଜିତ ଏହି ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ଉତ୍ସାହର ସହ ସାମିଲ ହୋଇଥିଲେ।ଏହି ପବିତ୍ର କାର୍ଯ୍ୟକ୍ରମ ଡଃ କମଳେଶ ଛାଟୋଇଙ୍କ ପ୍ରଚେଷ୍ଟାରେ ସମ୍ପନ୍ନ ହୋଇଥିବାବେଳେ ଡଃ ଇପ୍ସିତା ଜେନା ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ। ଏହି ଅବସରରେ ଅଜୟ କୁମାର ବେହେରାଙ୍କ ସମେତ ସମସ୍ତ ଆଶା କର୍ମୀ, CHO, ANM ଓ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ ସ୍ୱାସ୍ଥ୍ୟକର୍ମୀ ସହଯୋଗ କରିଥିଲେ।
ବିଗ୍ରହ ପ୍ରତିଷ୍ଠା ପରେ ଗଜାନନଙ୍କ ନିକଟରେ ପୂଜାର୍ଚ୍ଚନା ଓ ମଙ୍ଗଳ କାମନା କରାଯାଇଥିଲା। ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ, ସ୍ୱାସ୍ଥ୍ୟକର୍ମୀ ଓ ସ୍ଥାନୀୟ ଲୋକଙ୍କ ମଙ୍ଗଳ ଏବଂ ସୁସ୍ଥତା ପାଇଁ ଗଜାନନଙ୍କ ଆଶୀର୍ବାଦ କାମନା କରାଯାଇଥିଲା।ଏହି ଅବସରରେ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ଭକ୍ତିମୟ ପରିବେଶରେ ପରିଣତ ହୋଇଥିଲା।


