୩୦ ତମ ରୁଚି ପ୍ରତିଭା ସମ୍ମାନ-୨୦୨୬ ସମାରୋହ…

ମାନବତାର ସେବା ଓ ସମାଜର ଉନ୍ନତି ପାଇଁ ରୁଚିର ପ୍ରୟାସ ପ୍ରେରଣାଦାୟୀ’।
ପଦ୍ମଶ୍ରୀ ଚରଣ ହେମ୍ବ୍ରମ,ପଦ୍ମଶ୍ରୀ ସାବରମତୀ, ସାଂସଦ ଶ୍ରୀ ଦିଲ୍ଲୀପ ରାୟ, ସୁଶ୍ରୀ ଜ୍ୟୋତିର୍ମୟୀ ନାୟକ ଓ ଶ୍ରୀ ଦୀପ୍ ଗ୍ରେସ୍‌, ଶ୍ରୀ ସାତ୍ତ୍ୱିକ ସତ୍ୟକାମ ଦେବତା, ଶ୍ରୀ ପାର୍ଥସାରଥୀ ମହାନ୍ତ ଓ ଶ୍ରୀ ଆଶୁତୋଷ ନାୟକଙ୍କୁ ରୁଚି ପ୍ରତିଭା ସମ୍ମାନ।

“ଆପ୍ ରୁଚି ଖାନା”:-ଏହି କଥାଟିକୁ ଆଧାର କରି ଆଜି
ମାନବତାର ସେବା ଓ ସମାଜର ଉନ୍ନତି ପାଇଁ ରୁଚି ଫାଉଣ୍ଡେସନର ନିରନ୍ତର ଓ ମହତ୍ କାର୍ଯ୍ୟ ସମସ୍ତଙ୍କ ପାଇଁ ନିଶ୍ଚୟ
ପ୍ରେରଣାଦାୟକ । କାରଣ ଯୋଗ୍ୟ ଓ କୃତି ପ୍ରତିଭାଙ୍କୁ ସମ୍ମାନିତ କଲେ ଏହା ସେମାନଙ୍କୁ ଅଧିକ ଭଲ କାମ କରିବାକୁ ପ୍ରେରଣା ଦିଏ ବୋଲି କହିଛନ୍ତି ଭାରତୀୟ ସେନାର ପୂର୍ବତନ ସହ-ସେନାଧ୍ଯକ୍ଷ ଲେଫ୍ଟନାଣ୍ଟ ଜେନେରାଲ ଶ୍ରୀ ଚଣ୍ଡୀପ୍ରସାଦ ମହାନ୍ତି।

କଟକ(ସଂଜୟ ଶତପଥୀ): ଆଜି ଶନିବାର ର ଏକ ବର୍ଣ୍ଣାଢ୍ଯ ସନ୍ଧ୍ୟାରେ କଟକର ଶହୀଦ ଭବନଠାରେ ଆୟୋଜିତ ୩୦ତମ ରୁଚି ପ୍ରତିଭା ସମ୍ମାନ-୨୦୨୬ ସମାରୋହକୁ ଉଦ୍‌ଘାଟନ କରି ଲେଫ୍ଟନାଣ୍ଟ ଜେନେରାଲ ଶ୍ରୀ ମହାନ୍ତି କହିଥିଲେ ଯେ,
ଆଜିର ଯୁବପିଢ଼ି ନିଜର ମାଆବାପାଙ୍କ ପାଇଁ କିଛି ସମୟ ଦିଅନ୍ତୁ ଏବଂ ଆଧୁନିକ ଦୁନିଆର ପ୍ରଯୁକ୍ତି ସହିତ ସେମାନଙ୍କୁ ପରିଚିତ କରାନ୍ତୁ।

ବର୍ତ୍ତମାନ ପରିସ୍ଥିତି ରେ ଆଜିର ପିଲାମାନେ ସର୍ବଦା ଦୟାଳୁ, ବିନମ୍ର ଓ ସମ୍ବେଦନଶୀଳ ହେବାର ଆବଶ୍ୟକତା ରହିଛି। ପ୍ରତ୍ୟେକ ମଣିଷ ପାଇଁ ଆମର ସହାନୁଭୂତି ରହିବା ଆବଶ୍ୟକ, ଯାହାର ଫଳ ସ୍ୱରୂପ ଏକ ସୁନ୍ଦର ଓ ସ୍ମରଣୀୟ ସମାଜ ଗଢ଼ିହେବ। ଓଡ଼ିଶାର ଯେଉଁ ପ୍ରତିଭାଧର ବ୍ୟକ୍ତିତ୍ଵମାନେ ନିଜର ନିଷ୍ଠା ଓ କୃତିତ୍ଵ ବଳରେ ଆମ ରାଜ୍ୟର ନାମକୁ ବିକଶିତ କରିଛନ୍ତି, ପୂଜ୍ୟପୂଜା ଜରିଆରେ ରୁଚି ଫାଉଣ୍ଡେସନ୍ ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ଏକ ମହତ ପ୍ରୟାସ।

ଏହି ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ କହିଥିଲେ ଯେ, ଦୀର୍ଘ ୩୦ ବର୍ଷ ଧରି ରୁଚି ଫାଉଣ୍ଡେସନ ଯେଉଁ ଅଭିନବ କାର୍ଯ୍ୟକ୍ରମ ଜରିଆରେ
ପ୍ରତିଭାପୂଜନ ଭଳି ପୂଜ୍ୟପୂଜା ପରମ୍ପରାର ବାହକ ସାଜିଛି ତାହା ଅନ୍ୟମାନଙ୍କ ପାଇଁ ଏକ ଆଦର୍ଶ।
ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଶ୍ରୀ ସତ୍ୟନାରାୟଣ ଆଚାର୍ଯ୍ୟ ନିଜ ବକ୍ତବ୍ୟରେ ନିଷ୍ଠା, ଭକ୍ତି ଓ ସାଧନା ସହିତ ଯେ କୌଣସି କାର୍ଯ୍ୟ କଲେ ତାହା ନିଶ୍ଚିତ ଭାବେ ସଫଳ ହେବ ବୋଲି ପ୍ରକାଶ କରିଥିଲେ। ‘ରୁଚି’ଫାଉଣ୍ଡେସନ ର ଅଧ୍ୟକ୍ଷା ଶ୍ରୀମତୀ ସଙ୍ଗୀତା ସାହୁ ସମସ୍ତଙ୍କୁ ଫାଉଣ୍ଡେସନ ଦିବସରେ ଶୁଭେଚ୍ଛା ଜ୍ଞାପନ କରିଥିଲେ । ‘ରୁଚି’ ପ୍ରତିଭା ଫାଉଣ୍ଡେସନ୍‌ର ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅରବିନ୍ଦ ସାହୁ ପ୍ରାରମ୍ଭିକ ଉଦ୍‌ବୋଧନରେ ପ୍ରକାଶ କରିଥିଲେ ଯେ, ଶ୍ରେଷ୍ଠ ଓ ଶୀର୍ଷ ଓଡ଼ିଆମାନଙ୍କ କୃତି ଓ କୀର୍ତ୍ତ କୁ ସମ୍ମାନ ଜଣାଇବା ଆମର ପ୍ରଧାନ କର୍ତ୍ତବ୍ୟ।
‘ରୁଚି’ ଦୀର୍ଘ ୫୧ ବର୍ଷର ଶିଳ୍ପ ଓ ଉଦ୍ୟୋଗ କ୍ଷେତ୍ରରେ ସଫଳତା ହାସଲ କରିବା ପଛରେ ଓଡ଼ିଶାବାସୀଙ୍କ ଆଶୀର୍ବାଦ ହିଁ ରହିଛି ।ଏକ ବିକଶିତ ଏବଂ ସମ୍ଭାବନାମୟ ଓଡ଼ିଶା ଗଠନରେ ଯୁବପିଢ଼ିଙ୍କ ପାଖରେ ଥିବା ନବସୃଜନ ହିଁ ଏହାକୁ ସଫଳ କରିପାରିବ ।

ଚଳିତବର୍ଷ ତ୍ରିଂଶତମ ପ୍ରତିଭା ସମ୍ମାନ ସମାରୋହରେ ଆଦିବାସୀ ଭାଷା ସାହିତ୍ୟର ବିଶିଷ୍ଟ ଗବେଷକ ତଥା ଲେଖକ ପଦ୍ମଶ୍ରୀ ଚରଣ
ହେମ୍ବ୍ରମଙ୍କୁ ସମ୍ମାନଜନକ ରୁଚି ଦେଶ ଗୌରବ ସମ୍ମାନ, ବିଶିଷ୍ଟ ଉଦ୍ୟୋଗୀ ତଥା ସାଂସଦ ଶ୍ରୀ ଦିଲ୍ଲୀପ ରାୟଙ୍କୁ ରୁଚିର ପ୍ରତିଷ୍ଠାତାଙ୍କ ସ୍ମୃତି ଶରତ କୁମାର ସାହୁ ସ୍ମାରକୀ ସମ୍ମାନ, ବିଶିଷ୍ଟ ଜୈବିକ କୃଷିବିତ୍ ପଦ୍ମଶ୍ରୀ ସାବରମତୀଙ୍କୁ ରୁଚି ସେବା ଜ୍ୟୋତି ସମ୍ମାନ, ଦେଶର ଇଣ୍ଡିଆନ ଆଇଡଲ ବିଜୟିନୀ ସୁକଣ୍ଠୀ ଗାୟିକା ସୁଶ୍ରୀ ଜ୍ୟୋତିର୍ମୟୀ ନାୟକଙ୍କୁ ରୁଚି ଦେଶ ଜ୍ୟୋତି ସମ୍ମାନ, ସର୍ବଭାରତୀୟ ପ୍ରଶାସନିକ ସେବା କ୍ଷେତ୍ରରେ ଓଡ଼ିଶା କ୍ୟାଡ଼ର ଟପ୍ପର ଶ୍ରୀ ସତ୍ୟକାମ ଦେବତାଙ୍କୁ ରୁଚି ବିଦ୍ୟାସାଗର ସମ୍ମାନ ଏବଂ ଭାରତୀୟ ମହିଳା ହକିର ପ୍ରାକ୍ତନ ଉପ-ଅଧ୍ୟିନାୟିକା ଅଲମ୍ପିଆନଡ୍ ଶ୍ରୀମତୀ ଦୀପ୍ ଗ୍ରେସ୍ ଏକ୍କାଙ୍କୁ ରୁଚି ବାରବାଟୀ କ୍ରୀଡ଼ା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ସର୍ବୋଚ୍ଚ ସ୍ଥାନରେ ଥିବା ଶ୍ରୀ ପାର୍ଥସାରଥୀ ମହାନ୍ତ ଓ ଶ୍ରୀ ଆଶୁତୋଷ ନାୟକଙ୍କୁ ରୁଚି ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ବିଶିଷ୍ଟ ପ୍ରତିଭାମାନଙ୍କୁ ଅଙ୍ଗବସ୍ତ୍ର ଓ ସମ୍ମାନ ଫଳକ ଦେଇ ସମ୍ମାନିତ କରାଯାଇଥିବା ବେଳେ କୃତି ବିଦ୍ୟାର୍ଥୀଙ୍କୁ ଅର୍ଥରାଶି ପୁରସ୍କାର ସହିତ ସମ୍ବର୍ଦ୍ଧିତ କରାଯାଇଥିଲା । ରୁଚି ଫାଉଣ୍ଡେସନ୍ ର ସମ୍ପାଦକ ଶ୍ରୀ ଶୁଭେନ୍ଦୁ କୁମାର ଭୂୟାଁ ସ୍ଵାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଫାଉଣ୍ଡେସନ ପକ୍ଷରୁ ‘ଆମ ରୁଚି’ର ଏକ ସ୍ଵତନ୍ତ୍ର ବିଶେଷାଙ୍କଅତିଥୂମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା ।

ଏହା ସହିତ ନବନିର୍ମାଣ ପାଇଁ ଶ୍ରୀ ଅମର କୁମାର ସାହୁ, ଯୁବ ଉଦ୍ୟୋଗୀ ପାଇଁ ସୁଶ୍ରୀ ଜ୍ୟୋତିର୍ମୟୀ ଦାଶ,କିଚେନ୍ କୁଇନ୍ ପାଇଁ ଶ୍ରୀମତୀ ମୀନାକ୍ଷୀ ପଟ୍ଟନାୟକ, କଳା ଓ ସଂସ୍କୃତି ପାଇଁ ସୁଶ୍ରୀ ସଂସ୍କୃତି ଶର୍ମା ପ୍ରମୁଖ ଚାରିଜଣ ନବ ପ୍ରତିଭାଙ୍କୁ ଦମ୍‌ଦାର ଓଡ଼ିଆ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଅତିଥିମାନଙ୍କ ସହିତ ରୁଚିର ପରିଚାଳନା ନିର୍ଦ୍ଦେଶକ, ନିର୍ଦ୍ଦେଶିକା ଶ୍ରୀମତୀ ସଲିନା ସାହୁ ପ୍ରମୁଖ ପ୍ରତିଭାମାନଙ୍କୁ ସମ୍ମାନିତ କରିଥିଲେ ।‘ରୁଚି’ର କମ୍ପାନୀ ସଚିବ ଶ୍ରୀ ରତିରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ମହେନ୍ଦ୍ର ଷଡ଼ଙ୍ଗୀ, ରୁଚିର ବରିଷ୍ଠ ଅଧିକାରୀ ଶ୍ରୀ ସୁଦର୍ଶନ କୁମାର, ଶ୍ରୀ ଅଚ୍ୟୁତାନନ୍ଦ ସାହୁ, ଶ୍ରୀ ନିଶିକାନ୍ତ ଜେନା, ଶ୍ରୀ ଲକ୍ଷ୍ମୀଧର ସାହୁ, ଶ୍ରୀ ସାଇସମ୍ବିତ ନାୟକ, ଶ୍ରୀ ଅକ୍ଷୟ କୁମାର ପଣ୍ଡା, ଶ୍ରୀରାଜେଶ କୁମାର ସାହୁ, ଶ୍ରୀ ନିହାର ରଞ୍ଜନ ସାହୁ, ଶ୍ରୀ ରାମଚନ୍ଦ୍ର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳାନରେ ସହଯୋଗ କରିଥିଲେ ।

ହାଇଟ୍ କାନ୍‌ଭାସର ମୁଖ୍ୟ ଶ୍ରୀ ଉଲ୍ଲାସ ଚନ୍ଦ୍ର ବେହୁରା, ଶ୍ରୀ ଶୁଭମ୍ ଓ ସୁଶ୍ରୀ ଅଙ୍କିତା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ସମାରୋହରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ ଯୋଗ ଦେଇଥିଲେ।

ସେୟାର କରନ୍ତୁ

You May Like

Pin It on Pinterest