ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ସ୍ପାର୍କ-୨୦୨୬….

ବଣାଇ(ବାସ୍ତବକଥା): ବଣାଇ ବ୍ଲକ ଅନ୍ତର୍ଗତ ବାବୁ ନୂଆଗାଁ ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ସ୍ପାର୍କ-୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁନୀଲ ମୁଣ୍ଡୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଓଏଭି ପୂର୍ବତ୍ତନ ଅଧ୍ୟକ୍ଷ ବୀରେନ୍ଦ୍ର କୁମାର ପତି, ଜ଼ିଲ୍ଲା ପରିଷଦ ସଭ୍ୟ ବୀର ବିଚିତ୍ରସେନ ନାଏକ, ରାମଚନ୍ଦ୍ର ସାହୁ, ଗୁରୁଣ୍ଡିଆ ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ମାନସ କୁମାର କାମିଲା ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟା ଗୀତାଞ୍ଜଳି ପ୍ରଧାନ ଓ ଅଧ୍ୟକ୍ଷ ରୀତିକ ପଟେଲଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ କରିଥିଲେ ।

ପୁନଶ୍ଚ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ ହୋଇଥିଲା। ବିଭିନ୍ନ ପ୍ରତିଯୋଗିତାରେ ବିଦ୍ୟାଳୟର କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ।

ସେୟାର କରନ୍ତୁ

Next Post

ମିଶନ ଆଶାଲୋକ-୧ରେ ଚପଲ ତିଆରି ତାଲିମ ୟୁନିଟ୍‌

Sun Sep 13 , 2026
ମାନସିକ ଅନଗ୍ରସର ଓ ଅନ୍ତେବାସୀଙ୍କୁ ଆତ୍ମନିର୍ଭର ପାଇଁ ଜିଲ୍ଲାପାଳଙ୍କ ଅଭିନବ ପଦକ୍ଷେପ । ଚପଲ କିଣି ଉତ୍ସାହିତ କଲେ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ। ଝାରସୁଗୁଡ଼ା(ବାସ୍ତବକଥା): ଝାରସୁଗୁଡା ସହରସ୍ଥିତ କକ୍ସ କଲୋନୀରେ ଅବସ୍ଥିତ ‘ମିଶନ ଆଶାଲୋକ-୧’ ପରିସରରେ ମାନସିକ ରୋଗୀ ଓ ଅନ୍ତେବାସୀଙ୍କ ମାନସିକ-ସାମାଜିକ ପୁନର୍ବାସ ତଥା ସ୍ୱାବଲମ୍ବନ ଲକ୍ଷ୍ୟରେ ଏକ ନୂତନ ରବର ଚପଲ ତିଆରି ବୃତ୍ତିଗତ ୟୁନିଟ୍‌ ଶୁଭାରମ୍ଭ ହୋଇଯାଇଛି। ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ […]

You May Like

Pin It on Pinterest