ଜିଲ୍ଲାସ୍ତରୀୟ ବିଭିନ୍ନ କ୍ରୀଡ଼ାର ଚୟନ ପରୀକ୍ଷା…

ଝାରସୁଗୁଡ଼ା(ବାସ୍ତବକଥା):୧୨/୦୯- ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ସମୂହ ସଂଗଠନର ପକ୍ଷରୁ ଜିଲ୍ଲାସ୍ତରୀୟ ବିଭିନ୍ନ କ୍ରୀଡ଼ାର ଚୟନ ପରୀକ୍ଷା ଶୁକ୍ରବାର ବ୍ରଜରାଜନଗରସ୍ଥିତ ଇନ୍ଡୋର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହୋଇଯାଇଛି।

ଏହି ଚୟନ ପରୀକ୍ଷାରେ ଉଶୁ, ତାଇକୋଣ୍ଡୋ, ବ୍ୟାଡମିଣ୍ଟନ, ଯୋଗ, ହ୍ୟାଣ୍ଡବଲ୍ ଓ ଭଲିବଲ୍ ଭଳି କ୍ରୀଡ଼ାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୩୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ସମୂହ ସଂଗଠନର ସଭାପତି ଡ. ରାଧାକାନ୍ତ ଗର୍ତ୍ତିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ାର ଗୁରୁତ୍ୱ ଏବଂ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶରେ ଏହାର ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।

କିର୍ମିରା ବ୍ଲକ୍‌ର ଶିକ୍ଷା ଅଧିକାରୀ ଶ୍ରୀ ଜୟନାରାୟଣ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରତିଭାବାନ୍ କ୍ରୀଡ଼ାବିତ୍‌ମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲାର ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ତଥା ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ସଂଘର ସମ୍ପାଦକ ଶ୍ରୀ ସୁଶାନ୍ତ ବେହେରା ଉପସ୍ଥିତ ରହି ଚୟନ ପରୀକ୍ଷାର ସୁଚାରୁ ପରିଚାଳନା ଓ ନିରପେକ୍ଷ ଚୟନ ଉପରେ ଗୁରୁତ୍ୱାରୋପ କରିଥିଲେ। ବିଭିନ୍ନ କ୍ରୀଡ଼ାରେ ନିୟୋଜିତ ପ୍ରଶିକ୍ଷକ, ଶାରୀରିକ ଶିକ୍ଷକ, ଅଧିକାରୀ ଓ ବିଚାରକମାନଙ୍କ ତତ୍ତ୍ୱାବଧାନରେ ଚୟନ ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା। ଜିଲ୍ଲାରୁ ଶ୍ରେଷ୍ଠ ପ୍ରତିଭାମାନଙ୍କୁ ଚୟନ କରି ଆଗାମୀ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବା ଏହି ଚୟନ ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

କ୍ରୀଡ଼ାବିତ୍‌ମାନଙ୍କ ଉତ୍ସାହଜନକ ଅଂଶଗ୍ରହଣ ଓ ଉଚ୍ଚସ୍ତରୀୟ ପ୍ରତିଭା ପ୍ରଦର୍ଶନ ଯୋଗୁଁ ସମଗ୍ର କାର୍ଯ୍ୟକ୍ରମଟି କ୍ରୀଡ଼ାମୟ ପରିବେଶରେ ସଫଳତାର ସହ ସମାପ୍ତ ହୋଇଥିଲା।

ସେୟାର କରନ୍ତୁ

Next Post

୩୦ ତମ ରୁଚି ପ୍ରତିଭା ସମ୍ମାନ-୨୦୨୬ ସମାରୋହ...

Sun Sep 13 , 2026
‘ମାନବତାର ସେବା ଓ ସମାଜର ଉନ୍ନତି ପାଇଁ ରୁଚିର ପ୍ରୟାସ ପ୍ରେରଣାଦାୟୀ’।ପଦ୍ମଶ୍ରୀ ଚରଣ ହେମ୍ବ୍ରମ,ପଦ୍ମଶ୍ରୀ ସାବରମତୀ, ସାଂସଦ ଶ୍ରୀ ଦିଲ୍ଲୀପ ରାୟ, ସୁଶ୍ରୀ ଜ୍ୟୋତିର୍ମୟୀ ନାୟକ ଓ ଶ୍ରୀ ଦୀପ୍ ଗ୍ରେସ୍‌, ଶ୍ରୀ ସାତ୍ତ୍ୱିକ ସତ୍ୟକାମ ଦେବତା, ଶ୍ରୀ ପାର୍ଥସାରଥୀ ମହାନ୍ତ ଓ ଶ୍ରୀ ଆଶୁତୋଷ ନାୟକଙ୍କୁ ରୁଚି ପ୍ରତିଭା ସମ୍ମାନ। “ଆପ୍ ରୁଚି ଖାନା”:-ଏହି କଥାଟିକୁ ଆଧାର କରି ଆଜିମାନବତାର ସେବା ଓ ସମାଜର ଉନ୍ନତି ପାଇଁ ରୁଚି […]

You May Like

Pin It on Pinterest