
ପୁରୀ(ଜୟକୃଷ୍ଣ ଦାସ): ପୁରୀ ରଥଯାତ୍ରା, ବାହୁଡ଼ା ଯାତ୍ରା ଏବଂ ସୁନାବେଶ ସମୟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ, ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।
ଅଭିଯୋଗ ହେଉଛି, ଅନେକ ଗଣମାଧ୍ୟମ ପ୍ରତିନିଧି ଓ ସେମାନଙ୍କ ସହଯୋଗୀଙ୍କୁ କର୍ଡନ ମଧ୍ୟକୁ ସହଜରେ ଛଡ଼ାଯାଇନଥିବା ବେଳେ, କେତେକ ସ୍ୱେଚ୍ଛାସେବୀ ସଂସ୍ଥା, ଯଥା କଟକର “ଈଶ୍ୱର” ସେବା ସଂସ୍ଥା ର ବହୁ ସଂଖ୍ୟକ ସଦସ୍ୟ ଓ ସେମାନଙ୍କ ପରିବାରକୁ ପ୍ରବେଶ ଅନୁମତି ଦିଆଯାଇଥିବା ନେଇ ପ୍ରଶ୍ନ ଉଠିଛି। ଏହି ପ୍ରବେଶ ପ୍ରକ୍ରିୟା କେଉଁ ନୀତି ଓ କାହାର ନିର୍ଦ୍ଦେଶରେ କରାଯାଇଥିଲା, ତାହାକୁ ନେଇ ସ୍ପଷ୍ଟୀକରଣ ଦାବି ହେଉଛି।
ପୁରୀ ଜିଲ୍ଲା ମୁଖିଆ, ପୋଲିସ ପ୍ରଶାସନ ମୁଖିଆ କେତେ ଟଙ୍କା ନେଇ ଏତେ ସଂଖ୍ୟାରେ, ସୁନାବେଶ ରେ ଛାଡିଲେ, କିନ୍ତୁ ଗଣମାଧ୍ୟମ ପ୍ରତିନିଧି ଙ୍କ ପରିବାର ଙ୍କୁ ଛାଡିଲେ ନାହିଁ କଣ ପାଇଁ.? ସେହିପରି, ଏହି ପ୍ରଶାସନ ମୁଖିଆ ମାନଙ୍କ ଯୋଗୁଁ, ରଥଯାତ୍ରା ଦିନ ମହାପ୍ରଭୁ ବାଇଶି ପାହାଚ ରେ ତିନି ଘଣ୍ଟା ଅଟକିଥିବା ସହିତ, ବିନା ଟାହିଆ ରେ ରଥ ଉପରକୁ ପହଣ୍ଡି ବିଜେ କରିଥିଲେ। ରଥ ଟଣା ବିଳମ୍ବ ଯୋଗୁଁ, ନନ୍ଦିଘୋଷ ରଥ ସିଂହ ଦ୍ୱାର ରୁ ଚାରି ହାତ ମାତ୍ର ଆଗକୁ ଗଡ଼ାଇ ଅଟକାଇ ରଖିଥିଲେ।
ଏହିପରି ଅବ୍ୟବସ୍ଥା ଯୋଗୁଁ ଦଳଚକଟା ରେ ତିନି ଜଣଙ୍କର ଜୀବନ ମଧ୍ୟ ଯାଇଥିଲା।ସେହିପରି ସନ୍ଧ୍ୟା ଦର୍ଶନ ଦିନ ଓ ବାହୁଡା଼ ଦିନ ମଧ୍ୟ ଠାକୁର ଙ୍କ ନୀତି ଠିକ ସମୟରେ ନ ହେବା ଯୋଗୁଁ ବାହୁଡା଼ ଦିନ ରାତି ୧୨ ଟା ରେ ସିଂହ ଦ୍ୱାରରେ ରଥ ଲାଗି ଥିଲା।କଡ଼ନ ଭିତରେ ହଜାର ହଜାର ଛଦ୍ମବେଶୀ ସ୍ବେଛାସେବୀ ମାନଙ୍କୁ ପ୍ରବେଶ କରାଇ ଥିଲେ, କାହାର ନିର୍ଦେଶରେ?ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଭିତରକୁ ଛଡା ଯାଇ ନଥିଲା, ଏକଥା ପଚାରିବାରେ, କାକୁଡିଖାଇ ଠାକୁରାଣୀ ପାଖରେ ଥିବା ପ୍ରଶାସନ ର ଜଣେ ଅଧିକାରୀ କହିଥିଲେ ଯେ ପୁରୀ ଜିଲ୍ଲାପାଳ ଓ ଆଇଜି ମନା କରିଛନ୍ତି।
ବହୁ ଯୁକ୍ତି ତର୍କ ହେବାପରେ କିଛି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଭିତରକୁ ଛାଡିଥିଲେ।ଏହି ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି ଯେ, ପୁରୀ ପ୍ରଶାସନ ଓ ପୋଲିସ ପ୍ରଶାସନର ହାତରେ ରଥଯାତ୍ରାକୁ ଟେକିଦେଇ ସରକାର ଫୋଟୋ ଉଠାଇ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିବାରେ ବ୍ୟସ୍ତ ଅଛନ୍ତି। ପୁରୀ ପ୍ରଶାସନର କେତେକ ମନମୁଖୀ ନିଷ୍ପତ୍ତି ଫଳରେ ସରକାରଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ ହେଉଛି।



