ବାସ୍ତବବ୍ୟୁରୋ:ମାହାଙ୍ଗା, ମାହାଙ୍ଗା ଡବଲ ମଡର୍ର ଘଟଣାରେ ୪୮ ଘଣ୍ଟା ପରେ ବି ପୋଲିସ ହାତରେ ଲାଗୁନି ସୁରାକ । ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ କାହିଁକି ହତ୍ୟାକରାଗଲା ,ତା ଉପରେ ଏବେବି ସସପିଏନ୍ସ | କଟକ ଗ୍ରାମାଞ୍ଚଳ ପୋଲିସର ହାତ ଏବେବି ଶୂନ। ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ବିଫଳତା ପ୍ରତିବାଦରେ ଆଜି ରାସ୍ତାକୁ ଓହ୍ଲାଇଛି ବିଜେପି । ଅବିଭକ୍ତ କଟକ ଜିଲ୍ଲାର ଥାନା, ବ୍ଲକ ଆଗରେ ବିକ୍ଷୋଭ ଓ ପ୍ରତିବାଦ କରିଛି ଦଳ । ସେପଟେ ଜବାବ ରଖିଛନ୍ତି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ।
ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟ ସିଂହ ବରାଳଙ୍କ,ହତ୍ୟାର ୪୮ ଘଣ୍ଟା ପରେ ପୋଲିସ ହାତ ଖାଲି | ଅଭିଯୁକ୍ତଙ୍କୁ ଧରିବାକୁ ଡିଆଇଜି ଏସପିଙ୍କ ତତ୍ତ୍ବାବଧାନରେ ୫ଟି ସ୍ବତନ୍ତ୍ର ଟିମ ଗଠନ ହୋଇ ଥିଲେ ବି ହତ୍ୟାକାରୀଙ୍କ ଟେର ମିଳିନାହିଁ। ସେପଟେ ବିଜେପି ଆଜି ଆନ୍ଦୋଳନକୁ ଓହ୍ଲାଇଛି । ରାଜନୈତିକ କାରଣରୁ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ କରିଆସୁଛି ବିଜେପି । ଅବିଭକ୍ତ କଟକ ଜିଲ୍ଲାର ସବୁ ବ୍ଲକ ଓ ଥାନା ଆଗରେ ବିକ୍ଷୋଭ ଓ ପ୍ରତିବାଦ କରିଛି । ସେପଟେ ଓଡିଶା ସରକାର ସବୁବେଳେ ଜିରୋ ଟଲେରାନ୍ସ ନୀତି ଆପଣାଇଛନ୍ତି । ଅଭିଯୁକ୍ତମାନେ ନିଶ୍ଚୟ ଗିରଫ ହେବେବୋଲି ବିଜେଡି କହିଛି ।



