
ଭୁବନେଶ୍ବର(ବାସ୍ତବବ୍ୟୁରୋ) ୨୦ ଏପ୍ରିଲ,୨୦୨୫:ଆଜି ସନ୍ଧ୍ୟାରେ ବର୍ଷା ପବ୍ଲିକେସନ୍ ପକ୍ଷରୁ ପ୍ରକାଶିତ,ଯୁବକବି ମହାଦେବ ପ୍ରଧାନଙ୍କ ପ୍ରଥମ କବିତା ପୁସ୍ତକ ‘ପାହାନ୍ତି ଆକାଶ’ର ଲୋକାର୍ପଣ ଉତ୍ସବ ଭାରତୀୟ ବିଦ୍ୟା ଭବନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ପୁସ୍ତକ ଉନ୍ମୋଚନ ଉତ୍ସବରେ ବିଶିଷ୍ଟ କବି ଆଶୁତୋଷ ପରିଡ଼ା, ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ର, ବିଶିଷ୍ଟ କବି ମମତା ଦାଶ ଓ ବିଶିଷ୍ଟ କବି ଚିରଶ୍ରୀ ଇନ୍ଦ୍ରସିଂ ଯୋଗ ଦେଇଥିଲେ। ମଞ୍ଚ ପରିଚାଳନା କରିଥିଲେ ଯୁବ କବି ବେଦପ୍ରକାଶ ନାୟକ ଓ ପ୍ରକାଶକୀୟ ଅଭିମତ ରଖୁଥିଲେ ବର୍ଷା ପବ୍ଲିକେସନ୍ର ନିର୍ଦ୍ଦେଶକ କବି ବାଦଲ ମହାନ୍ତି। ପ୍ରକାଶିତ କବିତା ପୁସ୍ତକରୁ କିଛି କବିତାକୁ ଆବୃତ୍ତି କରିଥିଲେ ସମଧର୍ମା କବିମାନେ।
ଉକ୍ତ ଉତ୍ସବରେ ଓଡ଼ିଶାର ବହୁ କବି, ଲେଖକ, ଲେଖିକା ଓ ସାହିତ୍ୟାନୁରାଗୀ ବ୍ୟକ୍ତି ବିଶେଷ ଯୋଗ ଦେଇ ସଭାଟିକୁ ସଫଳ କରାଇଥିବାରୁ ସମସ୍ତଙ୍କୁ ଆନ୍ତରିକ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ ପୁସ୍ତକଟିର ସ୍ରଷ୍ଟା ତଥା ଯୁବ କବି ମହାଦେବ ପ୍ରଧାନ।