
ବାଳକାଟି(ନି.ପ୍ର): ବାଲିଅନ୍ତା ବ୍ଲକ ହୀରାପୁର ଗ୍ରାମର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହରପ୍ରିୟା ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ତୃତୀୟ ହରପ୍ରିୟା ସାହିତ୍ୟ ଉତ୍ସବ, ଶ୍ରୀସୁଦର୍ଶନ ଦାରୁ ଅରଣ୍ୟରେ ଅନୁଷ୍ଠିତ ହୋଇଯାଇଛି।
ଟ୍ରଷ୍ଟର ମୁଖ୍ୟ ଦୀନବନ୍ଧୁ ଭୋଇ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାର୍କଫେଡର ସଭାପତି କବିତା ମଞ୍ଜରୀ ପରିଡ଼ା, ଆବାହକ ଚଳଚିତ୍ର ସଂଳାପ ଲେଖକ ଡ଼.ରଜନୀ ରଞ୍ଜନ ଦାଶ,ସମ୍ମାନୀତ ଅତିଥି ଭାବେ ସ୍ତମ୍ଭକାର ଶ୍ରୁତକିର୍ତ୍ତୀ ତ୍ରିପାଠୀ, ନାଟ୍ୟକାର ମନୋଜ ପଟ୍ଟନାୟକ ଓ ଶିକ୍ଷାବିତ ବିଧୁଭୂଷଣ ପଟ୍ଟନାୟକ,ଯୁବ ସମାଜସେଵୀ ରଞ୍ଜନ କୁମାର ମହାପାତ୍ର ଯୋଗଦେଇ ସାହିତ୍ୟ ହେଉଛି ସୃଜନଶିଳତାର ଏକ ଅଭିଛେଦ୍ୟ ଅଙ୍ଗ,ସାହିତ୍ୟ ନିଜ ଅଞ୍ଚଳର ପରିଚୟ ପ୍ରତିପାଦନ କରିବାରେ ସହାୟକ ହୋଇଥାଏ।ସାହିତ୍ୟ ବଞ୍ଚିଲେ ରାଜ୍ୟ ଓ ଦେଶ ବଞ୍ଚିବ।ସାହିତ୍ୟକୁ ଉଜ୍ଜୀବିତ କରିବାପାଇଁ ଆଜିର ଯୁବ ସମାଜ ଆଗେଇ ଆସିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ।
ଏହି ପରିପ୍ରେକ୍ଷୀରେ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବିଶିଷ୍ଟ କବି ଓ ସାହିତ୍ୟିକ ନିଜର କବିତା ପଠନ କରିଥିଲେ। ସାହିତ୍ୟ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ବରିଷ୍ଠ ଶିଶୁ ସାହ୍ୟିତିକ ବଙ୍କିମ ଚନ୍ଦ୍ର ନାୟକ, କବି ରକ୍ଷକ ନାୟକ,ଓଡ଼ିଆ ଭାଷା ଗବେଷିକା ଡ.ପ୍ରମୋଦିନୀ ଜେନା, କୁଶବନ ପତ୍ରିକାରେ ସମ୍ପାଦକ ସରୋଜ ଭୋଇ, କବି ବନ୍ଦନା ହରିଚନ୍ଦନଙ୍କୁ “ସାରସ୍ୱତ ସ୍ରଷ୍ଟା “ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ କବି କମଳିନୀ ମଲ୍ଲିକ ଓ ପ୍ରତିମା ଭୋଇ ମଞ୍ଚ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ଅନ୍ୟତମ ଟ୍ରଷ୍ଟି ଶ୍ରୀକୁମାର ଆଶୁତୋଷ ଭୋଇ ଓ ସୁରେଶ ବେହେରା, ଉମାକାନ୍ତ ବେହେରା ,କାହ୍ନୁ ଦାସ ଓ ସୁବାଷ ଦାସ ପ୍ରମୁଖ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଆଶୁତୋଷ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ l



