ବାସ୍ତବ ବ୍ୟୁରୋ: ସାହାରା ଚିଟଫଣ୍ଡ ଜମାକାରୀ ଫେରି ପାଇବେ ସେମାନଙ୍କ ଟଙ୍କା। ଆଜି କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଏକ ରିଫଣ୍ଡ୍ ପୋର୍ଟାଲ(https://mocrefund.crcs.gov.in)ର ଉନ୍ମୋଚନ କରିଛନ୍ତି। ସାହାରା ରିଫଣ୍ଡ ପୋର୍ଟାଲ ବା ୱେବସାଇଟରେ ଜମାକାରୀ କିଭଳି ଟଙ୍କା ଫେରିପାଇବେ ସେ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ରହିଛି। ଏହା ଦ୍ୱାରା ପ୍ରାୟ ୧୦ କୋଟି ଜମାକାରୀ ଉପକୃତ ହେବେ ବୋଲି ଆଶା ରହିଛି। ଆବଶ୍ୟକ ସ୍ଥାନରେ ତଥ୍ୟ […]
ବାସ୍ତବ ବ୍ୟୁରୋ: ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲା ଭଦ୍ରକରୁ ବାଲେଶ୍ୱର ଯାଉଥିଲା ମେମୁ ଟ୍ରେନ୍। ଆଜି ଅପରାହ୍ନରେ ବାଲେଶ୍ୱର ଜିଲ୍ଲା ନୀଳଗିରି ରୋଡ୍ ବରୁଣସିଂ ଷ୍ଟେସନ ପାଖରେ ଏହି ଘଟଣା ଘଟିଛି। ଏହି ଟ୍ରେନ୍ କୌଣସି କାରଣରୁ ଲୁପ ଲାଇନରେ ପଶି ଯାଇଥିଲା। ତେବେ ସିଗନାଲ କିମ୍ବା ଟ୍ରାକର ତ୍ରୁଟି ଜଣା ପଡିନଥିବା ବେଳେ ଲୋକ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ହଜାର ହଜାର ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଛି। ନୀଳଗିରି ରୋଡ଼ରେ ଦୁଇ […]
ବାସ୍ତବ ବ୍ୟୁରୋ: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ରମାଦେବୀ ଜୁନିୟର କଲେଜକୁ ଭୁବନେଶ୍ୱରର ୟୁନିଟ ୯ ବାଳିକା ସ୍କୁଲକୁ ଉଠିଯିବ ବୋଲି ଗଣଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦଶାଳୟର ନିର୍ଦ୍ଦେଶକ। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ କଳା ଓ ବାଣିଜ୍ୟ ବିଭାଗ ସ୍ଥାନାନ୍ତର ହେବ । ୟୁନିଟ ୯ ବାଳିକା ସ୍କୁଲରେ ଲାବୋରୋଟୋରୀ ନଥିବାରୁ ଥିବାରୁ ବିଜ୍ଞାନ […]
ବାସ୍ତବ ବ୍ୟୁରୋ: ମଧ୍ୟପ୍ରଦେଶର ଭୋପାଲରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସର ଏକ କୋଚ୍ର ବ୍ୟାଟେରୀ ବକ୍ସରେ ସୋମବାର ସକାଳେ ନିଆଁ ଲାଗିଯାଇଥିଲା। ତେବେ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି। କାହାରି କିଛି ହୋଇନାହିଁ। ବ୍ୟାଟେରି ସ୍ପାର୍କ କରିବାରୁ ଟ୍ରେନ୍ର ୧୪ ନମ୍ବର କୋଚ୍ରୁ ପ୍ରଥମେ ନିଆଁ ଲାଗିଥିବାର ଦେଖିବାକୁ ମିଳିଥିଲା। ଅଗ୍ନିକାଣ୍ଡ ଘଟିବା ପରେ ଅଗ୍ନିଶମ ବିଭାଗର ଏକ ଦଳକୁ ତୁରନ୍ତ ଘଟଣାସ୍ଥଳକୁ ଡକା ଯାଇଥିଲା। ଅଗ୍ନିଶମ କର୍ମଚାରୀ […]
ସଂଜୟଶତପଥୀ(କଟକ):ତା ୧୬୵୭-ଅଲ ଓଡିଶା ଇପିଏଫ ପେନସନ ଆସୋସିଏସନ୍ ଆହ୍ୱାନ ରେ ଓଡିଶାର ସମସ୍ତ ଲୋକସଭା ଓ ରାଜ୍ୟସଭା ସାଂସଦ ମାନଙ୍କୁ ସ୍ଥାନୀୟ ପେନସନରସ ମାନେ ସାକ୍ଷାତ କରି ସେମାନଙ୍କ ସମସ୍ୟା ଅବଗତ କରାଇବା ପାଇଁ ନିଷ୍ପତ୍ତି ପରିପ୍ରେକ୍ଷୀରେ କଟକ ଲୋକସଭା ସଦସ୍ୟ ଶ୍ରୀ ଭର୍ତ୍ତୃହରି ମହତାବ ଙ୍କୁ ସନ୍ଧ୍ୟାରେ କଟକ ଜିଲ୍ଲା ସଂପାଦକ ବିନୋଦ କୁମାର ବେହେରା ଓ ସଙ୍ଘର ଉପସଭାପତି ସୁକାନ୍ତ କୁମାର ସ୍ବାଇଁ ସାକ୍ଷାତ ଆଲୋଚନା ସହ […]
ବାସ୍ତବ ବ୍ୟୁରୋ: ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ । ଉତର ଓଡିଶା-ପାଶ୍ୱର୍ବର୍ତୀ ପଶ୍ଚିମବଙ୍ଗ ଉପତ୍ୟକାରେ ଲଘୁଚାପ ସୃଷ୍ଟି ହୋଇଛି । ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । ଏ ପରିସ୍ଥିତରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ସୋନପୁର, ବରଗଡ଼, ବଲାଙ୍ଗୀର ଓ ନୂଆପଡ଼ା ପ୍ରଭୃତି ୮ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୧୨ରୁ ୨୦ସେମି)ର […]
ବାସ୍ତବ ବ୍ୟୁରୋ: ଏହିକ୍ରମରେ ଆଜି ସକାଳେ ୪ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଭୁବନେଶ୍ବରରେ ପହଞ୍ଚିଛନ୍ତି। ବିଜେପିର ପ୍ରବାସ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିତ୍ୟାନନ୍ଦ ରାୟ ଓଡ଼ିଶା ଆସିଛନ୍ତି। ସେ ଭୁବନେଶ୍ୱରରୁ କନ୍ଧମାଳ, ବୌଦ୍ଧ, ଢେଙ୍କାନାଳ ଓ ଅନୁଗୁଳ ଆଦି ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ୪ ସଂସଦୀୟ କ୍ଷେତ୍ରରେ ବିଜେପି ୨୦୧୯ ସାଧାରଣ ନିର୍ବାଚନରେ ହାରି ଦ୍ବିତୀୟ ସ୍ଥାନରେ ଥିଲା […]
ବାସ୍ତବ ବ୍ୟୁରୋ: ଆମେରିକାର ଆଲାସ୍କା ପେନିଞ୍ଜୁଲା ଅଞ୍ଚଳରେ ଅନୁଭୂତ ହୋଇଛି ଶକ୍ତିଶାଳୀ ଭୂକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ରହିଥିଲା। ତେବେ କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ ଆସିନାହିଁ। ଅନ୍ୟପକ୍ଷରେ ଭୂକମ୍ପ ପରେ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୁନାମି ଆର୍ଲଟ କରାଯାଇଛି। ମାର୍ଚ୍ଚ 1964 ରେ ଆଲାସ୍କାରେ 9.2 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପରେ ଅନୁଭୂତ ହୋଇଥିଲା। ଏହା ସବୁଠୁ ଭାୟାନକ ଥିଲା। ଭୂକମ୍ପ ପରେ ସୁନାମି ପ୍ରଭାବରେ ଆଲାସ୍କା ଗଲ୍ଫ, ଆମେରିକାର […]
ପ୍ରମୋଦ ନାୟକ(ଭୁବନେଶ୍ବର): କ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ବେଳେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ନବରଙ୍ଗପୁର, ନୂଆପଡ଼ା ଓ ବଲାଙ୍ଗୀର ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାଇ,ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଏହିଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୬ ଓ ୧୭ ତାରିଖରେ […]
ବାସ୍ତବ ବ୍ୟୁରୋ: ଯୁକ୍ତ ୩ରେ ନାମ ଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି । ଆଜି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ତାଲିକା ପ୍ରକାଶ ପାଇଥିବା ବେଳେ ଇନଟିଗ୍ରେଟେଡ଼ ବିଏଡ଼ ଥିବା କଲେଜରେ କଟଅଫ ଆଗରେ ରହିଛି । କଳା ଓ ବିଜ୍ଞାନରେ ବିଜେବି ଓ ରେଭେନ୍ସାକୁ ଅନ୍ୟ କଲେଜ ଟପିଥିବା ବେଳେ ବିଜ୍ଞାନରେ ପୁରୀ ଏସସିଏସ କଲେଜର କଟ ଅଫ ଆଗରେ ରହିଛି । […]


