ତ୍ରିନାଥ ବାରିକ(ସାକ୍ଷୀଗୋପାଳ):ଆଜି ଅପରାହ୍ନ ୨-୩୦ ସମୟରେ ପଞ୍ଚଭୂତରେ ଲିନ ହେଲେ,ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ସହିଦ ଲାନ୍ସନାୟକ ଦେବାଶିଷ ବିଶ୍ୱାଳ। ପରିବାର ଲୋକ, ବନ୍ଧୁବାନ୍ଧବ, ସ୍ଥାନୀୟ ଜନତା, ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ, ସେନା ଅଧିକାରୀ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ତଥା କର୍ମଚାରୀଙ୍କ ଉପସ୍ଥିତିରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳର ଖଣ୍ଡାୟତସାହିରେ ଦେବାଶିଷଙ୍କ ଶେଷକୃତ୍ୟ ଗାଁ ମଶାଣିରେ ସଂପନ୍ନ ହୋଇଛି। ସାନଭାଇ ଦେବୀ ପ୍ରସାଦ ବିଶ୍ୱାଳ ମୁଖାଗ୍ନି ଦେଇଛନ୍ତି। ଏହି ଅବସରରେ ସତ୍ୟବାଦୀ […]
ସଂଜୟ ଶତପଥୀ(କଟକ): ପ୍ରଚଣ୍ଡ ରୌଦ୍ରତାପରେ ଜନସାଧାରଣ ପାଣି ଟୋପାଏ ଲାଗି ଡହଳବିକଳ ହେଉଥିବା ବେଳେ ତଥା ଯେତେବେଳେ କଟକ ମହାନଗର ନିଗମ ଏହି କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ସେତେବେଳେ କଟକ-ଭୁବନେଶ୍ୱର କମିଶନରେଟ୍ ପୋଲିସ୍ ପକ୍ଷରୁ ମାନନୀୟ ପୋଲିସ୍ କମିଶନର ଶ୍ରୀ ସୈାମେନ୍ଦ୍ର ପ୍ରିୟଦର୍ଶୀ ଙ୍କ ନିର୍ଦ୍ଦେଶକ୍ରମେ କଟକ-ଭୁବନେଶ୍ୱର ର ପ୍ରତ୍ୟେକ ପୋଲିସ୍ ଥାନା ସମ୍ମୁଖରେ ଜଳଛତ୍ର କେନ୍ଦ୍ର ଖୋଲାଯାଇଛି। ଏହି ପରିପ୍ରେକ୍ଷୀରେ କଟକ ସହରର ବକ୍ସି ବଜାରସ୍ଥିତ ରିଜର୍ଭ ପୋଲିସ୍ […]
ବାସ୍ତବ ବ୍ୟୁରୋ: ଆଜି ଦେଶରେ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ପୁଣି ୧୨,୦୦୦ ଟପି ଯାଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୭,୦୦୦ରୁ ଅଧିକ ହୋଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶନିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୨,୧୯୩ କରୋନାଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧୨,୧୯୩ ନୂତନ […]
ବାସ୍ତବ ବ୍ୟୁରୋ: ଶୁକ୍ରବାର ରାତିରେ ଉତ୍ତର ପ୍ରଦେଶର ଅଯୋଧ୍ୟା ଅନ୍ତର୍ଗତ ଲକ୍ଷ୍ନୌ-ଗୋରଖପୁର ରାଜପଥରେ ଗୋଟାଏ ଯାତ୍ରୀବାହୀ ବସ୍ ଗୋଟାଏ ଟ୍ରକ୍ ସହିତ ଧକ୍କାଖାଇବାରୁ ୭ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସୂଚନାନୁସାରେ, ଅଯୋଧ୍ୟାରୁ ଆସୁଥିବା ଉକ୍ତ ଘରୋଇ ବସ୍ ଆମ୍ବେଦକର ନଗର ଆଡ଼କୁ ଯିବା ପାଇଁ ରାଜପଥ ମୋଡ଼ରେ ବୁଲୁଥିବା ବେଳେ ବିପରୀତ ପାର୍ଶ୍ବରୁ ଆସୁଥିବା ଗୋଟାଏ ମାଲ୍ବାହୀ ଟ୍ରକ୍ ସହିତ ଧକ୍କା […]
ନିରଞନ ବସ୍ତିଆ(ଶ୍ଚିନ୍ତକୋଇଲି) : ଶୁକ୍ରବାର ଅପରାହ୍ନରେ ନିଶ୍ଚିନ୍ତକୋଇଲି ବ୍ଲକ ବରପଡା ଲୁଣାନଦୀ ସେତୁର ମଧ୍ୟଭାଗରେ ଯାଉଥିବା ସମୟରେ ବଜ୍ରାଘାତ ଯୋଗୁ ଜଣେ ଚାଷୀଙ୍କର ଅକାଳ ବିୟୋଗ ଘଟିଛି । ନେମାଳ ପଞ୍ଚାୟତ କଣ୍ଟାପାରୀ ଗ୍ରାମର ସୂର୍ଯ୍ୟେନ୍ଦୁ ଶେଖର ସାହୁ (ବୁଲା) ୫୫ ବର୍ଷ ନିଶ୍ଚିନ୍ତକୋଇଲି ହାଟକୁ ଚାଉଳ ବିକ୍ରି କରିବା ପାଇଁ ସାଇକେଲ ଯୋଗେ ଯାଉଥିଲେ । ଲୁଣାନଦୀ ସେତୁ ପାର ହେଉଥିଲା ବେଳେ ହଠାତ୍ ବଜ୍ରାଘାତ ତାଙ୍କ ଉପରେ […]
ବାସ୍ତବ ବ୍ୟୁରୋ: ସାରା ରାଜ୍ୟରେ ଅଗ୍ନିବର୍ଷା ହେଉଥିବା ବେଳେ ଆଜି ସକାଳୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକା ବର୍ଷା ଏବଂ ଥଣ୍ଡା ପବନ ଯୋଗୁ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି। ଏପରିକି ରାଜଧାନୀ ଭୁବନେଶ୍ୱରରେ ଗତକାଲି ତୁଳନାରେ ପାରଦ ପାଖାପାଖି ୭ ଡିଗ୍ରୀ ଖସିଛି। ବିଗତ ୧୦ ଦିନର ଗ୍ରୀଷ୍ମ ପ୍ରବାହ ପରେ ରାଜ୍ୟବାସୀ ସାମାନ୍ୟ ଆଶ୍ୱସ୍ତି ଲାଭ କରିଥିବା ବେଳେ ପାଣିପାଗ ବିଭାଗ କହିଛି ୨୬ ତାରିଖ ଯାଏଁ ତାତିରୁ ମିଳିବ ଆଶ୍ୱସ୍ତି। ବିଶେଷ କରି ଦକ୍ଷିଣ […]
ବାସ୍ତବ ବ୍ୟୁରୋ: କାନାଡାର ସର୍ବବୃହତ ଟରୋଣ୍ଟୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ୧୭ ଏପ୍ରିଲ ସନ୍ଧ୍ୟାରେ ପହଞ୍ଚିଥିଲାଏକ ସ୍ୱତନ୍ତ୍ର କଣ୍ଟେନର । ଏଥିରେ ୧୪.୮ ମିଲିୟନ ଡ଼ଲାର ଅର୍ଥାତ୍ ୧୨୧ କୋଟି ଟଙ୍କା ମୂଲ୍ୟର ସୁନା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ରହିଥିଲା । ଏହାକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା । ପରେ ଏପ୍ରିଲ୍ ୨୦ ରେ ସମସ୍ତ ମାଲ ଚୋରି ହୋଇଥିବା ଜଣା ପଡିଥିଲା । ସେବେଠାରୁ କାନାଡା ପୋଲିସ […]
ସଂଜୟ ଶତପଥୀ(କଟକ): ଜଗତସିଂହପୁରର ପୂର୍ବତନ ସାଂସଦ ତଥା ବିଶିଷ୍ଟ ଶିକ୍ଷାବିତ୍ ଓ ଅର୍ଥନୀତିଜ୍ଞ ତ୍ରିଲୋଚନ କାନୁନଗୋ ଆଉ ନାହାଁନ୍ତି । ଆଜି ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଶ୍ରୀ କାନୁନଗୋ ମାର୍ଚ୍ଚ ୩୦ ତାରିଖରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହଉଥିଲେ । ଆଜି ସକାଳ ପ୍ରାୟ ୭ଟାରେ […]
ତ୍ରିନାଥ ବାରିକ(ସତ୍ଯବାଦୀ): ଗତ କାଲି ଆତଙ୍କବାଦୀ ଆକ୍ରମଣରେ ଆଉ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ଆଜି ସେନା ବାହିନୀର ଗାଡ଼ିକୁ ଗ୍ରେନେଡ୍ ମାଡ଼ ଘଟଣାରେ ଜଣେ ଓଡ଼ିଆ ପୁଅ ସହିଦ ହୋଇଛନ୍ତି । ସହିଦ ହୋଇଥିବା ଯବାନଙ୍କ ନାଁ ଦେବାଶିଷ ବିଶ୍ୱାଳ । ତାଙ୍କ ଘର ପୁରୀ ଜିଲ୍ଲା ଅଳଗୁମା ପଞ୍ଚାୟତ ଖଣ୍ଡାୟତ ସାହିର ବୋଲି ଜଣାପଡ଼ିଛି । ସହିଦ ଯବାନ ଦେବାଶିଷଙ୍କ ବାପାଙ୍କ ନାଁ ପ୍ରତାପ […]
ବାସ୍ତବ ବ୍ୟୁରୋ: ଆସନ୍ତା ମେ’ ୯ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ବାରିପଦାସ୍ଥିତ ମହାରାଜା ଶ୍ରୀରାମଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ଏନେଇ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ରାଷ୍ଟ୍ରପତିଙ୍କ ପ୍ରାଇଭେଟ ସେକ୍ରେଟାରୀ ଚିଠି ଲେଖି ଜଣାଇଛନ୍ତି। ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ସେ ନିଜ ଜିଲ୍ଲାକୁ ଆସିବେ। ତେବେ ତାଙ୍କର ଏହି ଗସ୍ତ ସଂପର୍କିତ ସବିଶେଷ କାର୍ଯ୍ୟସୂଚୀ ବିଷୟରେ ସୂଚନା […]


