ସଂଜୟଶତପଥୀ(କଟକ):ତା ୧୬୵୭-ଅଲ ଓଡିଶା ଇପିଏଫ ପେନସନ ଆସୋସିଏସନ୍ ଆହ୍ୱାନ ରେ ଓଡିଶାର ସମସ୍ତ ଲୋକସଭା ଓ ରାଜ୍ୟସଭା ସାଂସଦ ମାନଙ୍କୁ ସ୍ଥାନୀୟ ପେନସନରସ ମାନେ ସାକ୍ଷାତ କରି ସେମାନଙ୍କ ସମସ୍ୟା ଅବଗତ କରାଇବା ପାଇଁ ନିଷ୍ପତ୍ତି ପରିପ୍ରେକ୍ଷୀରେ କଟକ ଲୋକସଭା ସଦସ୍ୟ ଶ୍ରୀ ଭର୍ତ୍ତୃହରି ମହତାବ ଙ୍କୁ ସନ୍ଧ୍ୟାରେ କଟକ ଜିଲ୍ଲା ସଂପାଦକ ବିନୋଦ କୁମାର ବେହେରା ଓ ସଙ୍ଘର ଉପସଭାପତି ସୁକାନ୍ତ କୁମାର ସ୍ବାଇଁ ସାକ୍ଷାତ ଆଲୋଚନା ସହ […]

ବାସ୍ତବ ବ୍ୟୁରୋ: ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ । ଉତର ଓଡିଶା-ପାଶ୍ୱର୍ବର୍ତୀ ପଶ୍ଚିମବଙ୍ଗ ଉପତ୍ୟକାରେ ଲଘୁଚାପ ସୃଷ୍ଟି ହୋଇଛି । ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । ଏ ପରିସ୍ଥିତରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ସୋନପୁର, ବରଗଡ଼, ବଲାଙ୍ଗୀର ଓ ନୂଆପଡ଼ା ପ୍ରଭୃତି ୮ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୧୨ରୁ ୨୦ସେମି)ର […]

ବାସ୍ତବ ବ୍ୟୁରୋ: ଏହିକ୍ରମରେ ଆଜି ସକାଳେ ୪ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଭୁବନେଶ୍ବରରେ ପହଞ୍ଚିଛନ୍ତି। ବିଜେପିର ପ୍ରବାସ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିତ୍ୟାନନ୍ଦ ରାୟ ଓଡ଼ିଶା ଆସିଛନ୍ତି। ସେ ଭୁବନେଶ୍ୱରରୁ କନ୍ଧମାଳ, ବୌଦ୍ଧ, ଢେଙ୍କାନାଳ ଓ ଅନୁଗୁଳ ଆଦି ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ୪ ସଂସଦୀୟ କ୍ଷେତ୍ରରେ ବିଜେପି ୨୦୧୯ ସାଧାରଣ ନିର୍ବାଚନରେ ହାରି ଦ୍ବିତୀୟ ସ୍ଥାନରେ ଥିଲା […]

ବାସ୍ତବ ବ୍ୟୁରୋ: ଆମେରିକାର ଆଲାସ୍କା ପେନିଞ୍ଜୁଲା ଅଞ୍ଚଳରେ ଅନୁଭୂତ ହୋଇଛି ଶକ୍ତିଶାଳୀ ଭୂକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ରହିଥିଲା। ତେବେ କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ ଆସିନାହିଁ। ଅନ୍ୟପକ୍ଷରେ ଭୂକମ୍ପ ପରେ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୁନାମି ଆର୍ଲଟ କରାଯାଇଛି। ମାର୍ଚ୍ଚ 1964 ରେ ଆଲାସ୍କାରେ 9.2 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପରେ ଅନୁଭୂତ ହୋଇଥିଲା। ଏହା ସବୁଠୁ ଭାୟାନକ ଥିଲା। ଭୂକମ୍ପ ପରେ ସୁନାମି ପ୍ରଭାବରେ ଆଲାସ୍କା ଗଲ୍ଫ, ଆମେରିକାର […]

ପ୍ରମୋଦ ନାୟକ(ଭୁବନେଶ୍ବର): କ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ବେଳେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ନବରଙ୍ଗପୁର, ନୂଆପଡ଼ା ଓ ବଲାଙ୍ଗୀର ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାଇ,ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଏହିଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୬ ଓ ୧୭ ତାରିଖରେ […]

ବାସ୍ତବ ବ୍ୟୁରୋ: ଯୁକ୍ତ ୩ରେ ନାମ ଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି । ଆଜି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ତାଲିକା ପ୍ରକାଶ ପାଇଥିବା ବେଳେ ଇନଟିଗ୍ରେଟେଡ଼ ବିଏଡ଼ ଥିବା କଲେଜରେ କଟଅଫ ଆଗରେ ରହିଛି । କଳା ଓ ବିଜ୍ଞାନରେ ବିଜେବି ଓ ରେଭେନ୍ସାକୁ ଅନ୍ୟ କଲେଜ ଟପିଥିବା ବେଳେ ବିଜ୍ଞାନରେ ପୁରୀ ଏସସିଏସ କଲେଜର କଟ ଅଫ ଆଗରେ ରହିଛି । […]

ବାସ୍ତବ ବ୍ୟୁରୋ: ଇସ୍ରୋର ବହୁ ପ୍ରତୀକ୍ଷିତ ମୁନ୍ ମିଶନ ଚନ୍ଦ୍ରଯାନ-୩ର ଉତକ୍ଷେପଣ ସଫଳ ହୋଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାବନ ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ରକେଟର ଉତକ୍ଷେପଣ କରାଯାଇଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଦିନ ୨ଟା ୩୫ରେ LVM3-M4 ରକେଟ୍ ଯୋଗେ ଉଡାଣ ଭରିଛି ଚନ୍ଦ୍ରଯାନ-୩। ଇସ୍ରୋ ସୂଚନା ମୁତାବକ, ଉତକ୍ଷେପଣର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ସଫଳ ହୋଇଛି। ଭୂପୃଷ୍ଠ ଛାଡିବାର ୧୬ ମିନିଟ ପରେ ୧୮୦ […]

ବାସ୍ତବ ବ୍ୟୁରୋ: ଆସନ୍ତା କାଲି ( ଜୁଲାଇ ୧୪) ଅର୍ଥାତ ଶୁକ୍ରବାର ଅପରାହ୍ନ ୨ଟା ୩୫ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତିଶ ଧାୱନ ଲଞ୍ଚ୍ ପ୍ୟାଡରୁ ଉତକ୍ଷେପଣ ହେବ ଚନ୍ଦ୍ରଯାନ-୩। ଏଥିପାଇଁ ଆଜି ଦିନ ଗୋଟାଏରୁ କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି। ଗତକାଲି(ବୁଧବାର) ମଧ୍ୟ ରିହରସଲ୍ ସରିଛି। ଯଦି ଚନ୍ଦ୍ରଯାନ-୩ ସଫଳ ହୁଏ ତେବେ ଚନ୍ଦ୍ରପୃଷ୍ଠରେ ପାଦ ଥାପିବାରେ ଭାରତ ହୋଇଯିବ ବିଶ୍ୱର ଚତୁର୍ଥ ଦେଶ। ଏହା ପୂର୍ବରୁ ଆମେରିକା, ଚୀନ ଏବଂ ରୁଷିଆ […]

ବାସ୍ତବ ବ୍ୟୁରୋ: ଆଜି ବାୟୁସେନାର ସ୍ୱତନ୍ତ୍ର ବିମାନରେ ଯାଇ ଫ୍ରାନ୍ସରେ ପହଞ୍ଚିଛନ୍ତି ନରେନ୍ଦ୍ର ମୋଦୀ । ତେବେ ପ୍ରଧାନମନ୍ତ୍ରୀଙ୍କର ଏହା ଷଷ୍ଠ ଫ୍ରାନ୍ସ ଯାତ୍ରା । ପ୍ରଧାନମନ୍ତ୍ରୀ ପ୍ୟାରିସରେ ପହଞ୍ଚିବା ପରେ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଏଲିଜାବେଥ୍ ତାଙ୍କୁ ସ୍ୱାଗତ କରିଛନ୍ତି । ଫ୍ରାନ୍ସରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ଫ୍ରାନ୍ସ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ । ଏହାପରେ ସିନେଟର ଅଧ୍ୟକ୍ଷଙ୍କ ସହ କଥାବାର୍ତ୍ତା କରିବେ । ଏହାପରେ ଯାଇ ମୋଦୀ ଭାରତୀୟ ସମୁଦାୟର […]

ବାସ୍ତବ ବ୍ୟୁରୋ: ଆସନ୍ତା ୨୬ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଣି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆସନ୍ତା ୨୬ ତାରିଖରେ ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତୀ ଉତ୍ସବର ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହେବ। ଏହି ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି। ପରେ ନେତାଜୀ ମ୍ୟୁଜିୟମ ବୁଲି ଯିବା ସହ କଟକ ଚଣ୍ଡୀ ମନ୍ଦିର ଯାଇ ମା’ଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ୨୭ ତାରିଖରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ହୀରକ […]

Pin It on Pinterest