ବାସ୍ତବ ବ୍ୟୁରୋ: ୨୦୨୪ ନିର୍ବାଚନ ପୂର୍ବରୁ ବିଜେପିର ନୂଆ ଟିମ୍‌ ଘୋଷଣା କରାଯାଇଥିବା ବେଳେ ଏଥିରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ପୁଣି ଥରେ ନିଜ ପଦ ବଜାୟ ରଖିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ନୂଆ ଟିମରେ ୩୮ ନେତାଙ୍କ ନାମ ଘୋଷଣା କରାଯାଇଛି । ବୈଜୟନ୍ତ ପଣ୍ଡା ତୃତୀୟ ଥର ଲାଗି ଦଳର ଏହି ଉଚ୍ଚ ପଦ ପାଇବାରେ ସକ୍ଷମ […]

ବାସ୍ତବ ବ୍ୟୁରୋ: ଆଜି ସକାଳେ ତାମିଲନାଡୁର କୃଷ୍ଣଗିରିରେ ଥିବା ଗୋଟାଏ ବାଣ କାରଖାନାରେ ପ୍ରଚଣ୍ଡ ବିସ୍ଫୋରଣ ଘଟି ୮ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ କେତେଜଣ ଆହତ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ, ପାଖରେ ଥିବା ଗୋଟାଏ ହୋଟେଲ୍‌ ଭାଙ୍ଗିପଡ଼ିବା ସହିତ ଆଉ ୪ଟି କୋଠାଘର ମଧ୍ୟ ଆଂଶିକ ଭାଙ୍ଗିଯାଇଛି। ହୋଟେଲ୍‌ ଓ କୋଠାଘରର ଭଗ୍ନସ୍ତୂପ ତଳେ ଅନେକ ଲୋକ ଫସି ରହିଥିବା […]

ବାସ୍ତବ ବ୍ୟୁରୋ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ୩ ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୧୨ରୁ ୨୦ସେମି)ର ସମ୍ଭାବନା ରହଥିବା ବେଳେ ୧୪ଟି ଜିଲ୍ଲାରେ ପ୍ରବଳ ବର୍ଷା (୭ରୁ ୧୧ ସେମି)ର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଆଜି ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି। ଏ ପରିସ୍ଥିତରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର […]

ବାସ୍ତବ ବ୍ୟୁରୋ: ମଣିପୁର ଘଟଣାକୁ ନେଇ ବିରୋଧୀମାନେ ଜବାବ୍ ମାଗୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି କି ମଣିପୁର ଘଟଣା ଉପରେ ଚର୍ଚ୍ଚା କରିବାକୁ ପ୍ରଧାନମନ୍ତ୍ରୀ ପ୍ରସ୍ତୁତ ଅଛନ୍ତି । ଏବେ ବାଚସ୍ପତି ଏହି ପ୍ରସଙ୍ଗରେ ଚର୍ଚ୍ଚା କରିବାକୁ କେବେ ସମୟ ସ୍ଥିର କରିବେ ତାହା ତାଙ୍କ ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି । କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋଏଲ ବିରୋଧୀ ମେଣ୍ଟ ଦ୍ୱାରା ଉପସ୍ଥାପନ […]

ବାସ୍ତବ ବ୍ୟୁରୋ : ଓଡ଼ିଶା ଚାଷୀଙ୍କୁ ମିଳିଲା ପିଏମ କିଶାନ ଟଙ୍କା । ପିଏମ କିଶାନ ନିଧିର ୧୪ ତମ କିସ୍ତି ଆକାରରେ ୧୮ ହଜାର କୋଟି ବ୍ୟୟ କରିଛନ୍ତି କେନ୍ଦ୍ର ସରକାର । ପୁରୀ ନିଆଳି ଅଂଚଳର ଚାଷୀଙ୍କ ବ୍ୟାଙ୍କା ଖାତାକୁ ୨ ହଜାର ଲେଖାଏଁ ଟଙ୍କା ଆସିଛି । ଏବେ ଚାଷ କାର୍ଯ୍ୟ ଜାରିରହିଥିବାରୁ ଉକ୍ତ ଟଙ୍କାକୁ ଚାଷ କାର୍ଯ୍ୟରେ ଲଗାଉଥିବା କହିଛନ୍ତି ଚାଷୀ । ଚାଷ […]

ବାସ୍ତବ ବ୍ୟୁରୋ: ଇସଲାମ୍ ଧର୍ମାବଲମ୍ବୀଙ୍କ ମହରମ୍ ପର୍ବ ପାଇଁ ଜୁଲାଇ ୨୯ ତାରିଖ ଶନିବାରକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତିରେ ଶନିବାରକୁ ସରକାରୀ ଛୁଟି ଘୋଷଣା କରାଯାଇଛି। ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, ରାଜସ୍ୱ ଓ ମାଜିଷ୍ଟ୍ରେଟ କୋର୍ଟଓ ବ୍ୟାଙ୍କ ଆଦି ବନ୍ଦ ରହିବ। ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ […]

ବାସ୍ତବ ବ୍ୟୁରୋ: ଘୋଷଣା  ହେଲା ମାଟ୍ରିକ୍ ପରୀକ୍ଷାର ତାରିଖ। ଏହା ୨୦୨୪ ଫେବ୍ରୁଆରି ୨୦ରୁ ଆରମ୍ଭ ହେବ। ମାର୍ଚ୍ଚ ୪ ତାରିଖ ଚାଲିବ ପରୀକ୍ଷା। ମାଟ୍ରିକ ସହ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ହେବ। ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଏକ ସାମ୍ବାଦିକ ସମ୍ମିଳନୀରେ ‌ଘୋଷଣା କରିଛନ୍ତି। ଆସନ୍ତା ଅକ୍ଟୋବର ମାସରେ ଫର୍ମପୂରଣ ହେବ। ସେହିପରି ମାର୍ଚ୍ଚ ୧୨ରୁ ମାଟ୍ରିକ୍ ଖାତାଦେଖା ଆରମ୍ଭ ହେବ। ତେବେ […]

ବାସ୍ତବ ବ୍ୟୁରୋ: ମଣିପୁର ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ବିରୋଧରେ ବିରୋଧୀଦଳମାନେ ଆଗତ କରିଥିବା ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରାଯାଇଥିବା କଥା ଆଜି ଲୋକସଭାର ବାଚସ୍ପତି କହିଛନ୍ତି। ଏହା ସହ ସବୁ ରାଜନୈତିକ ଦଳ ସହିତ ଆଲୋଚନା କରିବା ପରେ ନିୟମ ଅନୁସାରେ, ଆଲୋଚନା ପାଇଁ ନିର୍ଦ୍ଧାରଣ କରାଯାଇଥିବା ସମୟ ବିଷୟରେ ଅବଗତ କରାଇବାକୁ କହିଛନ୍ତି ବାଚସ୍ପତି ଓମ୍‌ ବିର୍ଲା । ସୂଚନାନୁଯାୟୀ, ଆଜି କଂଗ୍ରେସ ଓ ଭାରତ […]

ବାସ୍ତବ ବ୍ୟୁରୋ: ଆଜିଠୁ ଖୋଲିଲା ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର। ପୁରୀ ବାସିନ୍ଦା ପରିଚୟପତ୍ର ଦେଖାଇ ଏହି ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି। ଏନେଇ ସେମାନେ ଖୁସିବ୍ୟକ୍ତ ମଧ୍ୟ କରିଛନ୍ତି।  ସୂଚନା ଥାଉ କି, କୋଭିଡ ସମୟରେ କେବଳ ସିଂହଦ୍ୱାର ଦେଇ ସମସ୍ତ ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଥିଲା। ଏବେ ସିଂହଦ୍ୱାର ଏବଂ ପଶ୍ଚିମ ଦ୍ୱାର ଭକ୍ତଙ୍କ ପାଇଁ ଖୋଲାରହିବ। ସିଂହଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ ବେଳେ ପ୍ରବଳ […]

ବାସ୍ତବ ବ୍ୟୁରୋ: ଆସନ୍ତାକାଲି ତିନିଦିନିଆ ଓଡ଼ିଶା ଗ୍ରସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ଶ୍ରୀମତୀ ମୁର୍ମୁ ନୂଆ ଦିଲ୍ଲୀରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ପରେ ସେଠାରୁ ରାଜଭବନ ଯିବେ। ଉକ୍ତଦିନ ରାଜଭବନଠାରେ ରାଜ୍ୟର ଆଦିମ ଜନଜାତି ସମୁଦାୟର ପ୍ରତିନିଧିମାନଙ୍କୁ ଭେଟିବେ ଓ ସେଠାରେ ରାତ୍ର ଯାପନ କରିବେ। ତା’ପର ଦିନ ଅଥବା ୨୬ତାରିଖରେ କଟକ ଚଣ୍ଡିମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହ […]

Pin It on Pinterest