ବାସ୍ତବ ବ୍ୟୁରୋ: ରାଜ୍ୟରେ ଗତ ଦୁଇଦିନ ହେଲା ତାତି ବଢ଼ିଥିବାବେଳେ ଜୁନ୍‌ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ଜାରି ରହିବ। ତେଣୁ ରାଜ୍ୟରେ ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ଆଜି ସ୍ବତନ୍ତ୍ର ରିଲିଫ କମିସନର ସତ୍ୟବ୍ରତ ସାହୁ ଏସ୍‌ଓପି ଜାରି କରିଛନ୍ତି। ଜିଲ୍ଲାସ୍ତରରେ ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କୁ ଏନେଇ ଅଧିକରୁ ଅଧିକ ସଚେତନ କରିବାକୁ କୁହାଯାଇଥିବା ବେଳେ ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ କ’ଣ କରିବେ, କ’ଣ କରିବେନି ସେନେଇ […]

ସଂଜୟ ଶତପଥୀ(କଟକ): କଟକ ଜିଲ୍ଲା ମୂଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଡ଼ିଥିବା ଅଳିଆ ଆବର୍ଜ୍ଜନାରୁ କଟକ ସହରର ସ୍ବାସ୍ଥ୍ୟ ସେବା କେମିତି ଚାଲିଛି ଅନୁମାନ କରାଯାଇପାରେ। ଏହି କାର୍ଯ୍ୟାଳୟ ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଜଣେ ଦକ୍ଷ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା ବେଳେ ଏହି କାର୍ଯ୍ୟାଳୟ ରୁ ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ତଥ୍ୟ ମିଳେନା, ପ୍ରଥମ ଅପିଲ୍ ର ତାରିଖ ଧାର୍ଯ୍ୟ ହୁଏନା, ଗୋଟିଏ […]

ବାସ୍ତବ ବ୍ୟୁରୋ: ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଏହାକୁ ଦୃଷ୍ଟିକୁ ରଖି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରାଜ୍ୟରେ ୩ ଦିନ ପାଇଁ କିଛି ଜିଲ୍ଲାରେ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଗାମୀ ୪ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନର ତାପମାତ୍ରା ୩ ରୁ ୪ […]

ବାସ୍ତବ ବ୍ୟୁରୋ: ମୌସୁମୀକୁ ନେଇ ଆଇଏମଡି ର ପୂର୍ବାନୁମାନ; ଏଥର ସ୍ବାଭାବିକ ରହିବ ମୌସୁମୀ । ଆଇଏମ୍ଡି କହିଛି ଯେ ଚଳିତ ବର୍ଷ ଜୁନ୍ ରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶରେ ୮୩.୫  ସେଣ୍ଟିମିଟର ବର୍ଷା ହେବ। ଚଳିତ ବର୍ଷ ଜୁନ୍ ରୁ ସେପ୍ଟେମ୍ବର ମଧ୍ୟରେ ସ୍ବାଭାବିକର ୯୬ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ସ୍ୱାଭାବିକ ବୃଷ୍ଟିପାତ ଶ୍ରେଣୀରେ […]

ବାସ୍ତବ ବ୍ୟୁରୋ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ ୫,୮୮୦ ଟି କରୋନା ମାମଲା ରୁଜୁ ହୋଇଛି। ଏହି ସମୟ ମଧ୍ୟରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩,୪୮୧ ଜଣ ଲୋକ ଏହି ରୋଗରୁ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ଦେଶରେ ୩୫,୧୭୫ ସକ୍ରିୟ ମାମଲା ରହିଛି ଏବଂ ପଜିଟିଭିଟି ହାର ୬.୯୧% କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ୪୪,୧୯୬,୩୧୮ ଜଣ କରୋନାରୁ ଆରୋଗ୍ୟ ହେବା […]

ବାସ୍ତବ ବ୍ୟୁରୋ: ଚଳିତ ବର୍ଷ ମୌସୁମୀ ସ୍ୱାଭାବିକଠାରୁ କମ୍ ରହିବ ବୋଲି ଆଶା କରାଯାଉଛି। ଭାରତର ଘରୋଇ ପାଣିପାଗ ଏଜେନ୍ସି ସ୍କାଏମେଟ୍ ପକ୍ଷରୁ ୨୦୨୩ ପାଇଁ ମୌସୁମୀ ପୂର୍ବାନୁମାନ ଜାରି କରାଯାଇଛି । ଏହି ପୂର୍ବାନୁମାନ ଅନୁଯାୟୀ, ଜୁନ୍ରୁ ସେପ୍ଟେମ୍ବର ୪ ମାସରେ ହେଉଥିବା ହାରାହାରି ୮୬୮.୮ ମିଲିମିଟର ବୃଷ୍ଟିପାତ ତୁଳନାରେ ଏବର୍ଷ ୮୧୬.୫ ମିଲିମିଟର ଅର୍ଥାତ୍ ୯୪% (ଏରର ମାର୍ଜିନ୍ +/-୫%) ସମ୍ଭାବନା ରହିଛି। ସ୍କାଏମେଟ୍ ପୂର୍ବରୁ ୨୦୨୩ […]

ସଂଜୟ ଶତପଥୀ(କଟକ): ବିଜେପି ପ୍ରତିଷ୍ଠା ଦିବସ ତଥା ସେବା ସପ୍ତାହ ପାଳନ ଅବସରରେ ଆଜି ଅପ୍ରେଲ ୯ତାରିଖରେ ସକାଳ ୮ଟା ସମୟରେ ଗଡ଼ଗଡିଆ ଘାଟଠାରେ କଟକ ନଗର ବିଜେପିର ନମାମୀ ଗଙ୍ଗେ(ନଦୀ ପୂଜନ) ଓ ସ୍ଵଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ, ନମାମୀ ଗଙ୍ଗେ ରାଜ୍ୟ ସଭାପତି ମହେଶ୍ୱର ସାହୁ, ସହ ସଂଯୋଜକ ଅଶୋକ ରଥ, ଜିଲ୍ଲା ସଂଯୋଜକ ଦୁର୍ଯ୍ୟୋଧନ ଲେଙ୍କା, […]

ସଂଜୟ ଶତପଥୀ(କଟକ): ଡିଶା ଫାର୍ମାସିଷ୍ଟ ସେବା ସଂଘ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ସଂଘ ର ସଭାପତି ଶ୍ରୀ ଦଶରଥ ଦାସ ଙ୍କ ସଭାପତିତ୍ବରେ କଟକ ଜିଲ୍ଲା ସ୍ବାସ୍ଥ୍ୟ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏହି ସାମ୍ବାଦିକ ସମ୍ମିଳନୀରେ କଟକ ଜିଲ୍ଲାର ବହୁ ଗଣମାଧ୍ୟମ, ବୈଦ୍ୟୁତିକ ଗଣମାଧ୍ୟମ ଓ ଓ୍ବେବ୍ ଏବଂ ଡିଜିଟାଲ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ। ଏହି‌ ସମ୍ମିଳନୀରେ ବର୍ତ୍ତମାନ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଫାର୍ମାସିଷ୍ଟମାନେ ବହୁ […]

ରାକେଶ ମହାନ୍ତି(କେନ୍ଦ୍ରାପଡା): ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁବିକାଶ ବିଭାଗ ତରଫରୁ ପ୍ରତି ତିନି ମାସରେ ଥରେ ପଞ୍ଚାୟତ, ବ୍ଲକ,ଜିଲ୍ଲା ସ୍ତରରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି । କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଥିବା ସଦ୍ଦଭାବନା ସଭାଗୃହ ରେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଗୀତାଞ୍ଜଳି ଶେଠୀ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ମିଳିତ ସଭାପତିତ୍ଵରେ ତିନୋଟି କମିଟି ଯଥା ଶିଶୁ ଶ୍ରମିକ ଉଚ୍ଛେଦ ପାଇଁ ଥିବା ଜିଲ୍ଲା ସ୍ତରୀୟ […]

ରାକେଶ ମହାନ୍ତି(କେନ୍ଦ୍ରାପଡ଼ା):ଗତ ଶୁକ୍ରବାର ଦିବା ଦଶ ଘଟିକା ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଳକ ଅଧିନସ୍ଥ ବୋଧଗାଁ ଠାରେ ଓଡ଼ିଶାର ବିଶିଷ୍ଟ କଳାକାର ତଥା ବ୍ରଜେଶ୍ବରୀ ରାମଲୀଳା ପରିଷଦର ରାବଣ ଭୂମିକାରେ ଦିର୍ଘଦିନ ଧରି ଅଭିନୟ କରିଥିବା ସ୍ବର୍ଗତ ଦୈତ୍ୟାରି ତ୍ରିପାଠୀଙ୍କର ମୃତ୍ୟୁ ବାର୍ଷିକୀ ଅବସରରେ ପରିଷଦର ସଭ୍ଯ ସମେତ ଗ୍ରାମବାସୀ ଓ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ, ନାଟ୍ୟକାର,କବି, କବୟତ୍ରୀ, ସମାଜସେବୀ ତଥା ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି […]

Pin It on Pinterest