ବାସ୍ତବ ବ୍ୟୁରୋ:ଭାରତରେ ବିବାହରେ ବରକୁ ଯୌତୁକ ଦେବା ଏହା ଏକ ସାଧାରଣ କଥା, କିନ୍ତୁ ଚାଇନାରେ ଏହାର ବିପରୀତ ଘଟଣା ଘଟୁଛି। ଏଠାରେ ବରକୁ ବିବାହ ପାଇଁ ଯୌତୁକ ଦେବାକୁ ପଡେ । ଚାଇନାରେ ସାଧାରଣ ଭାଷାରେ ବାହାଘର ପାଇଁ ବର ଦେଉଥିବା ଯୌତୁକକୁ କେଲ୍ଲୀ କୁହାଯାଏ । ଏଥିପାଇଁ ସରକାର ମହିଳାମାନଙ୍କୁ ଯୌତୁକ ନ ନେବା ପାଇଁ ଶପଥ କରାଉଛନ୍ତି। କେତେକ ପ୍ରଦେଶରେ ବରକୁ ୧୬ ଲକ୍ଷ ୪୭ […]
ବାସ୍ତବ ବ୍ୟୁରୋ:ମହିଳାଙ୍କ ଡ୍ରେସ କୋଡକୁ ନେଇ ଇରାନର ସଂସଦ ଏକ ନୂତନ ନିୟମ ପ୍ରଣୟନ କରିଛି। ଏହା ଅଧୀନରେ ଯଦି ମହିଳାମାନେ ହିଜାବ ପିନ୍ଧନ୍ତି ନାହିଁ, ତେବେ ତାଙ୍କୁ ୪୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିପାରେ। ଇରାନର ସାଂସଦ ହୁସେନି ଜଲାଲୀ ଏହି ସୂଚନା ଦେଇଛନ୍ତି। ଜଲାଲୀ କହିଛନ୍ତି ଯେ ଜରିମାନା ବ୍ୟତୀତ ଯଦି ମହିଳାମାନେ ନୂଆ ଡ୍ରେସ କୋଡ ପାଳନ ନକରନ୍ତି, ତେବେ ସେମାନଙ୍କ ପାସପୋର୍ଟ […]
ବାସ୍ତବ ବ୍ୟୁରୋ :ମଙ୍ଗଳବାର ଦିନ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ କେରଳର ଏକ ଘାଟିରେ ଖସିପଡି ୬୦ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ପୋଲିସର ସୂଚନାନୁସାରେ, ଭକ୍ତମାନେ ତାମିଲନାଡୁର ସାବରିମାଲା ମନ୍ଦିରରୁ ପ୍ରଭୁ ଆୟାପ୍ପାଙ୍କୁ ଦର୍ଶନ କରି ଫେରୁଥିଲେ। ଏହି ବସ୍ କେରଳର ପଠାନମିତ୍ର ଜିଲ୍ଲାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଦୁର୍ଘଟଣାର କାରଣ ଜଣାପଡିନାହିଁ। ପୋଲିସ କହିଛି […]
ବାସ୍ତବ ବ୍ୟୁରୋ:କେନ୍ଦ୍ର ସରକାର ପାନ୍-ଆଧାରକୁ ସଂଯୋଗ କରିବାର ସମୟସୀମାକୁ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। କେନ୍ଦ୍ରୀୟ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ରିଲିଜ୍ ଅନୁଯାୟୀ, ପାନ୍ କୁ ଆଧାର ସହିତ ସଂଯୋଗ କରିବାର ସମୟ ସୀମା ମାର୍ଚ୍ଚ ୩୧ ରୁ ଜୁନ୍ ୩୦ , ୨୦୨୩ କୁ ବୃଦ୍ଧି କରାଯାଇଛି। ଆଧାର-ପାନ୍ ଲିଙ୍କ୍ ପାଇଁ ସମୟ ସୀମା ଅତୀତରେ ଅନେକ ଥର ବୃଦ୍ଧି କରାଯାଇଛି । ମାର୍ଚ୍ଚ […]
ଭୁବନେଶ୍ୱର/୨୮/୦୩ : ଭୁବନେଶ୍ୱର ଉପଖଣ୍ଡ ଵିକାଶ ମଞ୍ଚ ଆହ୍ଵାନ କ୍ରମେ ରବିବାର ଦିନ ଏକ ଏକତା ସମାବେଶ, ଶୁଭଶ୍ରୀ ଭିଲା ସଭା କକ୍ଷରେ ଆୟୋଜିତ ହୋଇଯାଇଛି। ସୁନ୍ଦରପଦା ଵିଏମସି ସୀମା ଠାରୁ ନେଇ ପଧାନ ସାହି ଗ୍ରାମ ପଞ୍ଚାୟତ ପର୍ଯ୍ୟନ୍ତ ଗଢି ଉଠିଥିଵା ଆପାର୍ଟମେଣ୍ଟ ଵାସିନ୍ଦା ମାନେ ଏକଜୁଟ ହୋଇ ଭୁବନେଶ୍ୱର କୁ ସଂଯୋଗ୍ କରୁଥିବା କପିଳପ୍ରସାଦ- ଜଟଣୀ ରୋଡ ସମ୍ପ୍ରସାରଣ କାର୍ଯ୍ୟ ଦୀର୍ଘ ଦିନଧରି ଅହେତୁକ ଵିଳମ୍ବ କରା […]
ସଂଜୟଶତପଥୀ(କଟକ): ପୈ।ରାଣିକ ମତବାଦର କାଞ୍ଚି ଅଭିଯାନ ହେଉ ବା ରାଜା ବଳିଙ୍କର ପାତାଳ ଗମନ ହେଉ ଅଥବା ମାଳିକା ବର୍ଣ୍ଣିତ ହେଉ କଟକ ଜିଲ୍ଲାର ଉରାଳୀ ଗ୍ରାମରେ ବିଗତ ୪୦୦ ବର୍ଷ ପୂର୍ବରୁ ସ୍ବୟଂ ବିରାଜମାନ ପ୍ରଭୁ ଶ୍ରୀ ଦଧୂବାମନଜୀଉଙ୍କର ସ୍ଵନକ୍ଷତ୍ର ଉତ୍ସବ ମହାସମାରୋହରେ ପାଳିତ ହେଉଛି। ତ୍ରିଦିବସୀୟ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ବାରା ପବିତ୍ର କଳସ ଯାତ୍ରା,ଅଧୂବାସ, ହୋମଯଜ୍ଞ ଓ ଉପଚାର ପୂଜା ପ୍ରଭୁ ନୀଳାଦ୍ରିନାଥଙ୍କ […]
ଦେବକିନ୍ତ ମହାନ୍ତି(ଚାନ୍ଦବାଲି)-ସ୍ଥାନୀୟ ମତୋ ହାଇସ୍କୁଲର ୧୯୯୪ ବ୍ଯାଚର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଏକ ବନ୍ଧୁମୀଳନ ଉତ୍ସବ ସ୍କୁଲ ପରିଶରରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ୧୯୯୪ ବ୍ଯାଚର ବିଭିନ୍ନ ଅନୁଷ୍ଠାନରେ ବହୁ ପ୍ରତିଷ୍ଠିତ ପୂର୍ବତନ ଛାତ୍ରଛାତ୍ରୀ ମାନେ ନିଜ ନିଜର ବାଲ୍ଯ ବନ୍ଧୁ ମାନଙ୍କୁ ଏକାଠି ପାଇ ଖୁସିରେ ବିଭୋର ହୋଇଯାଇଥିଲେ । ତତ୍କାଳୀନ ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକ ପଞ୍ଚାନନ ପଲ୍ଲାଇ, ବିର୍ଷ୍ଣୁମୋହନ ମହାପାତ୍ର,ବୈକୁଣ୍ଠ ରଥ,ସନ୍ଥଚରଣ ନାୟକ,ଅର୍ଜୁନ ସାହୁ,ନନ୍ଦ କିଶୋର ବଳଙ୍କ […]
ବାସ୍ତବ ବ୍ୟୁରୋ: ଏମପି ପଦ ଯିବା ପରେ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପୁଣି ଏକ ଝଟ୍କା। ରାହୁଲ ଗାନ୍ଧୀଙ୍କୁ ନିଜର ସରକାରୀ ବଙ୍ଗଳା ଛାଡ଼ିବାକୁ ନୋଟିସ୍। ଏକ ମାସ ମଧ୍ୟରେ ତାଙ୍କ ସରକାରୀ ବାସଭବନ ଖାଲି କରିବାକୁ ପଡିବ। ସୋମବାର ଏଥିପାଇଁ ଲୋକ ସଭାର ଗୃହ କମିଟି ଏକ ବିଜ୍ଞପ୍ତି ଜାରି କରିଛି। ବର୍ତ୍ତମାନ ରାହୁଲ ଦିଲ୍ଲୀର ୧୨ତୁଗଲକ ଲେନ୍ ସ୍ଥିତ ସରକାରୀ ବଙ୍ଗଳାରେ ରହୁଛନ୍ତି। ୨୦୦୪ରୁ […]
ବାସ୍ତବ ବ୍ୟୁରୋ: ଆସନ୍ତା ୨୯ ତାରିଖରେ ଅଶୋକାଷ୍ଟମୀ ପାଇଁ ଖୋର୍ଦ୍ଧା ଜିଲ୍ଲା ସମସ୍ତ ସରକାରୀ ଅନୁଷ୍ଠାନ ଛୁଟି ରହିବ। ଆଜି (ସୋମବାର) କେନ୍ଦ୍ରାଞ୍ଚଳ ଆରଡିସି ପକ୍ଷରୁ ଏହି ଘୋଷଣା କରାଯାଇଛି। ଲୋକାଲ ହଲିଡେ ପାଇଁ ସେହିଦିନ (ବୁଧବାର) ଖୋର୍ଦ୍ଧା ଜିଲ୍ଲାର ସବୁ ସରକାରୀ କାର୍ଯ୍ୟାଳୟ ଛୁଟି ରହିବ ବୋଲି କେନ୍ଦ୍ରାଞ୍ଚଳ ଆରଡିସି କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦିଆଯାଇଛି। ଅଶୋକାଷ୍ଟମୀ ଅବସରରେ ପ୍ରଭୁ ଲିଙ୍ଗରାଜଙ୍କ ଋକୁଣା […]
ବାସ୍ତବ ବ୍ୟୁରୋ: ବିଜେଡି ପକ୍ଷରୁ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲାସ୍ତରରେ ସାଙ୍ଗଠନିକ ସ୍ଥିତି ସୁଦୃଢ କରିବାକୁ ୨୫ଜଣ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଇଛି। ଆଜି ଏନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସର୍ବାଧିକ ୪ ଜିଲ୍ଲାର ଦାୟିତ୍ବ ମିଳିଥିବା ବେଳେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର […]


