ବାସ୍ତବ ବ୍ୟୁରୋ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଭାରତରେ କୋଭିଡ୍-୧୯ ସକ୍ରିୟ ମାମଲା ସଂଖ୍ୟା ୫୭୫୫ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୯୧ ଜଣ ନୂତନ ମାମଲା ରିପୋର୍ଟ ହୋଇଛି । ଏହାସହ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ କେତେକ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କେରଳ ଏବଂ ତାମିଲନାଡୁର। ତେବେ କେରଳ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ଭାବରେ ରହିଛି […]
ଭୁବନେଶ୍ୱର(ନି.ପ୍ର)୦୬/୦୬: ବରଗଡ଼ ଜିଲ୍ଲା ଅନ୍ତର୍ଗତ ପୁରାତନ ମେଲଛାମୁଣ୍ଡା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ମହମ୍ମଦ ରଫିକ୍ଙ୍କ ୭୧ ବର୍ଷ ବୟସରେ ଆଜି ପରଲୋକ ଘଟିଛି। ସେ କିଛିଦିନ ହେବ ବରଗଡ଼ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ସ୍ୱର୍ଗତଃ ରଫିକ୍ ୨୦୦୪ରୁ ୨୦୦୯ପର୍ଯ୍ୟନ୍ତ ମେଲଛାମୁଣ୍ଡା ବିଧାନସଭା କ୍ଷେତ୍ରର ବିଧାୟକ ଥିଲେ। ଏଥିସହ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ରାଜ୍ୟ ସଭାପତି ଭାବେ କାର୍ଯ୍ୟ କରିଥିଲେ। ସେ ସୋହେଲା ଦୁର୍ଗାପୂଜା […]
ପୁରୀ(ନି.ପ୍ର)୬/୬ :ଆଗାମୀ ଘୋଷଯାତ୍ରା ପାଇଁ ଆଇସିଏମଆର ଇଣ୍ଡିଆ ଇଏମ ଏସ ପ୍ରକଳ୍ପ ଏବଂ ଏନ ଏସ ଏସ ବ୍ୟୁରୋ (ଏମ୍ସ ଭୁବନେଶ୍ୱର) ଏକ ହୃଦ-ଫୁସଫୁସିୟ ପୁନର୍ଜୀବନର ପ୍ରଣାଳୀ (ସିପିଆର ) ଏବଂ ପ୍ରାଥମିକ ଚିକିତ୍ସା ତାଲିମ ଆୟୋଜନ କରିଛନ୍ତି। ଜିଲ୍ଲା ପ୍ରଶାସନ, ପୁରୀ ସହିତ ମିଳିତ ସହଯୋଗରେ ଏକ ଦିନିକିଆ ସିପିଆର ଏବଂ ପ୍ରାଥମିକ ଚିକିତ୍ସା ତାଲିମ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ICMR-ଇଣ୍ଡିଆ ଇଏମଏସ୍ ପ୍ରୋଜେକ୍ଟ ହେଉଛି […]
ବରଗଡ୦୫/୦୬/୨୦୨୫(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଅତାବିରା ରେ ଆସନ୍ତା ସେପ୍ଟେମ୍ବର ୨୧ରୁ ଅକ୍ଟୋବର ୦୨ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସାର୍ବଜନୀନ ଦୁର୍ଗାପୂଜା ରାମଲୀଳା ପାଇଁ ଦୁର୍ଗାପୂଜା କମିଟି ପକ୍ଷରୁ କମିଟି ର ପୂର୍ବତନ ସଭାପତି ଦୈତାରି ପ୍ରଧାନ ଙ୍କ ସଭାପତିତ୍ବରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମାଁ ଦୁର୍ଗା ଙ୍କ ପୂଜାର୍ଚ୍ଚନା ପୂର୍ବକ ମଙ୍ଗଳ ଆଳତି ସହ ସୁଶୀଲ କୁମାର ମେହେର ରାବଣ ବରଣ ହୋଇଛନ୍ତି। ଏଥିରେ କମିଟି ର ସଭାପତି […]
ଭୁବନେଶ୍ବର(ନି ପ୍ର): ବର୍ତ୍ତମାନ ସମସ୍ତ ଯୁବପିଢି ଓଡ଼ିଶା ର ସଂସ୍କୃତି କୁ ଭୁଲି ବିଦେଶୀ ସଭ୍ୟତା କୁ ଆପଣାଉଥିବ ବେଳେ ଓଡ଼ିଶାର ଅଗ୍ରଣୀ ଅନୁଷ୍ଠାନ ମୂର୍ଚ୍ଚନା ଓ ଓଡ଼ିଶା କଲଚର ଆର୍ଟ ଏକାଡେମୀ ର ମିଳିତ ଆନୁକୁଲ୍ୟରେ ଓଡ଼ିଶାର ସଂସ୍କୃତି କୁ ଆଗେଇନେବା ଲାଗି ଭୁବନେଶ୍ୱର ର ଜୟଦେବ ଭବନଠାରେ ଶିକ୍ଷାବିତ୍ ଓ ସମାଜସେବୀ ଶ୍ରୀ ଶଶଧର ପଣ୍ଡା ଙ୍କ ସଭାପତିତ୍ବରେ ଓଡ଼ିଆ ସଂସ୍କୃତି ମହୋତ୍ସବ “ବୈଶାଖୀ ଉତ୍ସବ ଓ […]
ବାସ୍ତବ ବ୍ୟୁରୋ: ଦୀର୍ଘ ୧୮ ବର୍ଷର ପ୍ରତୀକ୍ଷା ପରେ ଆଇପିଏଲ ୨୦୨୫ କପ୍ ଜିତିଛି ଆରସିବି । ଏଥିପାଇଁ ବେଙ୍ଗାଲୁରୁରେ ଉତ୍ସବର ମାହୋଲ। କିନ୍ତୁ ଏହି ଖୁସିର ମାହୋଲ ଦୁଃଖଦ ଘଟଣାରେ ପରିଣତ ହୋଇଛି । ଚିନ୍ନାସ୍ୱାମୀ ଷ୍ଟାଡିୟମ ନିକଟରେ ଦଳାଚକଟା ହୋଇଛି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ମଧ୍ୟ ଅଛନ୍ତି। ପରିସ୍ଥିତି ଦେଖିଲେ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ। ଘଟଣାପରେ […]
ବରଗଡ଼୦୪.୦୬.୨୦୨୫(ନବୀନ କୁମାର ଦାଶ):ସଡ଼କ ପରିବହନରେ ଶୂନ୍ୟ ଦୁର୍ଘଟଣା ଲକ୍ଷ୍ୟ ନେଇ ଓଡ଼ିଶା ସରକାର ବିଶେଷ କାର୍ଯ୍ୟ ହାତକୁ ନେଇଛନ୍ତି।ସେହି ଉଦ୍ଦେଶ୍ୟରେ ଗାଡି ଚାଳନା ପ୍ରଶିକ୍ଷଣ କେନ୍ଦ୍ରକୁ ମ୍ୟାନୁଆଲ୍ ପରିବର୍ତ୍ତେ ଅଟୋମେସନ୍ ବା ସ୍ଵୟଂକ୍ରିୟ କରା ଯାଉଛି। ଏହି କ୍ରମରେ ଗତକାଲି ଲୋକ ସେବା ଭବନ କନଭେନ୍ସନ୍ ସେଣ୍ଟର ଠାରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆୟୋଜିତ ଶୂନ ଦୁର୍ଘଟଣା ଦିବସ ଏବଂ ସଡ଼କ ସୁରକ୍ଷା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମର […]
ବାସ୍ତବ ବ୍ୟୁରୋ: ମୌସୁମୀ ପ୍ରଭାବରେ ଭାରତର ଉତ୍ତର-ପୂର୍ବ ରାଜ୍ୟରେ ଗତ ୪ ଦିନ ଧରି ଲଗାଣ ବର୍ଷା ହେଉଛି । ବର୍ଷା ବିତ୍ପାତ ଯୋଗୁଁ ଆସାମ, ସିକ୍କିମ୍, ଅରୁଣାଚଳ ପ୍ରଦେଶ, ତ୍ରିପୁରା ଓ ମଣିପୁର ଆଦି ରାଜ୍ୟରେ ପ୍ରାକୃତିକ ଦୁର୍ବିପାକ ଲାଗି ରହିଛି । ଲଗାଣ ବର୍ଷା ଯୋଗୁଁ ଆସାମରେ ଭୟଙ୍କର ସ୍ଥିତି ଉପୁଜିଛି । ୨୨ ଜିଲ୍ଲାର ୧୨୫୪ ଗାଁରେ ସାଢ଼େ ୫ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । […]
ବରଗଡ଼୦୨/୦୫/୨୦୨୫(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ପାଇକମାଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନାଙ୍କ ସମେତ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା,ପଦ୍ମପୁର ଉପଜିଲ୍ଲାପାଳ ଅରୁଗୁଲା ସ୍ନେହା ଏବଂ ଅତିରିକ୍ତ […]
ସଂଜୟ ଶତପଥୀ(କଟକ):କଟକ ସହରର ଉଠାଦୋକାନୀଙ୍କୁ ଉଛେଦ ନକରି ଥଇଥାନ ଓ ଭେଣ୍ଡିଂ ଜୋନ ଦାବିରେ କଟକ ଉଠାଦୋକାନୀ ମହାସଙ୍ଘ ପକ୍ଷରୁ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବଙ୍କୁ ସାକ୍ଷାତ କରି ଆଜି ପୂର୍ବାହ୍ନରେ ଦାବିପତ୍ର ପ୍ରଦାନ କରାଯାଇଛି । ସାଂସଦଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କ୍ଷମତାସୀନ କମିଟି ୨୦୨୪ ମସିହା ସେପ୍ଟେମ୍ବର ମାସରେ କଟକର ବିଭିନ୍ନ ମାର୍କେଟ ଗସ୍ତ କରି ପ୍ରାୟ ଆଠଗୋଟି ସ୍ଥାନରେ ଯଥା : ରାଣୀହାଟ, ବାଦାମବାଡ଼ି, […]


