ମଧୁବାବୁଙ୍କ ଦ୍ୱାରା ଲିଖିତ କବିତା ଓଡ଼ିଆଙ୍କ ଜନମାନସରେ ଆନ୍ଦୋଳନ ସୃଷ୍ଟି କରିଥିଲା: ରବି ନାରାୟଣ ନାୟକ। ପ୍ରତିକୂଳ ପରିସ୍ଥିତି ସତ୍ୱେ ଓଡ଼ିଆ ଅସ୍ମିତାକୁ ଉଜ୍ଜୀବିତ କରିବାରେ ସଫଳ ହୋଇଥିଲେ ମଧୁବାବୁ । ମଧୁବାବୁଙ୍କ ସ୍ୱପ୍ନର ଓଡ଼ିଶା ଗଠନ କରିବାକୁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ। ଶିଳ୍ପ, କୃଷି, ପର୍ଯ୍ୟଟନ ଆଦି କ୍ଷେତ୍ରରେ ଏକ ନମ୍ବର ହେବ ଓଡ଼ିଶା।ବାସ୍ତବବ୍ୟୁରୋ(ଭୁବନେଶ୍ୱର)୨୮/୦୪: ଆଜି ଆମ ସମସ୍ତଙ୍କ ପାଇଁ ପ୍ରେରଣା ଓ ଆତ୍ମବିଶ୍ୱାସର ଦିନ । […]
ବାସ୍ତବ ବ୍ୟୁରୋ: ପାରାଦୀପ ଠାରେ ଥିବା ଟେକ୍ନୋମାଉଣ୍ଟ- ମେଣ୍ଟାଲକ୍ରାଫ୍ଟ କମ୍ପାନୀ ପାଇପ୍ ଷ୍ଟକୟାର୍ଡରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ଜଳିପୋଡ଼ି ନଷ୍ଟ ହୋଇଗଲା ବହୁ ବଡ଼ ବଡ଼ ପାଇପ୍ । ଆଜି ଦ୍ବିପ୍ରହରରେ ଏହି ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ ୭ରୁ ଉର୍ଦ୍ଧ୍ବ ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ପ୍ରାୟ ୩ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ତେବେ […]
ବରଗଡ଼୨୮.୦୪.୨୦୨୫(ନବୀନ କୁମାର ଦାଶ):ସ୍ଥାନୀୟ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ଠାରେ ଗତକାଲି ସତ୍ୟ ନାରାୟଣ ପଣ୍ଡା ଙ୍କ ସଭାପତିତ୍ବରେ ବରଗଡ଼ ର ସର୍ବ ପୁରାତନ ବିଦ୍ୟାଳୟ ଜର୍ଜ ହାଇସ୍କୁଲ ୭୫ ବ୍ୟାଚ ବନ୍ଧୁ ମାନଙ୍କ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଅଛି। ଗତ ୨୨ ଏପ୍ରିଲ ଦିନ ଜାମ୍ମୁକାଶ୍ମୀର ପହଲଗାମ ର ବୈସରନ ଘାଟିରେ ଆତଙ୍କବାଦୀ ଙ୍କ ବର୍ବରୋଚିତ ହତ୍ୟାକାଣ୍ଡ ଯୋଗୁଁ ଅଠେଇସ ଜଣ ନିରିହ ଭାରତୀୟ ଙ୍କ […]
ବାସ୍ତବ ବ୍ୟୁରୋ: ଓଡ଼ିଶା ଉପକୂଳରେ ୨ ମେ’ ପର୍ଯ୍ୟ ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ତତଲା କଡେଇରେ ଓଡିଶା ଭାଜି ହେଉଥିବା ବେଳେ ଏହା ଦ୍ବାରା ତାତିରୁ ସାମୟିକ ନିସ୍ତାର ମିଳିବ ବୋଲି ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ମେ’୨ ପର୍ଯ୍ୟନ୍ତ ଘଡ଼ଘଡ଼ି ସହିତ ବର୍ଷା ଏବଂ ପବନ ବହିବା ପାଇଁ ୟୋଲୋ ଏବଂ […]
ବରଗଡ଼୨୮.୦୪.୨୦୨୫(ନବୀନ କୁମାର ଦାଶ):ବରଗଡ଼ ସହର ମଧ୍ୟରେ ଥିବା ପୁରୁଣା ହସ୍ପିଟାଲ ତଥା ସିଏଚସି ରେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇ ପଡିଥିବାରୁ ଏହାର ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛି ବରଗଡ଼ ନାଗରିକ ମଞ୍ଚ। ଏହି ହସ୍ପିଟାଲ ରେ ସେଲାଇନ ଷ୍ଟାଣ୍ଡ ନଥିବା ରୁ ରୋଗୀଙ୍କ ସମ୍ପର୍କୀୟଙ୍କୁ ଘଣ୍ଟା ଘଣ୍ଟା ସେଲାଇନ ହାତରେ ଧରି ଛିଡା ହେବାକୁ ପଡୁଛି ସେହିପରି ଭୀଷଣ ଗରମ ସମୟ ରେ ରୋଗୀଙ୍କ ପାଇଁ […]
ବାସ୍ତବବ୍ୟୁରୋ(ଭୁବନେଶ୍ୱର)୨୭/୦୪: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ମନ କି ବାତ କାର୍ଯ୍ୟକ୍ରମର ୧୨୧ ତମ ସଂସ୍କରଣରେ କଶ୍ମୀରର ପହଲଗାମରେ ଆତଙ୍କବାଦୀ ବର୍ବୋରଚିତ ଆକ୍ରମଣ ଘଟଣାକୁ ମନେ ପକାଇ ଦୁଃଖବ୍ୟକ୍ତ କରିଛନ୍ତି । ପୀଡ଼ିତ ଏବଂ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ପୀଡ଼ିତଙ୍କ ପରିବାରକୁ ନିଶ୍ଚିନ୍ତ ନ୍ୟାୟ ମିଳିବ ଏବଂ ଆତଙ୍କବାଦୀମାନଙ୍କୁ କଡ଼ା ଜବାବ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଭରସା ଦେଇଛନ୍ତି । ଆତଙ୍କବାଦୀ ବିରୋଧ ଲଢ଼େଇରେ ପୁରା […]
କଟକ(ସଂଜୟ ଶତପଥୀ)ତା୨୭।୦୪ : ମହାନଦୀବିହାର ଡେଭଲପମଂଟ୍ ଆସୋସିଏସନ୍ (ଏମଡିଏ) ଆନୁକୁଲ୍ୟରେ ମହାନଦୀବିହାର ପେନସନର୍ସ ଆସୋସିଏସନର, ବରିଷ୍ଠ ନାଗରିକ ମଂଚ ଏବଂ ମହିଳା ସମିତିର ମିଳିତ ସହଯୋଗରେ ମହାନଦୀବିହାର ସ୍ଥିତ ମହାନଦୀଭବନ ପରିସରରେଏକ ବିଶାଳ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମେଡ଼ିସିନ, ଗ୍ୟାଷ୍ଟ୍ରୋ, ଜେରିଆଟିକ, ଚର୍ମ, କାର୍ଡିଓଲୋଜି, ଦାନ୍ତ, ସ୍ଥିପିଂ ଡିଜଅର୍ଡର, ପେଡିଆଟିକ, ଅର୍ଥୋପେଡିକ ଆଦି ବିଭାଗର ଅଭିଜ୍ଞ ଡାକ୍ତର ମାନେ ଉପସ୍ଥିତ ରହି ରୋଗୀମାନଙ୍କୁ […]
ବରଗଡ଼-୨୭/୦୪/୨୦୨୫(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳରେ ଗୋଟେ ପଟେ ରାଇସ ମିଲ ରୁ ବାହାରୁ ଥିବା ପାଉଁଶ(ରାଖଡ)ଗୁଣ୍ଡ ରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ବିଭାଗୀୟ ଙ୍କ ଆଖି ବୁଜା ନୀତି ଓ ନିଷ୍କ୍ରିୟତା ଯୋଗୁଁ କିଛି ଅସାଧୁ ରାଇସ ମିଲର ଏଣେତେଣେ ପାଉଁଶ ପକେଇ ଦେବା ସହ ନିକଟରେ ଥିବା ଲୋକଙ୍କ ବ୍ୟବହାର୍ଯ୍ୟ କେନାଲ ଓ ପୋଖରୀ କୁ ରାଇସ ମିଲ ରୁ ନିର୍ଗତ ନର୍ଦ୍ଧମା ପାଣି […]
ବାସ୍ତବ ବ୍ୟୁରୋ: ପହଲଗାମ ଆକ୍ରମଣକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନାକୁ ଦୃଷ୍ଟିରେ ରଖି, କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସମସ୍ତ ଗଣମାଧ୍ୟମ ଚ୍ୟାନେଲ ପାଇଁ ଏକ ପରାମର୍ଶ ଜାରି କରିଛି। ଜାତୀୟ ସୁରକ୍ଷାକୁ ଧ୍ୟାନରେ ରଖି ଏହି ପରାମର୍ଶଦାତା ଜାରି କରାଯାଇଛି। ଏହି ଯୁଦ୍ଧ ସମୟର ଭିଡିଓ କିଭଳି ପ୍ରସାରଣ କରାଯିବ ଓ ତାହା ଉପରେ କ’ଣ କଟକଣା ଲଗାଯାଇଛି ସେନେଇ ସୂଚନା ଓ […]
ବାସ୍ତବ ବ୍ୟୁରୋ : ତତଲା କଡେଇରେ ଭାଜି ହେଉଛି ଓଡ଼ିଶା । ଆହୁରି ୫ ଦିନ ଯାଏ ଏମିତି ଜଳିବ ସାରା ଓଡ଼ିଶା । ମଝିରେ ମଝିରେ କାଳବୈଶାଖୀ ଆଶ୍ବସ୍ତି ଆଣିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ପାଇଁ ଝାରସୁଗୁଡା, ସମ୍ବଲପୁର, ବୌଦ୍ଧ ଓ ବଲାଙ୍ଗୀର ୪ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସୋନପୁର, ବରଗଡ଼, […]


