ଦେବାଶିଷ(କଟକ)ଗତ ଦୁଇ ମାସ ଧରି ବାଇକ ଚୋରି ହେଉଥିବା ନେଇ,କଟକ ମଧୁପାଟଣା ଥାନାରେ ଅଭିଯୋଗ ହୋଇ ଆସୁଥିଲା । ଏହି ପରିପେକ୍ଷୀରେ ମଧୁପାଟଣା ପୋଲିସ ତଦନ୍ତ ଚଳାଇଥିଲା । ତଦନ୍ତ ପରେ ମଧୁପାଟଣା ପୋଲିସ ଖବର ପାଇ, ଆଠଗଡ ଅଞ୍ଚଳର ଦୁଇ ନାବାଳକ ଙ୍କୁ ସୋମବାର ରାତିରେ ଗିରଫ କରିଛି । ଗିରଫ ନାବାଳକଙ୍କ ପାଖରୁ ଆଠ ଗୋଟି ଚୋରା ବାଇକ୍ କୁ ମଧୁପାଟଣା ପୋଲିସ ଜବତ କରିଛି । […]

ଦେବାଶିଷ ମିଶ୍ର (କଟକ)କଟକନଗର ଜିଲ୍ଲା ଓ କଟକସଦର ଜିଲ୍ଲା ଭାଜପାର ସାମ୍ବାଦିକ ସମ୍ମିଳନୀ ଦୋଳମୁଣ୍ଡାଇ ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟଠାରେ ହୋଇଯାଇଛି।କଟକନଗର ଭାଜପା ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ ଏଥିରେ ଅଧ୍ୟକ୍ଷତା କରିଥିଲେ । କଟକ ସଦର ଅନୁସୂଚୀତ ଜାତି ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ସରୋଜକୁମାର ସେଠି,କଟକନଗର ସଭାପତି ଶ୍ରୀ ଶିବପ୍ରସାଦ ସେଠି,ରାଜ୍ୟ ସମ୍ପାଦକ ଶ୍ରୀ ବିକାଶ ବେହେରା,ଜିଲ୍ଲା ପ୍ରଭାରୀ ଶ୍ରୀମତୀ ସ୍ମିତା ପ୍ରଧାନ,ରାଜ୍ୟ ସଂଯୋଜକ ଶ୍ରୀ ସତ୍ୟଜିତ ମଲ୍ଲିକ,ସୋସିଆଲ […]

ମାନସ ନାୟକ(କଟକ) ରାଜ୍ୟ କ୍ୟାବିନେଟ ଆଜି, ରାଜ୍ୟ କ୍ରୀଡା ଭିତିଭୂମି ବିକାଶ ପ୍ରକଳ୍ପ ଯୋଜନାରେ ୮୯ ଗୋଟି ହୁମୁଖୀ ଇଣ୍ଡୋର ଷ୍ଟାଡିଅମ ନିର୍ମାଣ ନିମନ୍ତେ ମଞ୍ଜୁରୀ କରିଛନ୍ତି | ଯାହା ପାଇଁ ୬୯୩ .୩୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି! ଏବଂ ଏହା ୧୮ ମାସ ମଧ୍ୟରେ ସମ୍ପୂର୍ଣ କରାଯିବ ବୋଲି ସ୍ଥିର ହୋଇଛି | ଗତ କାଲି ଅପରାହ୍ନ ରେ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ […]

ଦୀପକ କୁମାର ସାହୁ(କଲମପୁର)ଘରେ ଘରେ ଜଳ ଯୋଗାଣ ପାଇଁ,ଦୀର୍ଘ ଦିନ ଧରି ଜନସାଧାରଣ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଯୋଗାଣ ବିଭାଗ ପାଖରେ ଦାବୀ କରିଆସୁଥିଲେ। ତେବେ ଏହାକୁ ଗୁରୁତ୍ୱ ଦେଇ ବିଭାଗ ତଥା ବିଧାୟକଙ୍କ ପ୍ରଚେଷ୍ଟାରେ ଦେପୁର ଏବଂ ବଡ଼କୁଟୁରୁ ଗ୍ରାମପଂଚାୟତ ରେ ଚାରି କୋଟିରୁ ଉର୍ଦ୍ଧ୍ବ ଅର୍ଥ ବ୍ୟୟ ଅଟକଳରେ ୨ ଟି ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରି ପାଖାପାଖି ଦଶ ହଜାର ଲୋକଙ୍କୁ ପାଣି […]

ଦେବକାନ୍ତ ମହାନ୍ତି,(ଚାନ୍ଦବାଲି) ଆଙ୍କର-ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଚାନ୍ଦବାଲି ଜୋନ କମିଟି ତରଫରୁ ଆଜି କ୍ରାନ୍ତି ଦିବସ ପାଳନ କରାଯାଇଛି ଉକ୍ତ କାର୍ଯ୍ୟକ୍ରମରେ ସିପିଆଇ ର ରାଜ୍ୟ ପରିଷଦ ସଭ୍ୟ ଆଇନଜୀବୀ ଉପେନ୍ଦ୍ର ରାଉଳ ଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ତିନି କଳା କୃଷି ଆଇନ ପ୍ରତ୍ୟାହାର, ସାଧାରଣ ଖାଉଟି ଦ୍ରବ୍ୟ ର ଦରଦାମ ନିୟନ୍ତ୍ରଣ ,ସମସ୍ତ କୃଷି ଯାତ ଦ୍ରବ୍ୟ ର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା ପାଇଁ ଦାବି […]

ସନ୍ତୋଷ ପଣ୍ଡା(ଭୁବନେଶ୍ୱର) ଭୁବନେଶ୍ୱର ମହାନଗର ନିଗମର ସମସ୍ତ ଅଞ୍ଚଳରେ ଥିବା ଧର୍ମାନୁଷ୍ଠାନ ଗୁଡିକ,ଅଗଷ୍ଟ ୨୩ ତାରିଖରୁ ଖୋଲିବ। ବିଏମ୍‌ସି ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍ ଅନୁଯାଇ କୋଭିଡ୍ ପ୍ରୋଟୋକଲ୍ ଭିତରେ ଏହି ସମସ୍ତ ଧର୍ମାନୁଷ୍ଠାନ ଖୋଲିଯିବ । ହେଲେ ଶ୍ରୀ ଲିଙ୍ଗରାଜ ମନ୍ଦିର ଖୋଲାଯିବା ନେଇ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେବେ । ଜାରି ଗାଇଡ୍‌ଲାଇନ୍ ଅନୁଯାଇ,ମନ୍ଦିର ଭିତରକୁ ଦର୍ଶନ ପାଇଁ ଭକ୍ତମାନେ ଯାଇ ପାରିବେ, ହେଲେ ଗର୍ଭଗୃହ ଭିତରକୁ […]

ବାସ୍ତବବ୍ୟୁରୋ:ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୪୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୫୬୫କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୮୮୯୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୯୮୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୭୧୩୯୧ ଜଣ […]

ବବିତା ସାମଲ (ଭଦ୍ରକ) କ୍ରାନ୍ତି ଦିବସରେ ପାଞ୍ଚ ଦଫା ଦାବିନେଇ ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା |ଭଦ୍ରକ ଜିଲ୍ଲାରେ ସାତଟି ସଂଗଠନରେ ରାଜ୍ୟ ଓ ଜିଲ୍ଲା ନେତୃତ୍ୱ ମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ |ଦାବି ଅନୁସାରେ ଅବସରକାଳୀନ ବୟସ ବୃଦ୍ଧି, ଖାଲି ପଡ଼ିଥିବା ପଦବୀ ପୁରଣ,ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ କଲେଜକୁ ତୁରନ୍ତ ଚାକିରୀ ସର୍ତାବାଳି ପ୍ରଦାନ, […]

ଦେବକାନ୍ତ ମହାନ୍ତି, (ଚାନ୍ଦବାଲି) ୦୯//୦୮//୨୦୨୧। ଆଙ୍କର-ଚାଷୀ ବିରୋଧୀ ୩ଟି କଳା କୃଷି ଆଇନ -୨୦୨୦ ବାତିଲ କରିବା, ଶ୍ରମିକ ବିରୋଧୀ ୪ଟି ଶ୍ରମ କୋଡ ରଦ୍ଦ କରିବା, ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଆଇନ ରେ ବର୍ଷ କୁ ୨୦୦ଦିନର କାମ ଯୋଗାଇ ଦେବା ଓ ମଜୁରୀ ଦୈନିକ ୬୦୦ଟଙ୍କା ଲେଖାଏଁ ପ୍ରଦାନ କରିବା , ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନୂଆଗାଁ ଗ୍ରାମ ପଞ୍ଚାୟତ ରେ ହୋଇଥିବା […]

ବବିତା ସାମଲ(ଭଦ୍ରକ)ଭଦ୍ରକ ଜିଲ୍ଲା ଯାତ୍ରା କଳାକାର ସଂଘ, ସ୍ପା, ବିଉଟିପାର୍ଲର ବ୍ୟବସାୟୀ ସଂଘ ଆଜି ନବନିର୍ମାଣ କୃଷକ ସଂଗଠନର ଆହ୍ୱାନ କ୍ରମେ ଭଦ୍ରକ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣ ଧାରଣା ଦେଇଛନ୍ତି, କିଛି ଦିନ ପୁର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ କଳାକାର ସଂଘ ଜୀବିକା ନିର୍ବାହ ପାଇଁ ସରକାରଙ୍କୁ ଏକ ୧୧୦୦ କୋଟିର ପ୍ୟାକେଜ ପାଇଁ ଦାବିକରିଆସୁଛି କିନ୍ତୁ ସରକାରଙ୍କ କଳାକାରଙ୍କ ପ୍ରତି ବୈମାତୃକ ମୋନଭାବ ପାଇଁ ଆଜି […]

Pin It on Pinterest