ବରଗଡ଼:-୨/୧(ନବୀନ କୁମାର ଦାଶ):ମା’ ମାଟିକୁ ମୁକ୍ତ କରିବା ପାଇଁ ଅକଥନୀୟ ଯନ୍ତ୍ରଣା ଭୋଗ କରି ଜୀବନ ବ୍ୟାପୀ ସଂଘର୍ଷ କରିଥିବା ବରଗଡ ଜିଲ୍ଲା ଘେଁସର ଜମିଦାର ମାଧୋ ସିଂହ ଓ ତାଙ୍କ ପରିବାରର ଇତିହାସ ସମଗ୍ର ଭାରତ ବର୍ଷରେ ବିରଳ ଅଟେ।ତେଣୁ ଘେଁସ ବିରଳ ଇତିହାସର ସଂରକ୍ଷଣ ଆବଶ୍ୟକ ରହିଛି ବୋଲି ଘେଁସ ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବୀରତା ଦିବସରେ ମତ ପ୍ରକାଶ ପାଇଛି। ଶହୀଦ ସ୍ମୃତି ସ୍ତମ୍ଭ […]
ବାସ୍ତବ ବ୍ୟୁରୋ: ୨୦୨୪ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୪ଜଣଙ୍କୁ ମେଜର ଧ୍ୟାନ୍ ଚାନ୍ଦ୍ ଖେଳରତ୍ନ, ୩୨ଜଣଙ୍କୁ ଅର୍ଜୁନ ପୁରସ୍କାର ରେ ସମ୍ମାନିତ କରାଯିବ । ବିଶ୍ୱ ଚେସ୍ ଚାମ୍ପିଅନ୍ ଡି ଗୁକେଶ ଓ ଅଲିମ୍ପିକ୍ସରେ ୨ଟି ପଦକ ଜିତିଥିବା ଷ୍ଟାର ଶୁଟର୍ ମନୁ ଭାକରଙ୍କୁ ମିଳିବ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର। ମନୁ ଭାକର ଓ ଡି. ଗୁକେଶଙ୍କ ସମେତ ପୁରୁଷ ହକି […]
ବାସ୍ତବ ବ୍ୟୁରୋ: ନୂଆବର୍ଷ ପାଇଁ ସବୁଠୁ ପ୍ରସ୍ତୁତି ଜୋରଦାର । ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ମଧ୍ୟ ବିଭିନ୍ନ ସ୍ଥାନରେ କରାଯାଇଛି ପ୍ରସ୍ତୁତି । ନୂଆବର୍ଷକୁ ସ୍ୱାଗତ କରିବାକୁ ସମସ୍ତଙ୍କ ମନରେ ପ୍ରବଳ ଉତ୍ସାହ। ଟୁଇନ୍ ସିଟିରେ ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ ବ୍ୟାପକ ବ୍ୟବସ୍ଥା କରିଛି । ଜିରୋ ନାଇଟ୍ ବେଳେ ଜିରୋ ଟଲେରାନ୍ସ ନୀତି ଆପଣାଇଥିବା ପୁଲିସ ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ୍ ଅଭିଯାନକୁ ଜୋରଦାର କରିବ। […]
ବାସ୍ତବ ବ୍ୟୁରୋ : ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର) ପକ୍ଷରୁ ଦେଶର ପ୍ରତି ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ କରିଛି । ମୁଖ୍ୟମନ୍ତ୍ରୀମାନେ ସେମାନଙ୍କ ସମ୍ପତ୍ତି ଓ ଋଣକୁ ନେଇ ଦେଇଥିବା ସତ୍ୟପାଠକୁ ଆଧାର କରି ଏହି ରିପୋର୍ଟ ତିଆରି କରାଯାଇଛି। ରିପୋର୍ଟ ଅନୁସାରେ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାୟଡୁ ୯୩୧କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ସହ ଦେଶର ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ। ଏଥିରେ ଅଋଣାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ […]
ସଂଜୟ ଶତପଥୀ: ଗତ ଲୋକସଭାରେ ଭାରତୀୟ ଜନତା ପାର୍ଟି ର ବରିଷ୍ଠ କର୍ମକର୍ତ୍ତା, ଲୋକସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ଅମିତ୍ ଶାହା ଶାହାଙ୍କ ର ସମ୍ବିଧାନର ପ୍ରଣେତା ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତି ଆକ୍ଷେପ ମୂଳକ ମନ୍ତବ୍ୟ କୁ ସାରା ଦେଶ ତଥା ସମସ୍ତ ରାଜନୈତିକ ଦଳ ନାପସନ୍ଦ କରୁଥିବା ବେଳେ କେନ୍ଦ୍ର ବାମପନ୍ଥୀ ଦଳ ମଧ୍ୟ ସେହି ନାପସନ୍ଦ ରେ ସାମିଲ୍ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ […]
ସଂଜୟ ଶତପଥୀ(କଟକ): କଟକ ର ପୁରାତନ ବିଦ୍ୟାଳୟ ତଥା ଓଡ଼ିଶାର ଶିକ୍ଷା କୁ ସାରା ବିଶ୍ବରେ ପରିଚିତ କରାଇବାର ଲକ୍ଷ୍ୟ ନେଇ କଟକର ଦରଘାବଜାର ଠାରେ ପ୍ୟାରିମୋହନ ଏକାଡେ଼ମୀ ର ପ୍ରତିଷ୍ଠାତା ସ୍ବଃ ପ୍ୟାରୀମୋହନ ଆଚାର୍ଯ୍ୟ ଙ୍କ ୧୪୩ ତମ ଶ୍ରାଦ୍ଧବାର୍ଷିକୀ ପ୍ୟାରୀମୋହନ ଏକାଡେମୀ ପୁରାତନ ଛାତ୍ର ସଂସଦ ପକ୍ଷରୁ ସଂସଦର ବରିଷ୍ଠ ଉପ-ସଭାପତି ଅତିରିକ୍ତ ଉଚ୍ଚତର ଶିକ୍ଷା ନିର୍ଦ୍ଦେଶକ ଡଃ ବିଶ୍ବଜିତ ଘୋଷ ଙ୍କ ସଭାପତିତ୍ବରେ ମହାସମାରୋହରେ ବିଦ୍ୟାଳୟ […]
ବାସ୍ତବ ବ୍ୟୁରୋ: ୨୦୨୫ ମସିହା ହେଉଛି ‘ସୁଭଦ୍ରା’ ଯୋଜନାର ବର୍ଷ। ଆସନ୍ତା ବର୍ଷ ମହିଳା ହିତାଧିକାରୀମାନେ ୩ ଥର ପାଇବେ ସୁଭଦ୍ରା ଟଙ୍କା । ଆସନ୍ତା ବର୍ଷ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ । ଏଥିସହ ମାର୍ଚ୍ଚ ୮ ଓ ରକ୍ଷା ବନ୍ଧନରେ ବି ସୁଭଦ୍ରା ଟଙ୍କା ମିଳିବ। ତେଣୁ ଆସନ୍ତା ବର୍ଷ ମହିଳାଙ୍କ ନିମନ୍ତେ ବଡ଼ ଖୁସି ଖବର ଆସିବାକୁ ଯାଉଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ […]
ବାସ୍ତବ ବ୍ୟୁରୋ: ଓସିଏ ସଭାପତି ପଦରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ବବି ଦାସ । ଏନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ସ୍ପଷ୍ଟ କରିଛନ୍ତି । ଓସିଏର ସାଧାରଣ ପରିଷଦ ବୈଠକରେ ବବିଙ୍କ ଇସ୍ତଫା ଗ୍ରହଣ କରାଯାଇଥିବା ସେ କହିଛନ୍ତି । କୌଣସି ବ୍ୟକ୍ତିଗତ କାରଣ ପାଇଁ ସେ ଇସ୍ତଫା ଦେଇଥିବା ସଞ୍ଜୟ ସୂଚନା ଦେଇଛନ୍ତି । ଆଗାମୀ ୪୫ ଦିନ ଭିତରେ ନୂତନ ସଭାପତି ନିଯୁକ୍ତି ପାଇଁ […]
ସଂଜୟ ଶତପଥୀ: କଟକ ଜିଲ୍ଲା ର ନୂଆ ପାଟଣା ଗ୍ରାମର ବିଶିଷ୍ଟ ଆଧ୍ୟାତ୍ମବାଦୀ, ସନାତନ ଧର୍ମ ପ୍ରଚାରକ, ଶ୍ରୀରାମ ପ୍ରେମୀ, ଗୋପାଳକୃଷ୍ଣ ରାମଲୀଳା ପ୍ରଚାର ସମିତି ର ସମ୍ପାଦକ ଶ୍ରୀ ଗିରିଧାରୀ ମଲ୍ଲ ଙ୍କ ଶ୍ରଦ୍ଧାଞ୍ଜଳି ସଭା ନୂଆ ପାଟଣାସ୍ଥିତ ତଳସାହି ପଡ଼ିଆରେ ବିଶିଷ୍ଟ ବ୍ୟକ୍ତି ଙ୍କ ଉପସ୍ଥିତି ରେ ଶୋକାକୁଳ ପରିବେଶ ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ରାମଲୀଳା ଲେଖକ, ନିର୍ଦ୍ଦେଶକ ଶ୍ରୀ ରଣଜିତ ପ୍ରସାଦ […]
ବରଗଡ଼୨୭/୧୨(ନବୀନ କୁମାର ଦାଶ):ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ନିଷ୍ଠା ପରିବାର ତରଫ ରୁ ବରଗଡ଼ ର ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଏକ ନିଆରା କାର୍ଯ୍ୟକ୍ରମ ରେଡ ଡ୍ରପ ମାରାଥନର ଶୁଭ ଉଦ୍ଘାଟନୀ ଉତ୍ସବ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ,ସମ୍ମାନୀତ ଅତିଥି ଭାବରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଧିକାରୀ ନିରୂପମା ଷଡ଼ଙ୍ଗୀ,ରକ୍ତ ଭଣ୍ଡାର ଅଧିକାରୀ ସୁଶାନ୍ତ କୁମାର […]


