କଟକ(ସଂଜୟ ଶତପଥୀ):ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ଅନ୍ତର୍ଭୁକ୍ତ ଯସପଡା, ୪୨ମୌଜା, ବେଲେଶ୍ୱର ଓ ନୂଆବଜାର ଜୋନ ପକ୍ଷରୁ ପ୍ରତିକୂଳ ପାଗ ସତ୍ତ୍ୱେ ବହୁ ପେନସନଧାରୀ ଏକାଠି ହୋଇ ବିଡ଼ିଓ ଙ୍କ ଅନୁ ପସ୍ଥିତିରେ ବ୍ଲକର ଅର୍ଥ ଅଧିକାରୀଙ୍କୁ ଚିକିତ୍ସା ଭତ୍ତା ସହ ଅନ୍ୟ ଆଠ ଦଫା ଦାବିଉପରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯାଇଛି। ଏହା ପ୍ରଫୁଲ କୁମାର ନାୟକ,ସୁବୋଧ କୁମାର ମହାନ୍ତି, ପ୍ରେମାନନ୍ଦ ଜେନା ଓ ବିଜୟ କୁମାର […]

କଟକ(ସଂଜୟ ଶତପଥୀ): ଚାଷୀଙ୍କ ହୋସ୍ ଉଡାଇଛି ଲଘୁଚାପଜନିତବର୍ଷା।କଟକ ଜିଲ୍ଲାର ପ୍ରାୟ ସବୁ ବ୍ଲକରେ ଶୁକ୍ରବାର ସକାଳୁ ଆକାଶ ମେଘାଚ୍ଛନ୍ନ ରହି ପୂର୍ବାହ୍ନ ୧୦ଟାରୁ ବର୍ଷା ଆରମ୍ଭ ହୋଇଥିଲା। ଏବେ ଧାନ ଅମଳ ସମୟ ହୋଇଥିବାରୁ ଚାଷୀ ବିଲରେ କେଉଁଠି କଳେଇ ପକେଇଛି ତ କେଉଁଠି ଖଳାରେ ଧାନ ଗଦା କରିଛି । ବର୍ଷାରେ ଧାନ ଗଦା, କଳେଇ, ବେଙ୍ଗଳା ଭିଜି ବର୍ଷକର ଫସଲ ଉଜୁଡ଼ିଯିବାକୁ ବସିଥିବାରୁ ଚାଷୀ ମୁଣ୍ଡରେ ହାତ […]

ବାସ୍ତବ ବ୍ୟୁରୋ: ବାତ୍ୟା ‘ଫେଙ୍ଗଲ’ ପ୍ରଭାବରେ ତାମିଲନାଡ଼ୁ ଓ ପୁଡ଼ୁଚେରୀ ଉପକୂଳରେ ପ୍ରବଳ ବର୍ଷା ହେବା ସହ ପବନ ହେଉଛି। ତାମିଲନାଡୁର କୁଡାଲୋର, କରାଇକାଲ, ଆଥିରାମପାଟ୍ଟିନମ୍, ପାରଙ୍ଗିପେଟ୍ଟାଇ, ମୀନାମ୍ବକମ୍ ସମେତ ତାମିଲନାଡୁର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି। ଆସନ୍ତାକାଲି କାଲି ତାମିଲନାଡୁ-ଆନ୍ଧ୍ର ମଝିରେ ଲ୍ୟାଣ୍ଡଫଲ୍ କରିବ ‘ଫେଙ୍ଗଲ’। ଏହା ପ୍ରଭାବରେ ତାମିଲନାଡୁ-ଆନ୍ଧ୍ରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ହେଲେ ବାତ୍ୟା ‘ଫେଙ୍ଗଲ’ ପ୍ରଭାବ ଓଡ଼ିଶା ଉପରେ ବିଶେଷ […]

ବାସ୍ତବ ବ୍ୟୁରୋ: ଆସନ୍ତାକାଲି ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରରେ ଡିଜିପି ସମ୍ମିଳନୀ ଅନୁଷ୍ଠିତ ହେବ। ଏହା ଡିସେମ୍ବର ୧ ପର୍ଯ୍ୟନ୍ତ ଚାଲିବ । ଏହି ସମ୍ମିଳନୀରେ ଯୋଗ ଦେବାକୁ ଆସନ୍ତାକାଲିଠାରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସାଥିରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ତେଣୁ ଡିଜିପି ଓ ଆଇଜି ସମ୍ମିଳନୀ ପାଇଁ ଭୁବନେଶ୍ୱରରେ ସୁରକ୍ଷା କଡାକଡି କରାଯାଇଛି । […]

ବାସ୍ତବ ବ୍ୟୁରୋ: ଆଜି ହେମନ୍ତ ସୋରେନ ଝାଡଖଣ୍ଡର ୧୪ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ରାଞ୍ଚିର ମୋରହାବାଦୀ ଗ୍ରାଉଣ୍ଡରେ ଆୟୋଜିତ ଏକ ବିଶାଳ କାର୍ଯ୍ୟକ୍ରମରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତା ହେମନ୍ତ ସୋରେନ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଚତୁର୍ଥ ଇନିଂସ୍ ଆରମ୍ଭ କରିଛନ୍ତି। ରାଜ୍ୟପାଳ ସାନ୍ତୋଷ ଗଂଗୱାର ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ହେମନ୍ତ ସୋରେନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସୂଚନାନୁଯାୟୀ, କୌଣସି ମନ୍ତ୍ରୀ […]

ଜୟନ୍ତ ଶତପଥୀ(କେନ୍ଦ୍ରାପଡା):୨୮/୧୧/୨୦୨୪- କେନ୍ଦ୍ରୀୟ ଟ୍ରେଡ ୟୁନିୟନ ସମୂହ ଏବଂ ସଂଯୁକ୍ତ କିଶାନ ମୋର୍ଚ୍ଚା ଓ ସ୍ୱାଧୀନ ଫେଡରେସନ ସମୂହର ମିଳିତ ମଞ୍ଚ କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ ୧୨ ଦଫା ଦାବି ନେଇ ସର୍ବଭାରତୀୟ ଡ଼ାକରାରେ ମଙ୍ଗଳବାର ଦିନ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଅଫିସି ସମ୍ମୁଖରେ ଚେତାବନୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ଫସଲ ପାଇଁ ଆଇନଗତ ଭାବେ ସୁନିଶ୍ଚିତ କ୍ରୟ ବ୍ୟବସ୍ଥା ସହ ସମସ୍ତ ଫସଲ ପାଇଁ ସି-୨ ଯୁକ୍ତ ଏହାର […]

ବାସ୍ତବ ବ୍ୟୁରୋ: ୨୦୨୫ ମାର୍ଚ୍ଚ ୭ ତାରିଖ ହେଉଛି ସୁଭଦ୍ରା ଆବେଦନର ଡେଡ୍ ଲାଇନ୍। ମାର୍ଚ୍ଚ ୭ ତାରିଖ ଯାଏଁ ହିତାଧିକାରୀମାନେ ପ୍ରଥମ କିସ୍ତି ପାଇଁ ଆବେଦନ କରିପାରିବେ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ହିତାଧିକାରୀ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ପଞ୍ଜିକରଣ କରିଥିବା ସମସ୍ତ ଯୋଗ୍ୟ ହିତାଧିକାରୀ ଠିକ୍ ସମୟରେ ଟଙ୍କା ପାଇବେ। ସୁଭଦ୍ରା ଯୋଜନା ପାଇଁ ବ୍ୟାଙ୍କଗୁଡିକରେ ଭିଡ଼ […]

ବାସ୍ତବ ବ୍ୟୁରୋ: ଓଡ଼ିଶାରେ ପ୍ରଥମ ଥର ହେବାକୁ ଥିବାହେବାକୁ ଥିବା ୩ ଦିନିଆ ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଥିପାଇଁ ସେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।  ଆଇନ ମନ୍ତ୍ରୀ କହିଛନ୍ତି ଡିଜିପି ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ୨୯ ତାରିଖରେ ଓଡ଼ିଶା ଆସିବେ । ସେ ୩୦ ଓ […]

ବାସ୍ତବ ବ୍ୟୁରୋ: ଦିଲ୍ଲୀରେ ଜବାହରଲାଲ ନେହରୁ ଷ୍ଟାଡିୟମରେ ଓଡ଼ିଆ ସମାଜ ଦ୍ବାରା ଆୟୋଜିତ ଓଡ଼ିଶା ପର୍ବରେ ସାମିଲ ହେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନ ବୈଷ୍ଣବ ମଧ୍ୟ ଉପସ୍ଥିତ ଅଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସାଧାରଣ ଜନତାଙ୍କୁ ସମ୍ବୋଧିତ କରି କହିଛନ୍ତି, “ଆପଣମାନଙ୍କୁ ଭେଟି ମୁଁ ଆନନ୍ଦିତ। ଏଥର ସ୍ବଭାବ କବି ଗଂଗାଧର ମେହରଙ୍କ ଶତବାର୍ଷିକୀ ଉତ୍ସବ ଅବସରରେ ଶୁଭେଚ୍ଛା […]

ବାସ୍ତବ ବ୍ୟୁରୋ: ୱାୟନାଡ ଲୋକସଭା ଆସନରୁ ଉପନିର୍ବାଚନରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିପୁଳ ବିଜୟ ହାସଲ କରିଛନ୍ତି । ଆଜି ପ୍ରିୟଙ୍କା ତାଙ୍କ ପ୍ରଥମ ନିର୍ବାଚନରେ ବିଜୟୀ ହେବା ସହିତ ଭାଇ ରାହୁଲଙ୍କ ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି । ୪.୦୮ ଲକ୍ଷ ବ୍ୟବଧାନରେ ବିଜୟୀ ହୋଇଛନ୍ତି ପ୍ରିୟଙ୍କା ଗାନ୍ଧୀ ।  ଉଲ୍ଲେଖଯୋଗ୍ୟ ,୨୦୧୯ ନିର୍ବାଚନରେ ୱାୟନାଡରୁ ୪.୩୦ ଲକ୍ଷ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିବା ରାହୁଲ ଗାନ୍ଧୀ […]

Pin It on Pinterest