ଭୁବନେଶ୍ୱର ୦୩/୦୭(ଗୌତମ ମିଶ୍ର):ଓଡ଼ିଆ ସରକାରୀ ଅଫିସରଙ୍କୁ ଲୁଟିଥିବା ୫ ଠକଙ୍କ ନାଁରେ ସମଗ୍ର ଦେଶରେ ରହିଛି ୩୧୩ ମାମଲା। ସେମାନେ ୨୪ଟି ରାଜ୍ୟରେ ୨୫ କୋଟିରୁ ଅଧିକ ଟଙ୍କା ଠକିଛନ୍ତି। ଏହି ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି। ଆହୁରି ଅନେକ ରାଜ୍ୟର ପୁଲିସ୍ ମାମଲାରେ ତଦନ୍ତ କରିବା ପାଇଁ ସହଯୋଗ ଲୋଡ଼ିଛନ୍ତି। ଏନେଇ ସୂଚନା ଦେଇଛନ୍ତି ପୁଲିସ୍ କମିଶନର ସଞ୍ଜୀବ ପଣ୍ଡା।ଗତ ୧୮ ତାରିଖରେ ଭୁବନେଶ୍ୱର କମିଶନରେଟ୍ ପୁଲିସ୍ […]
ଭୁବନେଶ୍ବର(ନି.ପ୍ର): ଆଜି ରଥଯାତ୍ରାର ମୁଖ୍ୟମନ୍ତ୍ରୀଙ୍କ ବୈଠକ ସମୀକ୍ଷା ପରେ, ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ସୂଚନା‘୪ ଅତିରିକ୍ତ ଡିଜି, ୬ ଆଇଜି ଓ ଡିଆଇଜି ପାହ୍ୟା ଅଧିକାରୀ ରହିବେ’‘୧୯ ଏସ୍ପି ପାହ୍ୟାର, ଡିଏସ୍ପି ପାହ୍ୟାର ୭୫ ଜଣ ମୁତୟନ ହେବେ”୧୩୦ ଇନ୍ସପେକ୍ଟର, ୬୭୫ ଏଏସ୍ଆଇ ସୁରକ୍ଷା ଦାୟିତ୍ବରେ ରହିବେ”୫ କଂପାନୀ ରାପିଡ୍ ଆକ୍ସନ ଫୋର୍ସ ପାଇଁ କେନ୍ଦ୍ରକୁ ଆବେଦନ କରାଯାଇଛି’ ।ଡ୍ରୋନ ସାହାଯ୍ୟରେ ପାର୍କିଂ ସ୍ଥାନର ଅନୁଧ୍ୟାନ କରାଯିବ- ଡିଜିପି‘ସୋସିଆଲ ମିଡିଆରେ […]
ବାସ୍ତବ ବ୍ୟୁରୋ: ଆଜି ଉତ୍ତରପ୍ରଦେଶର ହାଥରସରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରତିଭାନପୁର ଗ୍ରାମରେ ଭୋଲେ ବାବାଙ୍କ ସତ୍ସଙ୍ଗର ଉଦ୍ଯାପନୀ ସମାରୋହରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ହଠାତ୍ ଦଳାଚକଟା ଆରମ୍ଭ ହୋଇଥିଲା। ଏହି ଦୁର୍ଘଟଣାରେ ୧୦୦ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବା ଏଟା ସିଏମଓ ଉମେଶ ତ୍ରିପାଠୀ ସୂଚନା ଦେଇଛନ୍ତି । ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ଅଛନ୍ତି। ତେବେ ବେସରକାରୀ ଭାବେ ମୃତ୍ୟୁ ସଂଖ୍ୟା ଅଧିକ ବୋଲି କୁହାଯାଉଛି। […]
ଭୁବନେଶ୍ୱର(ନି.ପ): ୩୦୦୦ ଟଙ୍କାକୁ ବୃଦ୍ଧି କରାଯିବ ଭତ୍ତାଟଙ୍କା। ଏନେଇ ଘୋଷଣା କରିଛନ୍ତି ସାମଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।ତେବେ କେଉଁ ବର୍ଗର ଭତ୍ତା ବଢାଯିବ ସେନେଇ କୌଣସି ନିର୍ଦ୍ଦଷ୍ଟ ସୂଚନା ମିଳିନାହିଁ । ତେବେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତାକୁ ଗୁରୁତ୍ୱ ଦିଆଯିବ ବୋଲି ସୂଚନାଦେଇଛନ୍ତି ମନ୍ତ୍ରୀ। ବିଭିନ୍ନ ବର୍ଗର ଭତ୍ତା ବଢାଇବାକୁ ସରକାର ଚିନ୍ତା କରୁଛନ୍ତି । ବିଭିନ୍ନ ବିଭାଗ ଅଧିକାରୀଙ୍କ ସହ […]
ପୁରୀ(ନି.ପ୍ର): ଆଜି ପୁରୀଠାରେ ରଥଯାତ୍ରା ସମୀକ୍ଷା ବୈଠକରେ ଯୋଗଦେଇ,ରଥଯାତ୍ରା ପାଇଁ ଦୁଇଦିନ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ଏଥିସହ ରଥଯାତ୍ରାର ସଫଳତା ପାଇଁ ଲୋଡିଲେ ସମସ୍ତଙ୍କ ସହଯୋଗ । ପୁରୀରେ ସମୀକ୍ଷା ବୈଠକରେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨ ଦିନ ଛୁଟି ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଚଳିତଥର ରଥଯାତ୍ରା ୨ ଦିନ […]
ଭୁବନେଶ୍ୱର(ଗୌତମ ମିଶ୍ର ): ଦେଶରେ ଲାଗୁ ହୋଇଛି ତିନି ନୂଆ ଆଇନ ଭାରତୀୟ ନ୍ୟାୟ ସଂହିତା(ବିଏନଏସ), ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନଏସଏସ) ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ(ବିଏସଏ) ଲାଗୁ ହୋଇଯାଇଛି । ଲାଗୁ ହେଉ ହେଉ ଦିଲ୍ଲୀରେ ଏନେଇ ପ୍ରଥମ ମାମଲା ରୁଜ୍ଜୁ ହୋଇଥିବା ବେଳେ ଭୁବନେଶ୍ବରରେ ମଧ୍ୟ ଏହାକୁ ଆଧାର କରି ପ୍ରଥମ ମାମଲା ରୁଜ୍ଜୁ ହୋଇଛି ।ଭୁବନେଶ୍ବର ଲକ୍ଷ୍ମୀସାଗର ଥାନାରେ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ମାମଲା […]
ଭୁବନେଶ୍ୱର ୧/୦୭(ଗୌତମ ମିଶ୍ର):ଆସନ୍ତା ୬ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ। ଏଥିସହ ସେ ୭ ତାରିଖରେ ଆୟୋଜିତ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଯୋଗ ଦେବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ଏହି ଅବସରରେ ମନ୍ଦିର ଭିତରକୁ ଭିଆଇପି ଙ୍କ ପ୍ରବେଶକୁ ବାରଣ କରାଯାଇଛି।ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ।ଆଇନ ମନ୍ତ୍ରୀ କହିଛନ୍ତି, […]
ଭୁବନେଶ୍ୱର(ନି.ପ୍ର)୨।୭: ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ପ୍ରତିଶ୍ରୁତି ପ୍ରସଙ୍ଗ ଉଠାଇ ଭାଜପାକୁ ବିଜେଡି ଟାର୍ଗେଟ କରିଥିବାବେଳେ,ଭାଜପା ଏହାର କଡା ଜବାବ ରଖିଛି ।ଦଳର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଭାଜପାର ସଂକଳ୍ପପତ୍ରକୁ ବୋଧହୁଏ ବିଜେଡି ଠିକ ଢଙ୍ଗରେ ପଢିନି । ମାଗଣା ବିଜୁଳି ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୭୫ ହଜାର ଟଙ୍କାର ସୋଲାର ସିଷ୍ଟମ ଦିଆଯିବ । ସୋଲାର ସିଷ୍ଟମ ଦ୍ୱାରା ମାଗଣା ବିଜୁଳି ବ୍ୟବହାର କରିବା […]
ଭୁବନେଶ୍ୱର(ନି.ପ୍ର): ବିଜେପି ସରକାରକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମାନେ ନିର୍ବାଚନ ପ୍ରତିଶ୍ରୁତିକୁ ଆଗ ପାଳନ କରାଯିବ ବୋଲି କହୁଛନ୍ତି । ସେହି ଆଧାରରେ ଗତ ୫ ତାରିଖରୁ ଏବେ ପର୍ୟ୍ୟନ୍ତ ମାଗଣା ବିଜୁଳି ନେଇ କେହି ମୁହଁ ଖୋଲିନାହାନ୍ତି । କିନ୍ତୁ ସରକାରଙ୍କୁ ବିଜେଡି ଏ ବାବଦରେ ମନେ ପକାଇ ଦେଉଛି । ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ଯେପରି ପାଣିର ଗାର ପାଲଟି ନଯାଉ ବୋଲି କହିଛନ୍ତି […]
ସଂଜୟ ଶତପଥୀ(କଟକ): ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଆଜି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେବା ଲାଗି କଟକ ଗସ୍ତ ରେ ଆସିଥିବା ବେଳେ ପ୍ରଥମେ କଟକର ଆରାଧ୍ୟ ଦେବୀ ମା’କଟକଚଣ୍ଡୀ ଙ୍କ ବିଜେ ପୀଠ ସ୍ଥଳୀ କୁ ଯାଇ ଦର୍ଶନ ପୂର୍ବକ ମା’ଙ୍କର ଆଶ୍ରିବାଦ ଭିକ୍ଷା କରିଥିଲେ। ମାନନୀୟା ବାଚସ୍ପତି କଟକ ମାଆଙ୍କର ବିଜେ ପୀଠ ସ୍ଥଳୀ ଠାରେ ପହଞ୍ଚିବା ପରେ ବରିଷ୍ଠ ବିଜେପି ନେତ୍ରୀ […]