ଭୁବନେଶ୍ୱର ୨୨/୦୬(ଗୌତମ ମିଶ୍ର):ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ ଥିବା କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ସୋସିଆଲ ସାଇନ୍ସ(କିସ୍)କୁ ଜଙ୍ଗଲ ଜମି ଆବଣ୍ଟନ ମାମଲାରେ ଆଜି ନୂଆମୋଡ଼ ଆସିଛି । ଚନ୍ଦକା ବନ୍ୟଜନ୍ତୁ ଡିଭିଜନ ଅଧୀନରେ ଥିବା ୪.୦୩୨ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟାରେ ସ୍ପଷ୍ଟୀକରଣ ନମିଳିବା ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନନେବାକୁ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ […]

ବରଗଡ:-୨୨.୬(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ସଂକ୍ରିଡା ପଞ୍ଚାୟତ ର ଝରାପାଲି ମାର୍କେଟ ର ଜଗନ୍ନାଥ ମନ୍ଦିର ର ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତୀ ଙ୍କ ପୁର୍ଣିମା ଦିନ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସ୍ଵର୍ଗତ କୈଳାସ ଅଗ୍ରୱାଲ କୂଅ ରୁ ମନ୍ତ୍ର ପାଠ କରି କୂଅରୁ ଜଳବାହାର କରାଯାଇଥିଲା।ପଣ୍ଡିତ ଭାବରେ ରୁଦ୍ର ଦାସ ଯୋଗଦେଇ ମନ୍ତ୍ର ପାଠ କରି ୧୦୮ କଳସରେ ଜଳ ଭର୍ତ୍ତି କରି ନାରୀକେଳ,ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ମହିଳା ମାନେ […]

ସଂଜୟ ଶତପଥୀ(କଟକ): ଜବରଦଖଲ ରେ ଥିବା କଟକ ର ବୃହତ୍ ପୁଷ୍କରିଣୀ “ହାତୀ ପୋଖରୀ” କୁ ଜବରଦଖଲକାରୀ ଙ୍କ କବଜାରୁ ବଞ୍ଚାଇବାକୁ ଓ ପୁନରୁଦ୍ଧାର ର ଦାବୀକୁ ନେଇ କଟକ ର ମାନନୀୟ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲା ହିନ୍ଦୁ ସେନା। ପ୍ରକାଶ ଥାଉକି, ଓଡ଼ିଶାର ପୁରାତନ ରାଜଧାନୀ କଟକ ରେ ଓଡ଼ିଶାର ରାଜା ତଥା ଗଜପତି ବାରବାଟୀ ଠାରେ ଅବସ୍ଥାନ କରୁଥିବା ବେଳେ ବର୍ତ୍ତମାନ ର ଶିଳ୍ପ […]

ବାସ୍ତବ ବ୍ୟୁରୋ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ । ଶ୍ରୀମନ୍ଦିର ରତ୍ନବେଦୀ ଛାଡ଼ି ସ୍ନାନମଣ୍ଡପକୁ ଆସିଛନ୍ତି ଚତୁର୍ଦ୍ଧା ମୂରତି । ସ୍ନାନବେଦୀରେ ମଙ୍ଗଳ ଆଳତି, ମଇଲମ, ଅବକାଶ ଓ ତଡ଼ପଲାଗି ନୀତି ଶେଷ ହେବା ପରେ ଏବେ ଗରାବଡ଼ୁ ସେବକଙ୍କ ଦ୍ୱାରା ଜଳ ବିଜେ ନୀତି କରାଯାଇଥିଲା। ୧୦୮ ସୁବାସିତ ଜଳରେ ସ୍ନାନ କରିଛନ୍ତି ଶ୍ରୀଜିଉ। ଶ୍ରୀଜଗନ୍ନାଥ ୩୫ କଳସ, ଶ୍ରୀବଳଭଦ୍ର ୩୩ କଳସ, ଦେବୀ ସୁଭଦ୍ରା ୨୨ କଳସ ଓ ଶ୍ରୀ […]

ସଂଜୟ ଶତପଥୀ: ଜଗତରନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଜି ହେଉଛି ପବିତ୍ର ସ୍ନାନଯାତ୍ରା । ରତ୍ନବେଦୀରୁ ପହଣ୍ଡିରେ ଆସି ସ୍ନାନ ମଣ୍ଡପରେ ୧୦୮ ଗରା ଜଳରେ ମହାସ୍ନାନ କରିବେ ଜଗତର ନାଥ ଶ୍ରୀଜଗନ୍ନାଥ । ପୁରୀରେ ଶ୍ରୀଜୀଉମାନଙ୍କ ଏହି ମାନବୀୟ ଲୀଳା ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ପାରମ୍ପରିକ ରୀତି ନୀତି ଅନୁସାରେ ରତ୍ନବେଦୀରୁ ଆସି ସ୍ନାନମଣ୍ଡପରେ ବିଜେ ହୋଇସାରିଲେଣି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀ ବଳଭଦ୍ର, ସାନଭଉଣୀ […]

ଭୁବନେଶ୍ୱରବ୍ୟୁରୋ: ୨୧/୦୬- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିଦିନ ୨ ଘଣ୍ଟା ପାଇଁ ଲୋକଙ୍କ ଅଭିଯୋଗ ଶୁଣିବେ। ଆଜିଠାରୁ ଏହି ଅଭିଯୋଗ ଶୁଣାଣୀ ଆରମ୍ଭ ହେବ।ଭୁବନେଶ୍ବରରେ ଥିବା ବେଳେ ରାଜ୍ୟ ଅତିଥି ଭବନ କାର୍ଯ୍ୟାଳୟରେ ଅପରାହ୍ନ ୩ଟା ଠାରୁ ୫ଟା ପର୍ଯ୍ୟନ୍ତ ଲୋକଙ୍କ ସମସ୍ୟା ଶୁଣିବେ ଏବଂ ଅଭିଯୋଗ ପତ୍ର ଗ୍ରହଣ କରି ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବେ। ସୂଚନା ଯୋଗ୍ୟ ଯେ ନୂଆ ସରକାର ଗଠନ ପରେ […]

ଭୁବନେଶ୍ୱର ୨୧/୦୬(ଗୌତମ ମିଶ୍ର ): ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ଚାମ୍ବରରେ ବସିଥିବା ବେଳେ ଶରତଙ୍କ ଉପରକୁ ଅସନ୍ତୁଷ୍ଟ ଗୋଷ୍ଠୀ କାଳିମାଡ଼ କରିଥିବା କୁହାଯାଉଛି । କାଳିମାଡ ସାଙ୍ଗକୁ ନାରାବାଜି ବି କରିଛନ୍ତି କିଛି ଯୁବକ । ତେବେ କଂଗ୍ରେସ ପକ୍ଷରୁ ନିଟ୍ ପ୍ରଶ୍ନପତ୍ର ଲିକ୍ ପାଇଁ ସାରା ଦେଶରେ ପ୍ରତିବାଦ କରାଯାଉଥିବାରୁ ସ୍ବର ଦବାଇବାକୁ କିଛି ଦୁବୃର୍ତ୍ତ ଏଭଳି କାଳିମାଡ କରିଛନ୍ତି ବୋଲି […]

ଭୁବନେଶ୍ୱରବ୍ୟୁରୋ ୨୧/୦୬: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ରେ ବୁଧବାର ପିଜି ଫଳାଫଳ ପ୍ରକାଶ ପାଇଛି।ସସ୍ମିତା ଚୌଧୁରୀ ଦର୍ଶନ ଶାସ୍ତ୍ର ରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଅଧୀନ ରେ ପରୀକ୍ଷା ଦେଇଥିବା ସମସ୍ତ କଲେଜ ର ଛାତ୍ରୀ ମାନଙ୍କ ମଧ୍ୟ ରେ ଟପର ହୋଇଛନ୍ତି। ସସ୍ମିତା କଟକ ରାଣୀହାଟ ର ସ୍ବର୍ଗତ ସଚ୍ଚିଦାନନ୍ଦ ଚୌଧୁରୀ ଓ ସମାଜସେଵୀ ରୂପଶ୍ରୀ ଚୌଧୁରୀ ଙ୍କ କନ୍ୟା ଅଟନ୍ତି।ସସ୍ମିତା ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ରେ ଟପର […]

ଭୁବନେଶ୍ୱର ୨୧/୦୬(ଗୌତମ ମିଶ୍ର ):ବିଜେଡି ସରକାର ସାଧାରଣ ନିର୍ବାଚନକୁ ଆଖିରେ ରଖି, ନିଜର ସ୍ତୃତିଗାନ ପାଇଁ ସାଧାରଣ ଲୋକଙ୍କ ଟିକସ ଟଙ୍କାକୁ କିଛି ଆଖିବୁଜା ଲୁଟିଛନ୍ତି। ରାଜ୍ୟ ରେ ବିଜ୍ଞାପନ ନୀତି ଥାଇ ମଧ୍ୟ ଲୋକଙ୍କ ଟଙ୍କାକୁ ଲୁଟ୍ ପାଇଁ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ କିଭଳି ନୂଆ କୌଶଳ ଆପଣାଇଥିଲା ସେନେଇ ତଥ୍ୟ ନିର୍ଦ୍ଧିଷ୍ଟ ସୂତ୍ରରୁ ହସ୍ତ ଗତ ହୋଇଛି । ବିଜ୍ଞାପନ ନୀତିରେ ସ୍ୱଚ୍ଛତା ଓ […]

ବରଗଡ:-୨୧.୧(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଅତାବିରା ବିଦ୍ୟୁତ୍ ବିଭାଗ ଅଧୀନସ୍ଥ ଗୋଡଭଗା-ତୁରୁମ୍ ୫୪ନଂ ରାଜ୍ୟ ରାଜପଥ ବାମ କଡ ଫାଣ୍ଡି ପରେ ରହିଥିବା ବିଦ୍ୟୁତ୍ ବିଭାଗ ଟାଟା ପାୱାର ର ମନ୍ ମାନୀ ଓ ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ୍ କାଟ କୁ ନେଇ ଗୋଡଭଗା ଟାଟା ପାୱାର ବିଦ୍ୟୁତ୍ ସେକ୍ସନ କାର୍ଯ୍ୟାଳୟ କୁ ଲୋକେ ଘେରିଲେ। ଅଞ୍ଚଳରେ ଖରାତାତି ସହ ଗୁଲୁଗୁଳି ରେ ଜନ ଜୀବନ ଅସ୍ତବ୍ୟସ୍ତ […]

Pin It on Pinterest