ବାସ୍ତବ ବ୍ୟୁରୋ:କଟକ(ଦୀପକ୍ କୁମାର) କରୋନା ମହାମାରୀ ସମୟରେ ନିରନ୍ତର ସେବା ଯୋଗାଇ ଆସୁଥିବା ସଫେଇ କର୍ମଚାରୀ, ବିଦ୍ୟୁତ୍ କର୍ମଚାରୀ, ଏବଂ ମନ୍ଦିର ପୁଝାରୀମାନଙ୍କୁ ବାରବାଟୀ କଟକ ନିର୍ବାଚନ ମଣ୍ଡଳୀର ୱାର୍ଡ ନମ୍ବର ୨୦ରେ ସଭାପତି ଜଗନ୍ନାଥ ସ୍ୱାଇଁଙ୍କ ନେତୃତୁରେ ଶୁଖିଲା ଖାଦ୍ୟ ବଣ୍ଟନ କରାଗଲା । ଉକ୍ତ କାର୍ଯକ୍ରମରେ ମୁଖ୍ୟଅତିଥି ଭାବରେ ମାନ୍ୟବର ରାଜ୍ୟସଭା ସାଂସଦ ସୁଭାଷ ଚନ୍ଦ୍ର ସିଂହ, ସମ୍ମାନିତ ଅତିଥି ଭାବରେ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହସଂଗର […]

ବାସ୍ତବବ୍ୟୁରୋ: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୨୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୫୫୦କୁ ବୃଦ୍ଧି ପାଇଛି ।  ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୭୩୯୨୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୦୪୭୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮୨୯୮୫୧ ଜଣ ସୁସ୍ଥ ହୋଇ […]

ବାସ୍ତବବ୍ୟୁରୋ:(ଭଦ୍ରକ)ଭଦ୍ରକ ନଙ୍ଗାମହଲାରୁ ୧୧୦ ଗ୍ରାମର ବ୍ରାଉନସୁଭାଗର ଜବତ ଓ ୨ ଜଣ ଗିରଫ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି। ଜଳେଶ୍ବରୁ ଆଣି ଭଦ୍ରକ ଟାଉନରେ ବିକ୍ରି କରୁଥିଲେ ଧଳା ଜହର । ଗିରଫ ଅଭିଯୁକ୍ତ ହେଲେ ଜମାଲୁଦ୍ଦିନ ଖାନ ଓ ଶେଖ୍‌ ରଫିକ୍ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଭଦ୍ରକ ଅତିରିକ୍ତ ଏସପି ଯତୀନ ପଣ୍ଡା ।

ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମର୍ଦକୋଟ ପଞ୍ଚାୟତର କଣ୍ଟାପଡା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ନିଷ୍ପତ୍ତି ପ୍ରକାରେ ଛାତ୍ର ଛାତ୍ରୀଙ୍କୁ ଚାଉଳ ବଣ୍ଟନ ନ ହେବାରୁ ଅଭିଭାବକ ମାନଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହେବା ସହ ବି ଇ ଓ ଓ ଏ ବି ଇ ଓ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ଦୀର୍ଘ ସମୟ ଧରି ଅଟକ । ବାସ୍ତବବ୍ୟୁରୋ:(ଗଞ୍ଜାମ)ଗତ ଜୁନ ୨ ତାରିଖ ଦିନ ଏହି ବିଦ୍ୟାଳୟର ପ୍ରଧାନ […]

ବାସ୍ତବବ୍ୟୁରୋ:(ଚାନ୍ଦବାଲି )୧୯/୦୬/୨୦୨୧ ଚାନ୍ଦବାଲି ବ୍ଲକ ଅଧୀନରେ ଥିବା ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯରତ ଫାର୍ମାସିଷ୍ଟ ମାନେ କଳାବ୍ଯାଜ ପିନ୍ଧିଥିବା ଜଣାପଡିଛି। ବିଭିନ୍ନ ଦାବିନେଇ ରାଜ୍ୟ ଫାର୍ମାସିଷ୍ଟ ସେବାସଙ୍ଘର ନିଷ୍ପତ୍ତି କ୍ରମେ ଫାର୍ମାସିଷ୍ଟ ମାନେ ସମୁହ ପ୍ରତିବାଦ ରେ ସାମିଲ ହୋଇଛନ୍ତି। ରାଜ୍ୟ ରେ କାର୍ଯ୍ୟ ରତ ଫାର୍ମାସିଷ୍ଟ ମାନଙ୍କର ଦରମା ଅସଙ୍ଗତି,ପଦନ୍ନତି,ଅତ୍ଯଧିକ କାର୍ଯ୍ୟ, ଏମ ଏଚୟୁ, ଆରବିଏସକେ, ଫାର୍ମାସିଷ୍ଟ ମାନଙ୍କୁ ନିୟମିତ ବା ସ୍ଥାୟୀ ନିଯୁକ୍ତି ଦେବା ,କୋଭିଡ ଯୋଧ୍ୟା […]

ବାସ୍ତବବ୍ୟୁରୋ:ଆଜି କୋଲକାତାର ଏକ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଚିକିତ୍ସା ହେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ କୋଭିଡ୍ -୧୯ରେ ମୃତ୍ୟୁବରଣ କରିଛନ୍ତି।ଆଜି (ଶୁକ୍ରବାର) ରାତି ପ୍ରାୟ ୧୦.୧୫ରେ ଦେବାଶିଷ ପାଣିଗ୍ରାହୀ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା। କରୋନା ସଂକ୍ରମିତ ହେବା ପରେ ସେ ଗୁରୁତର ହୋଇ ପଡ଼ିଥିଲେ। ପ୍ରଥମେ କଟକସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । […]

ବାସ୍ତବବ୍ୟୁରୋ:(ଜଳେଶ୍ୱର)‘ବୃକ୍ଷ’ହିଁ ଜୀବନ’ଏହି ବାର୍ତା କୁ ନେଇ ଆଗେଇ ଆସିଛନ୍ତି, ବାଲେଶ୍ବର ଜିଲ୍ଳା ଜଳେଶ୍ୱରର ସାମାଜିକ ସଂଗଠନ ମେ ଆଇ ହେଲ୍ପ ୟୁ ମୋ ପରିବାର | ଅନେକ ସାମାଜିକ ସଂଗଠନ ଅନେକ କାଯ୍ୟକ୍ରମ କରନ୍ତି କିନ୍ତୁ,ଏହି ସାମାଜିକ ସଂଗଠନ ତାର ବାର୍ଷିକ ଉତ୍ସବ ରେ ଏମିତି ଏକ ବାର୍ତା ଲୋକମାନଙ୍କୁ ଦେଇଛନ୍ତି ସଚେତନତା ର ବାର୍ତ୍ତା | କୋରାନ ମହାମାରୀର ତାଣ୍ଡବ ସାରା ବିଶ୍ୱକୁ ଥରାଇ ଦେଇଥିବା ବେଳେ, ଅକ୍ସଇଜେନ […]

ବାସ୍ତବବ୍ୟୁରୋ:(ଗଞ୍ଜାମ)ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଧିନସ୍ଥ ମଙ୍ଗଳପୁର ଗାଁରେ ଆଜି ଏକ ଜଘନ୍ଯ ହତ୍ୟାକାଣ୍ଡ ଘଟିଯାଇଛି । ଯାହାକି ଏହି ହତ୍ୟାକାଣ୍ଡ ଖୋଦ ସାନ ଭାଇ ବଡ ଭାଇ କୁ ଏକ କାତିରେ ହାଣି ହତ୍ୟା କରିଥିବା ଜଣାପଡିଛି । ମୃତକ ବଡ ଭାଇ ସଞ୍ଜୟ ପ୍ରଧାନ ବୋଲି ଜଣାପଡିଥିବା ବେଳେ ହତ୍ୟାକାଣ୍ଡ ପରେ ହତ୍ୟାକାରୀ ସାନ ଭାଇ ଫେରାର ହୋଇ ଯାଇଛି । ଆସିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି […]

ବାସ୍ତବବ୍ୟୁରୋ:କଟକ:(ଦୀପକ୍ କୁମାର) କରୋନା ମହାମାରୀ ର ଦ୍ୱିତୀୟ ଲହରୀ ରେ ଅନେକ ଲୋକଙ୍କ ମୃତ୍ୟୁ ହେଉଥିବାବେଳେ ଅନେକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ।କଟକ ଜିଲ୍ଲାରେ ଜଣେ ୮୫ବର୍ଷିୟା ବୃଦ୍ଧା ଦୀର୍ଘ ୪୨ଦିନ ଧରି କରୋନା ସହିତ ଲଢ଼େଇ ମାତ ଦେଇଛନ୍ତି । ଯେଉଁମାନେ ମାନସିକ ଚାପ ଗ୍ରସ୍ତ ହେଉଛନ୍ତି ସେମାନଙ୍କ କ୍ଷେତ୍ରରେ ଅଧିକାଂଶଙ୍କ ମୃତ୍ୟୁ ଦେଖାଯାଉଛି । ଏଭଳି କିଛି ବ୍ୟକ୍ତି ଓ ବୃଦ୍ଧ, ବୃଦ୍ଧା ଅଛନ୍ତି ଯେଉଁମାନେ କରୋନା […]

Pin It on Pinterest