ବାସ୍ତବ ବ୍ୟୁରୋ-ଆଜି ପଶ୍ଚିମବଙ୍ଗର ବାତ୍ୟା ଅମ୍ଫାନ ବିପନ୍ନ ଅଞ୍ଚଳ ଆକାଶମାର୍ଗରୁ ସର୍ବେକ୍ଷଣ କରିବା ପରେ ୧୦୦୦ କୋଟି ଟଙ୍କାର ଆଗୁଆ ସହାୟତା ଘୋଷଣା କରିଥିବାବେଳେ ଓଡ଼ିଶାରେ ବାତ୍ୟା କ୍ଷୟକ୍ଷତି ପାଇଁ ତତ୍କାଳ ଆବଶ୍ୟକତା ଲାଗି ୫୦୦ କୋଟି ଟଙ୍କାର ଅଗ୍ରୀମ ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆଜି ଅପରାହ ୩ଟାରେ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବାହାରିଥିଲେ ଏବଂ ଦୀର୍ଘ ଦେଢ଼ ଘଣ୍ଟା ଧରି ଓଡ଼ିଶାର ବାତ୍ୟା କ୍ଷତିଗ୍ରସ୍ତ […]

ବାସ୍ତବ ବ୍ୟୁରୋ-ଆଜି ଭିଡିଓ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ରେପୋ ରେଟ୍ ୪. ୪% ରୁ ୪%କୁ ହ୍ରାସ କରାଯାଇ ଅଛି । ଏବଂ ୩. ୭୫%ରୁ ୩. ୫୫%କୁ ହ୍ରାସ କରାଯାଇ ରିଜର୍ଭ ବ୍ୟାଙ୍କ୍‌ର ରିଜର୍ଭ ରୋପୋ ରେଟ୍‌ରେ ସମନ୍ବୟ ଅଣାଯାଇ ଅଛି । ଛଅଜଣ ସଦସ୍ୟବିଶିଷ୍ଟ ମନିଟାରି ପଲିସି କମିଟିରେ ରେପୋ ରେଟ୍ ୪୦ ବେସିସ୍ ପଏଣ୍ଟ୍ କାଟ […]

୧-ଆଜି ସାବିତ୍ରୀ ଅମାବାସ୍ୟା, ଯାଜପୁରର ବିରଜା ମନ୍ଦିର ଓ ଜଗତସିଂହପୁରର ସବୁ ଧାର୍ମିକ ଅନୁଷ୍ଠାନରେ ୧୪୪ ଧାରା ଜାରି, ଜନସମାଗମକୁ ଲଗାଗଲା ରୋକ। ୨-୨୬ରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା, ଜୁଲାଇ ସୁଦ୍ଧା ଫଳାଫଳ। ୩-ଓଡିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୧ ଦିନରେ ପହଞ୍ଚିଥିଲା ଶହେରେ; ୫୦୦ ଛୁଇଁଲା ୨ ମାସରେ । ପରବର୍ତୀ ୫୦୦ ମାତ୍ର ୮ ଦିନରେ।ଜୁନ୍ ଶେଷ ସୁଦ୍ଧା ୧୦ ହଜାର ଛୁଇଁବ : […]

ବାସ୍ତବ ବ୍ୟୁରୋ–‘ଅମ୍ପାନ’ ଦ୍ୱାରା ପ୍ରଭାବିତ ଅଞ୍ଚଳକୁ ସମୀକ୍ଷା କରିବା ନିମନ୍ତେ, ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଓଡ଼ିଶାରେ ପ୍ରଭାବିତ ହୋଇଥିବା ୪ ଟି ଜିଲ୍ଲା-ବାଲେଶ୍ୱର, ଭଦ୍ରକ,କେନ୍ଦ୍ରାପଡା ଓ ଜଗତସିଂହପୁର, ସେ ଆକାଶ ମାର୍ଗରୁ ପରିଦର୍ଶନ କରିବେ । ଏହି ଗସ୍ତ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଓଡ଼ିଶା ଓ ପଶ୍ଚିମବଙ୍ଗ ଗସ୍ତରେ […]

୧-ନୂଆ ୫୧ ଜଣ କରୋନା ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩ କୁ ବୃଦ୍ଧି। ଏବେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୭୫୩ ରେ ପହଞ୍ଚିଥିବା ବେଳେ ୩୪୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି । ୨-ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ବାଲେଶ୍ବରଜିଲାପାଳଙ୍କୁ ,୪୮ ଘଣ୍ଟା ମଧ୍ୟରେ ’ଅମ୍ପନ’ କ୍ଷୟକ୍ଷତି ରିପୋର୍ଟ ମାଗିଲେ ସରକାର। ୩-ବାର ଘଣ୍ଟା ଡରେଇଲା ଅମ୍ଫନ୍, ଗାଁ ରେ ୨୦ […]

୧- ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଛୁଇଁଲା। ପାରାଦୀପରୁ ୧୨୦ କିମି ଦୂରରେ ସାମୁଦ୍ରିକ ଝଡ ‘ଅମ୍ପନ୍‍’। ୨-ଆଜି ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ଡାକିବେ କ୍ୟାବିନେଟ୍ ବୈଠକ । ୩-BMCର ନୂଆ ନିର୍ଦେଶନାମା:ଆଜିଠୁ ଖୋଲିବ ସେଲୁନ, ଅନ୍ୟ ସବୁ ଅତ୍ୟାବଶ୍ୟକୀୟ ଦୋକାନ, ଖୋଲିବ ନାହିଁ ୧୧ ସପିଂ ମଲ। ୪-ଆଜି ଦିନ୧୨ଟାରୁ ଅପରାହ୍ନ ୨ଟା ମଧ୍ୟରେ ଓଡ଼ିଶା ଉପକୂଳ ଉପର ଦେଇ ସାମୁଦ୍ରିକ ଝଡ଼ ଅମ୍ପନ ଅତିକ୍ରମ କରିବାର […]

୧-ରାଜ୍ୟରେ ନୂଆ ୧୦୧ କୋରୋନା ରୋଗୀ ଚିହ୍ନଟ। ୨-ବାତ୍ୟା ଗତିପଥରେ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା।ଅମ୍ଫାନ ମୁକାବିଲା ପାଇଁ ୪ ବରିଷ୍ଠ ଆଇଏଏସ ଅଫିସରଙ୍କୁ ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଦାୟିତ୍ୱ। ୩-ଦିନକରେ ୫୭ସୁସ୍ଥ,ରାଜଧାନୀ ହେଲା କରୋନାମୁକ୍ତ । କନ୍ଧମାଳରେ ପାଦ ଦେଲା କରୋନା। ୪-ହୃଦରୋଗୀଙ୍କ ପାଇଁ କରୋନା ସବୁଠୁ ପ୍ରାଣଘାତୀ: ଚେତାବନୀ ଦେଲେ ଆମେରିକୀୟ ଗବେଷକ। ୫-ରାଜ୍ୟରେ ଆହୁରି ୬୮ କରୋନା ପଜିଟିଭ ଚିହ୍ନଟ; ମୋଟ ସଂଖ୍ୟା […]

୧-ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ବଙ୍ଗୋପସାଗରରେ ଆଗକୁ ବଢୁଛି ଅମ୍ଫାନ, ଘଣ୍ଟାକୁ ୩ କିଲୋମିଟର ବେଗରେ ବଢୁଛି ଆଗକୁ।20 ତାରିଖ ଅପରାହ୍ନରେ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ମଧ୍ୟରେ ସ୍ଥଳ ଭାଗ ଛୁଇଁବ ବାତ୍ୟା “ଅମ୍ଫନ” – ଏସଆରସି। ୨-ସମ୍ଭାବ୍ୟ ବାତ୍ୟା ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ, ଆତଙ୍କିତ ନହୋଇ ସରକାରଙ୍କୁ ସହଯୋଗ କରିବାକୁ ପରାମର୍ଶ ଦେଲେ ରାଜ୍ୟ ସରକାର। ୩-ଦେଶରେ ମେ’ ୩୧ ଯାଏଁ ବଢ଼ିଲା ଲକଡାଉନ୍ ଅବଧି […]

୧-କେନ୍ଦ୍ରାପଡା : ଜିଲ୍ଲାରେ ଆଉ ଏକ ପଜିଟିଭ୍ ସୁରତ ଫେରନ୍ତା । ଗତକାଲି ଯେଉଁ ଟିଏମସିରୁ ସୁରତ ଫେରନ୍ତା ପଜିଟିଭ୍ ମିଳିଥିଲେ ଆଜି ବି ସେଇଠୁ ମିଳିଲେ । ଜିଲ୍ଲାର ମୋଟ ପଜିଟିଭ୍ ସଂଖ୍ୟା ୨୭ରେ ପହଞ୍ଚିଲା । ଜିଲ୍ଲାରେ ମୋଟ୍ ୨୪ ସୁରତ ଫେରନ୍ତା ପଜିଟିଭ୍ ଚିହ୍ନଟ । ନୂତନ ପଜିଟିଭ୍ ଜଣକ ମହାକାଳପଡା ବ୍ଲକ ଅଞ୍ଚଳରୁ ଠାବ । ୨-କରୋନା ମୁକାବିଲା ତଥା ଲକ୍ ଡାଉନ୍ କଟକଣା […]

୧-ଆଜି ନୂଆ ୬୫ ଜଣ କୋରୋନା ସଂକ୍ରମଣ ଚିହ୍ନଟ, ସେଥିମଧ୍ୟରୁ ଗଞାମ ୧୩ ଜଣ, ଖୋର୍ଦ୍ଧା ରେ ୩,କଟକ ୬,ପୁରୀ ୪ ଜଣ ଓ ମୟୁରଭଞ୍ଜ ୨ ଚିହ୍ନଟ ହୋଇଥିବା ବେଳେ, ସର୍ବାଧିକ ଯାଜପୁର ରେ ୩୧, ନୟାଗଡ଼ ରୁ ୨, କେନ୍ଦ୍ରାପଡା ୪ ।ଏବେ ସୁଦ୍ଧା ରାଜ୍ୟର ମୋଟ୍ କୋରୋନା ସଂକ୍ରମଣ ସଂଖ୍ୟା ୭୩୭ ,ସେଥିମଧ୍ୟରୁ ୫୬୮ସକ୍ରିୟ ଅଛନ୍ତି । ୨- ଗତ କାଲି ସନ୍ଧ୍ୟା ସୁଦ୍ଧା ଗୁଜରାଟ, […]

Pin It on Pinterest