ବାସ୍ତବ ବ୍ୟୁରୋ : ବାତିଲ୍ ହେଲା ଅନ୍ତର୍ଜାତୀୟ ବିମାନ ସେବା । ଆସନ୍ତା ଜୁଲାଇ ୧୫ ଯାଏଁ ବନ୍ଦ ରହିବ ଅନ୍ତର୍ଜାତୀୟ ବିମାନ ସେବା । ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏହି ନିଷ୍ପତ୍ତି ନେଇଛନ୍ତି । ତେବେ କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ସହିତ, କିଛି ରୁଟରେ ବିମାନ ସେବା ଚାଲିପାରିବ । ଡିଜିସିଏ ର ଏହି ନିଷ୍ପତ୍ତି ନେବାର କାରଣ ହେଉଛି, […]

ବାସ୍ତବ ବ୍ୟୁରୋ–ଜୁଲାଇ ୧୫ ସୁଦ୍ଧା ପ୍ରକାଶ ପାଇବ ଦଶମ ଏବଂ ଦ୍ବାଦଶ ରେଜଲ୍ଟ,ଘୋଷଣା କଲା ସିବିଏସ୍ଇ । ପରୀକ୍ଷା ନିୟନ୍ତ୍ରକ ସମୟ ଭରଦ୍ବାଜଙ୍କ ଅନୁଯାୟୀ, ଦେଶରେ କରୋନା ମହାମାରୀ ପାଇଁ ଅବଶିଷ୍ଟ ପରୀକ୍ଷା ବାତିଲ କରାଯାଇ ଥିବାରୁ, ବିକଳ୍ପ ମୂଲ୍ୟାଙ୍କନ ଯୋଜନା ପରେ ଫଳାଫଳ ଘୋଷଣା କରାଯିବ । ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ମାର୍କରେ ଉନ୍ନତି ଆଣିବା ପାଇଁ ପରେ ପରୀକ୍ଷା ଦେବାକୁ ସୁଯୋଗ ଦିଆଯିବ । ତଥାପି, […]

ବାସ୍ତବ ବ୍ୟୁରୋ-ଆସନ୍ତାକାଲି ଦିନ ୧୧ଟାରେ ଭିଡିଓ କନଫରେନ୍ସିଙ୍ଗ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ ଓ ଅନ୍ୟ ନେତା ମନ୍ତ୍ରୀଙ୍କ ଉପସ୍ଥିତିରେ ଉତର ପ୍ରଦେଶରେ,ପ୍ରବାସୀ ଶ୍ରମିକମାନଙ୍କ ପାଇଁ ‘ଆତ୍ମ ନିର୍ଭର ରୋଜଗାର ଅଭିଯାନ’ ଲଂଚ କରିବାକୁ ଯାଉଛନ୍ତି । ଯାହା ଦ୍ୱାରା ଅନେକ ପ୍ରବାସୀ ଶ୍ରମିକ ମାନଙ୍କୁ କର୍ମ ସଂସ୍ଥାନ ମିଳିପାରିବ । ଏଥି ସହିତ ରାଜ୍ୟର ବେରୋଜଗାର ମାନଙ୍କ ସହିତ ଯେଉଁମାନେ କରୋନା […]

ବାସ୍ତବ ବ୍ୟୁରୋ : ପ୍ରତିଦିନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଏହାକୁ ଦୃଷ୍ଟି ରେ ରଖି, ଜୁଲାଇରେ ଧାର୍ଯ୍ୟ ହୋଇଥିବା ସିବିଏସ୍ଇ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିବାକୁ ସିବିଏସଇ ନେଇଥିବା ନିଷ୍ପତ୍ତି ବିଷୟରେ ସଲିସିଟର ଜେନେରାଲ୍ ତୁଷାର ମେହତା ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି  । ପୂର୍ବରୁ ଅବଶିଷ୍ଟ ସିବିଏସଇ ପରୀକ୍ଷା ବାତିଲ କରିବା ନେଇ କିଛି ପରୀକ୍ଷାର୍ଥୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ମଙ୍ଗଳବାର […]

୧- ଆଜି ରାଜ୍ୟର ୧୮ଟି ଜିଲ୍ଲାରୁ ୨୧୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୯୬୨କୁ ବୃଦ୍ଧି ପାଇଛି । ଏବେ ମୋଟ୍ ୪୧୨୩ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୧୫ ରହିଛି । ଅପରପକ୍ଷରେ ୧୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।  ୨-ଆଜିଠାରୁ ପୁରୀରେ ବାହାରିବ ଭକ୍ତଙ୍କ ପାଇଁ ମହାପ୍ରସାଦ । […]

ବାସ୍ତବ ବ୍ୟୁରୋ : ଆଇନଗତ ବିବାଦରେ ଫସିଲେ ଯୋଗଗୁରୁ ବାବା ରାମଦେବ, କରୋନା ଭାଇରସ୍‌ ମହାମାରୀରୁ ୭ ଦିନ ମଧ୍ୟରେ ଆରୋଗ୍ୟ ଲାଭ କରିବା ପାଇଁ ‘କରୋନିଲ’ ନାମରେ ଏକ ଔଷଧ ଉଦ୍ଭାବନ କରିଥିବା ଦାବି କରିବା ସହ ଆଗାମୀ ସପ୍ତାହକ ମଧ୍ୟରେ ସମଗ୍ର ଦେଶରେ ଏହି ଔଷଧର ବିକ୍ରୟ ପାଇଁ ଗତକାଲି ବ୍ୟାପକ ପ୍ରଚାର ଅଭିଯାନ ଆରମ୍ଭ କରିଥିଲେ,ହେଲେ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଏ ସଂପର୍କରେ କୁହାଯାଇଛି […]

ବାସ୍ତବ ବ୍ୟୁରୋ : ରଥଯାତ୍ରା ରେ ସାମିଲ ହୋଇଥିବା ସମସ୍ତ ପୋଲିସ, ସେବାୟତ ଓ ସଫେଇ କର୍ମଚାରୀମାନଙ୍କର ହେବ କୋଭିଡ ଟେଷ୍ଟ । ଆଜି ସର୍କିଟ ହାଉସରେ ଆୟୋଯିତ ହୋଇଥିବା ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକର ନିଷ୍ପତ୍ତି ମୁତାବକ ୫ ହଜାର ବ୍ୟକ୍ତିଙ୍କର କୋଭିଡ ଟେଷ୍ଟ କରାଯିବ । ଶ୍ରୀ ମନ୍ଦିର ପରିଚାଳନା କମିଟି ଉପାଧ୍ୟକ୍ଷ ସୁରେଶ ମହାପାତ୍ର ଙ୍କ ସୂଚନା ଅନୂଯାୟୀ, ଯେହେତୁ ନୀଳାଦ୍ରି […]

ବାସ୍ତବ ବ୍ୟୁରୋ : ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫସାଇନ୍ସସେ୍ (ଆଇଏଲଏସ) ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ସୂଚନା ଦେଇ କହିଛନ୍ତି କି, ଓଡିଶାରେ ପୁଣି ହେବ ଆଣ୍ଟିବଡ଼ି ଟେଷ୍ଟ । ଏଥିପାଇଁ ଆସନ୍ତା ସପ୍ତାହରେ ଆଇସିଏମଆର ଦ୍ୱାରା ଅନୁମୋଦିତ ଆଣ୍ଟିବଡ଼ି ଟେଷ୍ଟ କିଟ୍ ପହଞ୍ଚିବ ଓଡ଼ିଶାରେ । ନିର୍ଦ୍ଦେଶକ ଅଜୟ ପରିଡାଙ୍କ ସୂଚନା ମୁତାବକ, ଏହି  କିଟ୍ ଆରଏମଆରସିରେ ପହଞ୍ଚିବ । ତେବେ ଏ ଯାଏଁ ଓଡିଶାରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ, ଯାହା […]

୧-ଆଜି ରାଜ୍ୟର ୧୭ ଟି ଜିଲ୍ଲା ରୁ ସର୍ବାଧିକ ୨୮୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୭୫୨ରେ ପହଂଚିଛି । ଏମାନଙ୍କ ମଧ୍ୟରୁ ୩୯୮୮ ଜଣ ସୁସ୍ଥ ହୋଇଥିବା ବେଳେ ୧୭ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ୧୭୪୦ଟି ଏବେ ସକ୍ରିୟ ମାମଲା ରହିଛି । ୨-ରାଜନଗର ବିଜେପି ଅଫିସରେ ପାଳିତ ହୋଇଚି ଡ.ଶ୍ୟାମପ୍ରଶାଦ ମୁଖାର୍ଜୀ ଙ୍କ ବଳିଦାନ ଦିବସ । […]

ବାସ୍ତବ ବ୍ୟୁରୋ–ଆଜି ନୂଆ ଇତିହାସ ଲେଖିଲା ଶ୍ରୀକ୍ଷେତ୍ର । ଯାହା କେବେ ବି ହୋଇନଥିଲା ଆଜି ତାହା ହିଁ ଘଟିଛି କାଳିଆର ଘୋଷଯାତ୍ରା ରେ । ରାତି ପାହିଲା ବେଳକୁ ମନ୍ଦିରର ରୀତିନୀତି ଯେମିତି ଆରମ୍ଭ ହେବା କଥା ସେମିତି ହୋଇଥିଲା । ନିର୍ଧାରିତ ସମୟରେ ଲକ୍ଷ୍ମୀ ଠାକୁରାଣୀ ଙ୍କ ରାନ୍ଧଣା କେଚୁଡ଼ି ଖାଇ ଭାଇ ଭଉଣୀ ଙ୍କୁ ସଙ୍ଗରେ ଧରି ବାହାରି ପଡ଼ିଥିଲେ କାଳିଆ ରଜା ଧାଡି ପହଣ୍ଡି […]

Pin It on Pinterest