ବାସ୍ତବ ବ୍ୟୁରୋ-କେନ୍ଦ୍ର ସରକାରଙ୍କ ରଥ ନିର୍ମାଣ ପାଇଁ ଗ୍ରୀନ ସିଗ୍ନାଲ୍ ମିଳିବା ପରେ ଦ୍ୱିତୀୟ ଦିନରେ ଚଳଚଞ୍ଚଳ ରଥଖଳା । ଆଗେଇ ଚାଲିଛି ରଥ ନିର୍ମାଣ କାମ । ରଥଖଳାରେ ସବୁ ନିୟମକୁ ପାଳନ କରି ରଥ କାମରେ ଲାଗିଛନ୍ତି ବିଶ୍ୱକର୍ମା ସେବାୟତ । ଗୃହ ମନ୍ତ୍ରାଳୟର ସର୍ତ ଅନୁସାରେ ରଥଖଳାରେ ସାମାଜିକ ଦୂରତାକୁ ପାଳନ କରି ରଥ ନିର୍ମାଣ କାର୍ଯ୍ୟ ଚାଲିଛି । ରଥ ଖଳା ନିକଟରେ ଲୋକଙ୍କ […]

ବାସ୍ତବ ବ୍ୟୁରୋ-ଆଜି ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମିଶନ ଶକ୍ତି ନିର୍ଦ୍ଦେଶିକା ଶ୍ରୀମତୀ କାର୍ତ୍ତିକେୟନ୍ କହିଛନ୍ତି, ମା’ମାନଙ୍କ ହାତରେ ତାଙ୍କର ପରିବାରର ସୁରକ୍ଷା ଦାୟିତ୍ୱ ରହିଛି । ପ୍ରତି ମା’ ହେଉଛନ୍ତି କରୋନା ଯୋଦ୍ଧା । ତେଣୁ କୋଭିଡ-୧୯ ମୁକାବିଲା ସମୟରେ ମା’ ମାନଙ୍କୁ ଅଧିକ ସତର୍କ ଓ ସଚେତନ ରହିବାକୁ ପଡ଼ିବ । କରୋନା ଭାଇରସ ଯେପରି ଘରକୁ ନ ଆସିବ ସେଥିପାଇଁ ପରିବାର ଲୋକଙ୍କୁ ସବୁବେଳେ […]

ବାସ୍ତବ ବ୍ୟୁରୋ-ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ କରୋନା ସମ୍ପର୍କିତ ଅପଡ଼େଟ ଦେଇ କହିଛନ୍ତି ଯେ କରୋନା ଲଢ଼େଇର ଏହି ପର୍ଯ୍ୟାୟରେ ବାହାରୁ ବହୁ ଓଡ଼ିଆ ଫେରୁଛନ୍ତି । ଦେଶରେ ୨୫ମାର୍ଚ୍ଚରୁ ତାଲାବନ୍ଦ ଘୋଷଣା ହୋଇଥିଲା । ଘରକୁ ଫେରିବା ପାଇଁ ପ୍ରତି ଲୋକର ଆଇନଗତ ଅଧିକାର ଅଛି । ନିଜ ଇଚ୍ଛାରେ ଘରକୁ ଫେରିବାର ବ୍ୟକ୍ତିଗତ ସ୍ୱାଧୀନତାକୁ ଅସ୍ୱୀକାର କରିହେବନି । ମହାସଂକ୍ରମଣ ପୂର୍ବରୁ ପ୍ରବାସୀମାନେ ଓଡ଼ିଶାକୁ ଫେରିବା ଅପେକ୍ଷାକୃତ […]

ବାସ୍ତବ ବ୍ୟୁରୋ-ମେ ୨୦ରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା । ମାଟ୍ରିକ୍ ଖାତା ମୂଲ୍ୟାୟନ ନେଇ ଚାଲିଥିବା ବୈଠକ ପରେ ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀ ଓ ମାଧ୍ୟମିକ ଶିକ୍ଷା […]

୧-ଆଜି ସକାଳୁ ନୂଆ ୧୭ କୋରୋନା ପଜିଟିଭ୍, ଗଞ୍ଜାମ ଜିଲ୍ଲାରୁ ୧୨, ଭଦ୍ରକ ଜିଲ୍ଲାରୁ ୧, ସୁନ୍ଦରଗଡ଼ ଜିଲ୍ଲାରୁ ୧ ଓ ମୟୂରଭଞ୍ଜ ଜିଲ୍ଲାରୁ ୩ ଚିହ୍ନଟ ହୋଇଛନ୍ତି। ୨-ରଥ ନିର୍ମାଣ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦେଲା ଗ୍ରୀନ୍‌ ସିଗନାଲ୍‌। ଆଜି ସକାଳ ୮ଟାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ। ୩-ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ ଇ-ପାସ୍‌ ସେବା ଆରମ୍ଭ, ଆବେଦନକାରୀଙ୍କୁ ଅନ୍‌ଲାଇନ୍‌ରେ ଇ-ପାସ୍‌ ପ୍ରଦାନ କରାଯିବ। ୪-ପାଣିପାଗ: […]

ବାସ୍ତବ ବ୍ୟୁରୋ- ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି କି ଗଂଜାମ ଜିଲ୍ଲାରୁ ଆଜି ସନ୍ଧ୍ୟାରେ ପୁଣି ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ଖୋର୍ଦ୍ଧା ଜିଲ୍ଲାରୁ ମଧ୍ୟ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୨୭୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୂଚନାଥାଉକି, […]

ବାସ୍ତବ ବ୍ୟୁରୋ- ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ବିଚାରାଧୀନ ସିବିଏସ୍ଇ ବୋର୍ଡ ପରୀକ୍ଷା ଜୁଲାଇ ୧ରୁ ଜୁଲାଇ ୧୫ମଧ୍ୟରେ ଅନୁଷ୍ଠିତ ହେବ । ଏ ନେଇ ଖୁବ୍ ଶୀଘ୍ର ମାନବ ସମ୍ବଳ ବିଭାଗ ମନ୍ତ୍ରାଳୟ ଦ୍ୱାରା ଏକ ବିସ୍ତୃତ କାର୍ଯ୍ୟସୂଚୀ ପ୍ରଦାନ କରାଯିବ ବୋଲି ଆଜି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ କହିଛନ୍ତି । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ […]

ବାସ୍ତବ ବ୍ୟୁରୋ– ଏଣିକି ୧୪ ଦିନ ନୁହେଁ ୨୮ ଦିନ ଯାଏଁ ସଂଗରୋଧରେ ରହିବେ ପ୍ରବାସୀ ଓଡ଼ିଆ । ୧୪ ଦିନର କ୍ୱାରେଣ୍ଟାଇନ ମଧ୍ୟରେ ରୋଗର ଲକ୍ଷଣ ଜଣାପଡୁ ନଥିବାରୁ ରାଜ୍ୟ ସରକାର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏହି ୨୮ ଦିନ ମଧ୍ୟରୁ ୨୧ ଦିନ ସଂଗରୋଧରେ ଦିନ ବିତାଇବାକୁ ପଡ଼ିବ । କିନ୍ତୁ ବାକି ୭ ଦିନ ଘରେ ସଙ୍ଗରୋଧ ପାଳନ କରିବାକୁ ହେବ […]

୧-ବିଶାଖାପାଟଣା:ପଲିମର୍ସ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ୍ ଲିକ୍,୧୧ମୃତ, ହଜାରରୁ ଉର୍ଦ୍ଧ୍ଵ ଅସୁସ୍ଥ। ୨-ଚଉଦ ଦିନ ବଦଳରେ ୨୧ ଦିନ କରାଯାଉ କ୍ଵାରେଣ୍ଟାଇନ ସମୟ ସୀମା : ହୃଦରୋଗ ବିଶେଷଜ୍ଞ ଡଃ କେ.ଶ୍ରୀନାଥ ରେଡ୍ଡୀ। ୩-ପ୍ରବାସୀ ଓଡ଼ିଆଙ୍କ ପାଇଁ ହାଇକୋର୍ଟଙ୍କ ଗୁୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ, ରାଜ୍ୟରେ ପ୍ରବେଶ ପୂର୍ବରୁ ପ୍ରଥମେ ହେବ କରୋନା ଟେଷ୍ଟ। ୪-ରଥ ନିର୍ମାଣ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦେଲା ଗ୍ରୀନ୍‌ ସିଗନାଲ୍‌। ଆଜି ସକାଳ ୮ଟାରୁ ରଥ ନିର୍ମାଣ […]

ବାସ୍ତବ ବ୍ୟୁରୋ-ଆଜି ବିଶାଖପାଟଣା ନିକଟସ୍ଥ ଗୋପାଳପଟ୍ଟନମଠାରେ ଥିବା ଏଲଜି ପଲିମର୍ସ କାରଖାନାରେ ହୋଇଥିବା ଗ୍ୟାସ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ତେବେ ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ବିଷାକ୍ତ ଷ୍ଟିରେନ ଗ୍ୟାସ ରଖାଯାଇଥିବା ଟାଙ୍କିର ବଲ୍ବ ଖରାପ ହୋଇଯାଇଥିବାରୁ ଗ୍ୟାସ ନିର୍ଗତ ହୋଇ ଏହି ଦୁର୍ଘଟଣା ଘଟିଲା । ଏହି ଗ୍ୟାସ ଲିକ୍ ଘଟଣା ନିୟନ୍ତ୍ରଣକୁ ଆସିଛି ବୋଲି ଆନ୍ଧ୍ରପ୍ରଦେଶ ଡିଜିପି ସୂଚନା ଦେଇଛନ୍ତି । ସେ କହିଛନ୍ତି […]

Pin It on Pinterest